ଚରମ ଅରାଜକତା; ରାଜ୍ୟରେ ଦିନକୁ ୭ ଦୁଷ୍କର୍ମ, ୨୧ ଅସଦାଚରଣ...

Deviprasad Mohanty Picture
Published On

ଭୁବନେଶ୍ୱର: ଦିନକୁ ଦିନ ବଢ଼ୁଛି ରାଜ୍ୟରେ ମହିଳା ବିରୋଧୀ ହିଂସା। ଅଶାନ୍ତ ହେଉଛି ଓଡ଼ିଶା, ବିପର୍ଯ୍ୟସ୍ତ ହୋଇ ଚାଲିଛି ଆଇନଶୃଙ୍ଖଳା ପରିସ୍ଥିତି। ବିଧାନସଭାରେ ଖୋଦ ସରକାର ଦେଇଛନ୍ତି ଏ ସଂକ୍ରାନ୍ତ ତଥ୍ୟ। ଗତ ୧୫ ମାସ ମଧ୍ୟରେ ରାଜ୍ୟର ୩୨୦୫ ଜଣ ମହିଳା ଦୁଷ୍କର୍ମ ବା ଗଣ ଦୁଷ୍କର୍ମର ଶିକାର ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ଗୋଟିଏ ପଟେ ଝିଅ ପୋଡିକୁ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି। ଗୋଟିଏ ପରେ ଗୋଟିଏ ଘଟଣା ରାଜ୍ୟ ପାଇଁ ଅପବାଦ ଡାକି ଆଣୁଛି। ଏପରି ମାମଲା ଥମିବାର ନାଁ ଧରୁ ନ ଥିବାବେଳେ ଦୁଷ୍କର୍ମ ଓ ମହିଳା ହିଂସା ତଥ୍ୟ ସମସ୍ତଙ୍କୁ ଭୟଭୀତ କରିଛି।  

ଆହୁରି ପଢ଼ନ୍ତୁ: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଯୁବକ ନିଖୋଜ

ରାଜ୍ୟରେ ମହିଳା ହିଂସା ସଂକ୍ରାନ୍ତରେ ବିଧାନସଭାରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି। ଗତ ୧୫ ମାସ  ମଧ୍ୟରେ ରାଜ୍ୟରେ ମୋଟ୍‌ ୩୨୦୫ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି।  ସେହିପରି ଏହି ସମୟ ମଧ୍ୟରେ ୨୦୨ ଜଣ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ମଧ୍ୟ ମାମଲା ରୁଜୁ ହୋଇଛି। 

ଆହୁରି ପଢ଼ନ୍ତୁ: ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ

ଅନ୍ୟପକ୍ଷରେ ରାଜ୍ୟରେ ଅସଦାଚରଣ ମାମଲା ସବୁ ରେକର୍ଡ ଭାଙ୍ଗି ଦେଇଛି। ଗତ ୧୫ ମାସ ମଧ୍ୟରେ ରାଜ୍ୟରେ ୯ ହଜାର ୮୫୧ଜଣ ମହିଳା ଅସଦାଚରଣ ଜନିତ ହିଂସାର ଶିକାର ହୋଇଛନ୍ତି। ସେହିପରି ଗତ ୧୫ ମାସରେ ୧୪୭୬ ଜଣ ମହିଳା ଯୌନ ପ୍ରତାରଣାର ଶିକାର ହୋଇଛନ୍ତି ଏବଂ ୮୮୬୩ ଜଣଙ୍କୁ ଅପହରଣ କରାଯାଇଛି। ସର୍ବସାଧାରଣସ୍ଥଳରେ ୨୩୧୦ ଜଣ ମହିଳାଙ୍କୁ ବିବସ୍ତ୍ର କରାଯାଇଥିବାବେଳେ ୧୨୯ ଜଣଙ୍କୁ ଚାଲାଣ କରାଯାଇଛି। ସେହିପରି ମହିଳାଙ୍କୁ ଖରାପ ନଜରରେ ଦେଖିବା ଯୋଗୁଁ ୫୫୬ଟି ମାମଲା ରୁଜୁ ହୋଇଥିବାବେଳେ ଅଶ୍ଳୀଳ ଆଚରଣ ପାଇଁ ୭୯୬ ମାମଲା ରୁଜୁ କରାଯାଇଥିବା ତଥ୍ୟ ପ୍ରକାଶ ପାଇଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ଶିଥିଳତା ଯୋଗୁଁ ରାଜ୍ୟରେ ଅପରାଧୀ ଉପରମୁହାଁ ହୋଇଯାଇଛନ୍ତି। ମହିଳା ବିରୋଧୀ ହିଂସା ରୋକିବାରେ ପୁଲିସର ନିଷ୍କ୍ରିୟତା ଚିନ୍ତା ବଢ଼ାଇଲାଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।  

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ

ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍‌ ଆଲୋଚନା ବେଳେ ବିଧାୟକ ଅରୁଣ ସାହୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ମହିଳା ଅସଦାଚରଣ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ଅଛି। ଓଡ଼ିଶା ତଳକୁ ମହାରାଷ୍ଟ୍ର ରହିଥିବା କହି ସେ ସରକାରଙ୍କୁ ସମାଲୋଚନା କରିଛନ୍ତି।

09 Dec 2025 By Deviprasad Mohanty

ଚରମ ଅରାଜକତା; ରାଜ୍ୟରେ ଦିନକୁ ୭ ଦୁଷ୍କର୍ମ, ୨୧ ଅସଦାଚରଣ...

ଭୁବନେଶ୍ୱର: ଦିନକୁ ଦିନ ବଢ଼ୁଛି ରାଜ୍ୟରେ ମହିଳା ବିରୋଧୀ ହିଂସା। ଅଶାନ୍ତ ହେଉଛି ଓଡ଼ିଶା, ବିପର୍ଯ୍ୟସ୍ତ ହୋଇ ଚାଲିଛି ଆଇନଶୃଙ୍ଖଳା ପରିସ୍ଥିତି। ବିଧାନସଭାରେ ଖୋଦ ସରକାର ଦେଇଛନ୍ତି ଏ ସଂକ୍ରାନ୍ତ ତଥ୍ୟ। ଗତ ୧୫ ମାସ ମଧ୍ୟରେ ରାଜ୍ୟର ୩୨୦୫ ଜଣ ମହିଳା ଦୁଷ୍କର୍ମ ବା ଗଣ ଦୁଷ୍କର୍ମର ଶିକାର ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ଗୋଟିଏ ପଟେ ଝିଅ ପୋଡିକୁ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି। ଗୋଟିଏ ପରେ ଗୋଟିଏ ଘଟଣା ରାଜ୍ୟ ପାଇଁ ଅପବାଦ ଡାକି ଆଣୁଛି। ଏପରି ମାମଲା ଥମିବାର ନାଁ ଧରୁ ନ ଥିବାବେଳେ ଦୁଷ୍କର୍ମ ଓ ମହିଳା ହିଂସା ତଥ୍ୟ ସମସ୍ତଙ୍କୁ ଭୟଭୀତ କରିଛି।  

ରାଜ୍ୟରେ ମହିଳା ହିଂସା ସଂକ୍ରାନ୍ତରେ ବିଧାନସଭାରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି। ଗତ ୧୫ ମାସ  ମଧ୍ୟରେ ରାଜ୍ୟରେ ମୋଟ୍‌ ୩୨୦୫ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି।  ସେହିପରି ଏହି ସମୟ ମଧ୍ୟରେ ୨୦୨ ଜଣ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ମଧ୍ୟ ମାମଲା ରୁଜୁ ହୋଇଛି। 

ଅନ୍ୟପକ୍ଷରେ ରାଜ୍ୟରେ ଅସଦାଚରଣ ମାମଲା ସବୁ ରେକର୍ଡ ଭାଙ୍ଗି ଦେଇଛି। ଗତ ୧୫ ମାସ ମଧ୍ୟରେ ରାଜ୍ୟରେ ୯ ହଜାର ୮୫୧ଜଣ ମହିଳା ଅସଦାଚରଣ ଜନିତ ହିଂସାର ଶିକାର ହୋଇଛନ୍ତି। ସେହିପରି ଗତ ୧୫ ମାସରେ ୧୪୭୬ ଜଣ ମହିଳା ଯୌନ ପ୍ରତାରଣାର ଶିକାର ହୋଇଛନ୍ତି ଏବଂ ୮୮୬୩ ଜଣଙ୍କୁ ଅପହରଣ କରାଯାଇଛି। ସର୍ବସାଧାରଣସ୍ଥଳରେ ୨୩୧୦ ଜଣ ମହିଳାଙ୍କୁ ବିବସ୍ତ୍ର କରାଯାଇଥିବାବେଳେ ୧୨୯ ଜଣଙ୍କୁ ଚାଲାଣ କରାଯାଇଛି। ସେହିପରି ମହିଳାଙ୍କୁ ଖରାପ ନଜରରେ ଦେଖିବା ଯୋଗୁଁ ୫୫୬ଟି ମାମଲା ରୁଜୁ ହୋଇଥିବାବେଳେ ଅଶ୍ଳୀଳ ଆଚରଣ ପାଇଁ ୭୯୬ ମାମଲା ରୁଜୁ କରାଯାଇଥିବା ତଥ୍ୟ ପ୍ରକାଶ ପାଇଛି। ପୁଲିସ କାର୍ଯ୍ୟାନୁଷ୍ଠାନରେ ଶିଥିଳତା ଯୋଗୁଁ ରାଜ୍ୟରେ ଅପରାଧୀ ଉପରମୁହାଁ ହୋଇଯାଇଛନ୍ତି। ମହିଳା ବିରୋଧୀ ହିଂସା ରୋକିବାରେ ପୁଲିସର ନିଷ୍କ୍ରିୟତା ଚିନ୍ତା ବଢ଼ାଇଲାଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।  

ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍‌ ଆଲୋଚନା ବେଳେ ବିଧାୟକ ଅରୁଣ ସାହୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ମହିଳା ଅସଦାଚରଣ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ଅଛି। ଓଡ଼ିଶା ତଳକୁ ମହାରାଷ୍ଟ୍ର ରହିଥିବା କହି ସେ ସରକାରଙ୍କୁ ସମାଲୋଚନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର