ଇଣ୍ଡିଗୋ ବିମାନ ବାତିଲ ଯୋଗୁଁଁ ହଟହଟା ହେଲେ ନବଦମ୍ପତି, ଅନ୍‌‌ଲାଇନ୍‌‌ରେ ହେଲା ବାହାଘର ରିସେପସନ୍‌‌

Madhusudan Das Picture
Published On

ଭୁବନେଶ୍ୱର: ସରିଥିଲା ବାହାଘର, ହୋଇଥାଆନ୍ତା ରିସେପସନ୍‌‌। ହେଲେ ଇଣ୍ଡିଗୋ ବିମାନ ବାତିଲ ଯୋଗୁଁଁ ହଟହଟା ହୋଇଛନ୍ତି ନବଦମ୍ପତି। ଫ୍ଲାଇଟ୍‌‌ ବାତିଲ ଯୋଗୁଁଁ ନବ ଦମ୍ପତି ଆସିନପାରି ଶେଷରେ ରିସେପସନ୍‌‌ ପାର୍ଟିରେ ଭର୍ଚୁଆଲରେ ଯୋଗଦେଲେ। ପେଶାରେ ଆଇଟି ଇଞ୍ଜିନିୟର ଥିବା ବେଙ୍ଗାଲୁରୁ ହୁବଲୀର ମେଧା କ୍ଷୀରସାଗରଙ୍କ ସହ ଭୁବନେଶ୍ୱରର ସଙ୍ଗମ ଦାସଙ୍କର ବିବାହ ହୋଇଥିଲା। ତେବେ ଆଜି ମେଧାଙ୍କ ହୋମ୍‌‌ଟାଉନରେ ଗ୍ରାଣ୍ଡ ରିସେପସନ୍‌‌ ଥିଲା। ଭୋର୍‌‌ ୪ ଟାରେ ସେମାନେ ଯିବାକୁ ଥିବା ବିମାନକୁ ବାତିଲ କରିଥିଲା ଇଣ୍ଡିଗୋ। ଟିକଟ୍‌‌ ବୁକ୍‌‌ ହୋଇଥିବା ଇଣ୍ଡିଗୋ ଫ୍ଲାଇଟ୍‌‌ ଉଡ଼ାଣ ରଦ୍ଦ ହେବାରୁ ସେମାନେ ରିସେପନ୍‌‌ରେ ପହଞ୍ଚି ପାରି ନ ଥିଲେ। ଫଳରେ ଏହି ଦମ୍ପତ୍ତି ଭିଡିଓକଲ୍‌‌ରେ ରିସେପସନ୍‌‌କୁ ସମ୍ବୋଧିତ କରିଥିଲେ। ଯାହା ମାଧ୍ୟମରେ ବନ୍ଧୁ ପରିଜନମାନଙ୍କ ଠାରୁ ଆଶିର୍ବାଦ ଓ ଶୁଭେଚ୍ଛା ଗ୍ରହଣ କରିଥିଲେ। ଏପରି ଏକ ନିଆରା ରିସେପସନ୍‌‌ ସାମାଜିକ ଗଣମାଧ୍ୟରେ ବେଶ୍‌‌ ଚର୍ଚ୍ଚାର ଖୋରାକ ଯୋଗାଇଛି। ଦେଶବ୍ୟାପୀ କର୍ମଚାରୀ ଅଭାବ ଯୋଗୁଁଁ ଦେଶବ୍ୟାପୀ ଇଣ୍ଡିଗୋ ବିମାନ ଉଡ଼ାଣ ରଦ୍ଦ ହେବାରୁ ଅନେକ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ନବ ଦମ୍ପତି ନୁହନ୍ତି ଇଣ୍ଡିଗୋ ବିମାନ ଉଡ଼ାଣରେ ବିଭ୍ରାଟରୁ ଏମିତି ହନ୍ତସନ୍ତ ହୋଇଛନ୍ତି ହଜାର ହଜାର ଯାତ୍ରୀ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସୂଚନା ଅନୁସାରେ, କ୍ରମାଗତ ପଞ୍ଚମ ଦିନ ପାଇଁ ବିମାନ ବାତିଲ ପରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। କେତେବେଳେ ନିଜ ଫ୍ଲାଇଟ ଚାଲିବ ଏବଂ ଯାତ୍ରୀମାନେ ନିଜ ଲକ୍ଷ୍ୟସ୍ଥଳକୁ ଯିବେ ସେ ବିଷୟରେ ବୁଝିବାକୁ ବିଭିନ୍ନ କାଉଣ୍ଟରରେ ଭିଡ ଜମିବା ସହ ଯାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଓ ଆକ୍ରୋଶ ଦେଖିବାକୁ ମିଳିଛି। ଅନ୍ୟ ବିମାନ ଗୁଡିକର ଟିକଟ୍‌‌ ଦର ବି ଆକାଶଛୁଆଁ ହୋଇଛି। ଜରୁରୀ କାମ ପାଇଁ କିଏ କ୍ୟାବ କରି ଭୁବନେଶ୍ୱରରୁ କୋଲକାତା ନିଜ ଘରକୁ ଫେରୁଛି ତ କିଏ ୫ଗୁଣା ଟଙ୍କା ଦେଇ ଅନ୍ୟ ଫ୍ଲାଇଟରେ ଯିବାକୁ ବାଧ୍ୟ ହେଉଛି। ଦେଶରେ ବଡ଼ ବଡ଼ ସହର ମୁମ୍ୱାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ କୋଲକାତା ଭଳି ଭୁବନେଶ୍ୱର ବିମାନ ବନ୍ଦରରେ ମଧ୍ୟ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ବିମାନ ଯାତ୍ରୀମାନେ ଘରୁ ବାହାରିବା ଆଗରୁ, ନିଜ ବିମାନର ସିଡ୍ୟୁଲ ଦେଖି, ଘରୁ ବାହାରିବାକୁ ନିବେଦନ କରିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ। 

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର