ମହିଳାଙ୍କ ମହାନାଟକ , ଝାମ୍ପିନେଲେ ୧୦ ଲକ୍ଷ !

The Sakala Picture
Published On

ଭୁବନେଶ୍ୱର : ମୋ ଠାରୁ ୨ଜଣ ଦୁର୍ବୃତ୍ତ ଭ୍ୟାନିଟି ଝାମ୍ପିନେଲେ। ସେଥିରେ ୧୦ଲକ୍ଷ ଟଙ୍କା ଥିଲା। ମଙ୍ଗଳବାର ସକାଳୁ ନୂଆପଲ୍ଲୀ ଥାନା ଜୟଦେବବିହାର ଛକରେ ମହିଳାଙ୍କ ଠାରୁ ଲୁଟ୍‍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ସକାଳୁ ବଡ଼ଧରଣ ଲୁଟ୍‍ ହୋଇଥିବାରୁ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଯାଇଥିଲେ। ଦିନବେଳା ଏତେ ଟଙ୍କା ଲୁଟ୍‍ ହୋଇଥିବାରୁ କମିସନରେଟ ପୁଲିସର ଚିନ୍ତା ବଢ଼଼ିଯାଇଥିଲା। ତୁରନ୍ତ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଥିଲା। ତେବେ ପୁଲିସର ପ୍ରଶ୍ନରେ […]

ଭୁବନେଶ୍ୱର : ମୋ ଠାରୁ ୨ଜଣ ଦୁର୍ବୃତ୍ତ ଭ୍ୟାନିଟି ଝାମ୍ପିନେଲେ। ସେଥିରେ ୧୦ଲକ୍ଷ ଟଙ୍କା ଥିଲା। ମଙ୍ଗଳବାର ସକାଳୁ ନୂଆପଲ୍ଲୀ ଥାନା ଜୟଦେବବିହାର ଛକରେ ମହିଳାଙ୍କ ଠାରୁ ଲୁଟ୍‍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ସକାଳୁ ବଡ଼ଧରଣ ଲୁଟ୍‍ ହୋଇଥିବାରୁ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଯାଇଥିଲେ। ଦିନବେଳା ଏତେ ଟଙ୍କା ଲୁଟ୍‍ ହୋଇଥିବାରୁ କମିସନରେଟ ପୁଲିସର ଚିନ୍ତା ବଢ଼଼ିଯାଇଥିଲା। ତୁରନ୍ତ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଥିଲା। ତେବେ ପୁଲିସର ପ୍ରଶ୍ନରେ ମହିଳାଜଣଙ୍କ ବାଉଳା ହୋଇଯାଇଥିଲେ। କେତେ ଟଙ୍କା ଥିଲା, ବଣ୍ଡଲ୍‍ କେତେ ଥିଲା ଓ କେଉଁଠି ଲୁଟିନେଲେ ଓ କ’ଣ ପାଇଁ ଏଠାରେ ଓହ୍ଲାଇ ଥିଲ ବୋଲି ପୁଲିସ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲା। ସେମିତି କିଛି ସଠିକ୍‍ ଉତ୍ତର ଦେଇପାରି ନ ଥିଲେ ମହିଳା। ଏମିତିକ ତାଙ୍କ କଥାରେ ତାଳମେଳ ନ ଥିଲା।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ତେବେ ପୁଲିସର ସନ୍ଦେହ ହେବାରୁ ପୁଣି ଥାନାକୁୂ ନେଇ ପଚରାଉଚରା କରିଥିଲେ। କିନ୍ତୁ ପୁଲିସକୁ ଆଉ କିଛି ନ କହି ଥାନାରେ ଅଭିଯୋଗ ମଧ୍ୟ କରି ନ ଥିଲେ। ଏଭଳି ଭାବେ ସକାଳୁ ସନ୍ଧ୍ୟା ଯାଏଁ ପୁଲିସ ଆଗରେ ମହାନାଟକ କରିଥିଲେ। ତଥାପି ପୁଲିସ ସିସିଟିଭି ଓ ସହରରେ ଆଲର୍ଟ କରିଥିଲା। ଶେଷରେ ମହିଳାଙ୍କ ନାଟକ ଧରାପଡ଼ିଯାଇଥିଲା। ପୁଲିସ ସୂଚନା ଅନୁଯାୟୀ ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭାର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି ଗୀତାଞ୍ଜଳୀ ପଣ୍ଡା ସେ ଆଜି ଜୟଦେବବିହାର ରାସ୍ତାରେ ଅଟୋରୁ ଓହ୍ଲାଇ ଚାଲିଚାଲି ଯାଉଥିବା ବେଳେ ତାଙ୍କ ଠାରୁ ଏକ ବାଇକରେ ୩ଜଣ ଲୁଟେରା ଭ୍ୟାନିଟି ଝାମ୍ପିନେଇଥିବା ନେଇ କହିଥିଲେ। ମାତ୍ର ନୂଆପଲ୍ଲୀ ଥାନା ପୁଲିସ ପ୍ରାଥମିକ ତଦନ୍ତରୁ ସେମିତି କିଛି ଟଙ୍କା ଲୁଟ୍‍ ହୋଇନଥିବା ଜଣାପଡ଼ିଥିଲା। ସେପଟେ ଉକ୍ତ ସଂସ୍ଥାରୁ ଟଙ୍କା ଚଳୁ କରିବା ଲାଗି ମହିଳା ଜଣକ ଏଭଳି ନାଟକ କରୁଥିବା ପୁଲିସ ସନ୍ଦେହ କରୁଛି। ଲୁଟେରା ଟଙ୍କା ଲୁଟ୍‍ କରିଥିବା ଅଭିଯୋଗ କରି ଖସିଯିବାକୁ ମହିଳା ବସିଥିବା ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର