ଶିକ୍ଷକ ଆନ୍ଦୋଳନ ଦମନ ପାଇଁ ଉଦ୍ୟମ ! ଆନ୍ଦୋଳନରତ ଶିକ୍ଷକଙ୍କ ତାଲିକା ମାଗିଲା ଗଣଶିକ୍ଷା ବିଭାଗ...

ଚାପିବାକୁ ପ୍ରୟାସ କଲେ ବ୍ଲକ୍‌ସ୍ତରରେ ହେବ ବ୍ୟାପକ ଆନ୍ଦୋଳନ: ସଂଘ

Deviprasad Mohanty Picture
Published On

ଭୁବନେଶ୍ୱର: ପର୍ଯ୍ୟାୟକ୍ରମେ ଶିକ୍ଷକ ଆନ୍ଦୋଳନ ବ୍ୟାପକ ହେଉଛି। ବିଧାନସଭା ସମୟରେ ସରକାରଙ୍କ ଶିରପୀଡ଼ା ବଢ଼ୁଛି। ବିରୋଧୀ ବିଧାନସଭାରେ ଶିକ୍ଷକଙ୍କ ଦାବିକୁ ପ୍ରସଙ୍ଗ କରୁଥିବା ବେଳେ ବାହାରେ ମଧ୍ୟ ସରକାରଙ୍କୁ ଘେରୁଛନ୍ତି। ବିରୋଧୀ ଦଳରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ କାହିଁକି ପାଳନ କରୁନାହାନ୍ତି ବୋଲି ପ୍ରଶ୍ନ କରୁଛନ୍ତି। ଏପରି ସ୍ଥିତିରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ଦୈନିକ ଉପସ୍ଥାନ ମାଗିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରୁଛନ୍ତି। ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ନାମ ସହିତ ସବିଶେଷ ତଥ୍ୟ ପ୍ରତିଦିନ ପ୍ରଦାନ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସେହିପରି ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ଆନ୍ଦୋଳନରେ ବସିଥିବା ଶିକ୍ଷକଙ୍କ ରିପୋର୍ଟ ମଧ୍ୟ ଦାଖଲ କରିବାକୁ କୁହାଯାଇଛି। କୌଣସି ଶିକ୍ଷକଙ୍କୁ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡିବାକୁ ଅନୁମତି ଦିଆଯିବନାହିଁ। ଏଥିରେ ଖିଲାପ ହେଲେ ଗମ୍ଭୀରତାର ସହ ବିଚାର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଲ୍ଲେଖ କରାଯାଇଛି। ବିଭାଗର ଏପରି ଚିଠି ପରେ ଶିକ୍ଷକଙ୍କ ଅକଲଗୁଡ଼ୁମ୍‌ ହୋଇଛି। ଛୁଟି ନେଇଥିଲେ ମଧ୍ୟ ମୁଖ୍ୟାଳୟ ଛାଡ଼ିବା ଅନୁମତି ନେଇ ନ ଥିବାରୁ ଅକଳରେ ପଡ଼ିଛନ୍ତି। ଏଣୁ ଅନେକ ଶିକ୍ଷକ ଅନିଚ୍ଛା ସତ୍ତ୍ବେ ଆନ୍ଦୋଳନରୁ ଫେରିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି। ଅପପରପକ୍ଷେ, ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରାଥମିକ ଶିକ୍ଷକ ମହାସଂଘର ନେତାମାନେ ନିନ୍ଦା କରିଛନ୍ତି। ସରକାର ଶିକ୍ଷକଙ୍କ ସ୍ୱରକୁ ଚାପିବା ପାଇଁ ଏପରି କରୁଛନ୍ତି। ଆଗାମୀ ଦିନରେ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର