କୋଟିଆକୁ ନେଇ ଚିନ୍ତାପ୍ରକଟ କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ

Madhusudan Das Picture
Published On

ଭୁବନେଶ୍ୱର: 'ସରକାର ସ୍ପଷ୍ଟ କରନ୍ତୁ ପଟାଙ୍ଗି ରଖିବେ ନା ଆନ୍ଧ୍ରକୁ ଦେଇଦେବେ' । ବିଧାନସଭାରେ କିଛି ଏପରି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଶୂନ୍ୟକାଳରେ କୋଟିଆକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ରାମଚନ୍ଦ୍ର କାଡ଼ାମ। ସେ କହିଛନ୍ତି କି, 'ବାରମ୍ବାର କୋଟିଆକୁ ଅନୁପ୍ରବେଶ କରୁଛି ଆନ୍ଧ୍ର। କିନ୍ତୁ ଆମ ସରକାର ନୀରବ । ଗତକାଲି କୋଟିଆରେ ପ୍ରବେଶ କରି ନାମଫଳକ ମାନ ଭଙ୍ଗିଛନ୍ତି । ବିପଦରେ ରହିଛି ପଟାଙ୍ଗି। କାହିଁକି ଆମେ ଆନ୍ଧ୍ର ସହ ଆଲୋଚନା କରି ସମାଧାନ କରୁ ନାହେଁ । କେନ୍ଦ୍ର ସରକାର ଆନ୍ଧ୍ର ସରକାରଙ୍କ ପ୍ରତି ଭଲ ଭାବ ଦେଖଉଛନ୍ତି କିନ୍ତୁ ରାଜ୍ୟ ସରକାର ଆମର କାହିଁକି ସୀମା ବିବାଦ ସମାଧାନ କରୁ ନାହାନ୍ତି । କୋରାପୁଟକୁ ମନ୍ତ୍ରୀମାନେ ଘନ ଘନ ଗସ୍ତ କରୁଛନ୍ତି ଯେହେତୁ କଂଗ୍ରେସର ଅଧିକ ସଦସ୍ୟ ନିର୍ବାଚିତ ଅଛନ୍ତି କିନ୍ତୁ ଆମ ସୀମାକୁ କେହି ଯାଉନାହାନ୍ତି କି ସୀମା ବିବାଦର ଅନ୍ତ କରୁ ନାହାନ୍ତି । ଯାହା ପାଇଁ ଆନ୍ଧ୍ରର ଏଜେଣ୍ଟମାନେ ଆସି ଘରେ ଘରେ ଓଡ଼ିଶା ବିରୋଧରେ କୋଟିଆବାସୀଙ୍କ ମନରେ ବିଷ ବୁଣୁଛନ୍ତି, କିନ୍ତୁ ଆମ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଚୁପ୍ ବସିଛନ୍ତି । ବାଚସ୍ପତି ମହୋଦୟ ଆପଣ ରୁଲିଂ ଦିଅନ୍ତୁ ସରକାରଙ୍କୁ । ସ୍ପଷ୍ଟ କରନ୍ତୁ ପଟାଙ୍ଗିକୁ ରଖିବେ ନା ଆନ୍ଧ୍ରକୁ ଟେକି ଦେବେ।'

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

09 Dec 2025 By Madhusudan Das

କୋଟିଆକୁ ନେଇ ଚିନ୍ତାପ୍ରକଟ କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ

ଭୁବନେଶ୍ୱର: 'ସରକାର ସ୍ପଷ୍ଟ କରନ୍ତୁ ପଟାଙ୍ଗି ରଖିବେ ନା ଆନ୍ଧ୍ରକୁ ଦେଇଦେବେ' । ବିଧାନସଭାରେ କିଛି ଏପରି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଶୂନ୍ୟକାଳରେ କୋଟିଆକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ରାମଚନ୍ଦ୍ର କାଡ଼ାମ। ସେ କହିଛନ୍ତି କି, 'ବାରମ୍ବାର କୋଟିଆକୁ ଅନୁପ୍ରବେଶ କରୁଛି ଆନ୍ଧ୍ର। କିନ୍ତୁ ଆମ ସରକାର ନୀରବ । ଗତକାଲି କୋଟିଆରେ ପ୍ରବେଶ କରି ନାମଫଳକ ମାନ ଭଙ୍ଗିଛନ୍ତି । ବିପଦରେ ରହିଛି ପଟାଙ୍ଗି। କାହିଁକି ଆମେ ଆନ୍ଧ୍ର ସହ ଆଲୋଚନା କରି ସମାଧାନ କରୁ ନାହେଁ । କେନ୍ଦ୍ର ସରକାର ଆନ୍ଧ୍ର ସରକାରଙ୍କ ପ୍ରତି ଭଲ ଭାବ ଦେଖଉଛନ୍ତି କିନ୍ତୁ ରାଜ୍ୟ ସରକାର ଆମର କାହିଁକି ସୀମା ବିବାଦ ସମାଧାନ କରୁ ନାହାନ୍ତି । କୋରାପୁଟକୁ ମନ୍ତ୍ରୀମାନେ ଘନ ଘନ ଗସ୍ତ କରୁଛନ୍ତି ଯେହେତୁ କଂଗ୍ରେସର ଅଧିକ ସଦସ୍ୟ ନିର୍ବାଚିତ ଅଛନ୍ତି କିନ୍ତୁ ଆମ ସୀମାକୁ କେହି ଯାଉନାହାନ୍ତି କି ସୀମା ବିବାଦର ଅନ୍ତ କରୁ ନାହାନ୍ତି । ଯାହା ପାଇଁ ଆନ୍ଧ୍ରର ଏଜେଣ୍ଟମାନେ ଆସି ଘରେ ଘରେ ଓଡ଼ିଶା ବିରୋଧରେ କୋଟିଆବାସୀଙ୍କ ମନରେ ବିଷ ବୁଣୁଛନ୍ତି, କିନ୍ତୁ ଆମ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଚୁପ୍ ବସିଛନ୍ତି । ବାଚସ୍ପତି ମହୋଦୟ ଆପଣ ରୁଲିଂ ଦିଅନ୍ତୁ ସରକାରଙ୍କୁ । ସ୍ପଷ୍ଟ କରନ୍ତୁ ପଟାଙ୍ଗିକୁ ରଖିବେ ନା ଆନ୍ଧ୍ରକୁ ଟେକି ଦେବେ।'

https://www.thesakala.in/latest-odisha-news/congress-mla-ramachandra-kadam-expressed-concern-over-kotia/article-43478
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର