ପାହାଳରେ ଚାଞ୍ଚଲ୍ୟ: କେନାଲ ବନ୍ଧ ନିକଟରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । କେନାଲ ବନ୍ଧ ନିକଟରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ବୁଧବାର ସକାଳେ ଭୁବନେଶ୍ୱର ସ୍ଥିତ ପାହାଳ ଥାନା ଅଧୀନସ୍ଥ ଭୀମପୁର କେନାଲ ହୁଡ଼ା ନିକଟରୁ ଜଣେ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୁଣ୍ଡ ଏବଂ ମୁହଁରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ମୃତକ ଜଣକ ଅନନ୍ତପୁର ଗ୍ରାମର ପ୍ରଭାତ ବେହେରା ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ପ୍ରଥମେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଏକ ପ୍ଲାଷ୍ଟିକ୍ ପାଇପ୍ ଏବଂ ଭଙ୍ଗା ମଦ ବୋତଲ ଜବତ କରାଯାଇଥିବା ବେଳେ କିଛି ଦୂରରେ ପ୍ରଭାତଙ୍କ ସ୍କୁଟର ପାର୍କ ହୋଇଥିବା ଦେଖିବାକୁ ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି। ତେବେ ମୃତ୍ୟୁ ପୂର୍ବରୁ ତାଙ୍କୁ ଆକ୍ରମଣ କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।
ଅନ୍ୟପକ୍ଷରେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଏବଂ ପ୍ରଭାତଙ୍କୁ ହତ୍ୟା କରାଯାଇ କେନାଲ କୂଳରେ ଫିଙ୍ଗି ଦିଆଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ମାଆ ପ୍ରତିମା ବେହେରା ଏହି ଘଟଣାରେ ସମ୍ପୃକ୍ତ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି, "ମୋ ପୁଅକୁ କାହିଁକି ମାରିଲେ? ସେ କ'ଣ ଭୁଲ୍ କରିଥିଲା? ମୋତେ ନ୍ୟାୟ ଦରକାର।"
ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ, ପ୍ରଭାତ ବାଲି ଏବଂ ନିର୍ମାଣ ସାମଗ୍ରୀ ଯୋଗାଣ ବ୍ୟବସାୟ ସହିତ ଜଡିତ ଥିଲେ। କାମ ବାବଦରେ ମଙ୍ଗଳବାର ବିଳମ୍ବିତ ରାତିରେ ସେ ଘରୁ ବାହାରିଥିଲେ, କିନ୍ତୁ ଆଉ ଫେରିନଥିଲେ। ବୁଧବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ପ୍ରାପ୍ୟ ଅର୍ଥକୁ ନେଇ ଅନ୍ୟ ଜଣେ ଯୋଗାଣକାରୀଙ୍କ ସହ ତାଙ୍କର ବାରମ୍ବାର ବିବାଦ ଲାଗିରହୁଥିଲା ବୋଲି ପରିବାର ଲୋକେ ଦାବି କରିଛନ୍ତି।