‘ଓୟୋ’ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ

The Sakala Picture
Published On

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ଜାଗମରା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲ ଛାତରୁ ପଡ଼ି ଜଣେ ଯୁବତୀ ପ୍ରାଣ ହରାଇଛନ୍ତି। ସେ ଅସାବଧାନତାରୁ ପଡ଼ିଗଲେ ନାଁ ତାଙ୍କୁ କେହି ଠେଲି ଦେଇଛି, ତାହା ସ୍ପଷ୍ଟ ହୋଇନାହିଁ। ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଘର ରଣପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ବରମୁଣ୍ଡା ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ସହିତ ଉକ୍ତ ଯୁବତୀଙ୍କର ପ୍ରେମ ସମ୍ପର୍କ ରହିଥିଲା। ସେମାନଙ୍କ ବିବାହ ସ୍ଥିର ହୋଇସାରିଥିବା […]

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ଜାଗମରା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲ ଛାତରୁ ପଡ଼ି ଜଣେ ଯୁବତୀ ପ୍ରାଣ ହରାଇଛନ୍ତି। ସେ ଅସାବଧାନତାରୁ ପଡ଼ିଗଲେ ନାଁ ତାଙ୍କୁ କେହି ଠେଲି ଦେଇଛି, ତାହା ସ୍ପଷ୍ଟ ହୋଇନାହିଁ। ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଘର ରଣପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ବାତ୍ୟା-ବନ୍ୟା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

ମିଳିଥିବା ସୂଚନା ଅନୁସାରେ, ବରମୁଣ୍ଡା ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ସହିତ ଉକ୍ତ ଯୁବତୀଙ୍କର ପ୍ରେମ ସମ୍ପର୍କ ରହିଥିଲା। ସେମାନଙ୍କ ବିବାହ ସ୍ଥିର ହୋଇସାରିଥିବା ବେଳେ ଉଭୟ ପ୍ରାୟ ଏକମାସ ହେବ ପଞ୍ଚସଖା ନଗରରେ ଥିବା ଏକ ଓୟୋ ହୋଟେଲରେ ରହୁଥିଲେ। ବୁଧବାର ରାତି ପ୍ରାୟ ୧ଟା ସମୟରେ ଉଭୟ ଓୟୋ ହୋଟେଲ ଛାତ ଉପରେ କଥାବାର୍ତ୍ତା ହେଉଥିଲେ। ଏହାରି ଭିତରେ ଯୁବତୀ ଜଣକ ହଠାତ୍ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ। ଖବରପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ବଲାଙ୍ଗୀର ଧନୁଯାତ୍ରାରେ ଅଘଟଣ: ହାତୀ ଆକ୍ରମଣରେ ମାହୁତଙ୍କ ମୃତ୍ୟୁ

ଅଘଟଣ ପରେ ଯୁବତୀଙ୍କ ସହିତ ରହୁଥିବା ପୁରୁଷ ବନ୍ଧୁଙ୍କୁ ହୋଟେଲରୁ ଉଠାଇ ନେଇ ଖଣ୍ଡଗିରି ପୁଲିସ ଥାନାରେ ଅଟକ ରଖÒ ପଚରାଉଚରା କରୁଛି। ସେପଟେ ଓୟୋ ହୋଟେଲ କର୍ତ୍ତୃପକ୍ଷ କିପରି ସେମାନଙ୍କୁ ଛାତ ଉପରକୁ ଯିବାକୁ ଅନୁମତି ଦେଲେ ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯୁବତୀଙ୍କ ମୃତଦେହକୁ ଏବେ ଏମ୍ସ ଶବ ସଂରକ୍ଷଣ ଗୃହରେ ରଖାଯିବା ସହିତ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ପୁଲିସ କହିଛି। ଏହି ଘଟଣାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ନବୀନଙ୍କ ବିଦେଶ ଗସ୍ତକୁ ନେଇ ଅପପ୍ରଚାର: ଓଡ଼ିଶାବାସୀ ପଞ୍ଚାୟତରେ ଜବାବ ଦେବେ ବୋଲି କହିଲେ ମାନସ ମଙ୍ଗରାଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର