ମିନି ଟ୍ରକ୍କୁ ଧକ୍କା ଦେଲା ଟ୍ରଲର, ୧୩ ମୃତ
ଛତିଶଗଡ : ଛତିଶଗଡ ଜିଲ୍ଲା ରାୟପୁର-ବାଲୋଦାବଜାର ରୋଡର ସାରାଗାଁ ନିକଟରେ ଏକ ଟ୍ରକ ଏବଂ ଟ୍ରଲର ଧକ୍କା ହୋଇଛି। ଦୁର୍ଘଟଣାରେ ୧୩ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଲୋକମାନେ ବାନା ବନାରସୀରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ରାୟପୁର ଏସପି ଲାଲ ଉମ୍ମେଦ ସିଂହ ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ୯ ଜଣ […]
ଛତିଶଗଡ : ଛତିଶଗଡ ଜିଲ୍ଲା ରାୟପୁର-ବାଲୋଦାବଜାର ରୋଡର ସାରାଗାଁ ନିକଟରେ ଏକ ଟ୍ରକ ଏବଂ ଟ୍ରଲର ଧକ୍କା ହୋଇଛି। ଦୁର୍ଘଟଣାରେ ୧୩ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଲୋକମାନେ ବାନା ବନାରସୀରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ରାୟପୁର ଏସପି ଲାଲ ଉମ୍ମେଦ ସିଂହ ଏହି ସୂଚନା ଦେଇଛନ୍ତି।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ମଧ୍ୟରେ ୯ ଜଣ ମହିଳା ଏବଂ ୪ ଜଣ ଶିଶୁ ଅଛନ୍ତି। ରାୟପୁର ଏସ ପି ଲାଲ ଉମ୍ମେଦ ସିଂହ କହିଛନ୍ତି, ଚତୌଡ ଗାଁର କିଛି ଲୋକ ଛତି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବନସାରି ଗାଁକୁ ଯାଇଥିଲେ। କାର୍ଯ୍ୟକ୍ରମ ସରିବା ପରେ ସେମାନେ ଫେରୁଥିଲେ। ଏହି ସମୟରେ ରାୟପୁର-ବାଲୋଦାବଜାର ରାସ୍ତା ନିକଟରେ ଦୁର୍ଘଟଣା ଘଟିଥିଲା।





