ରାତିରେ ୬ ଘଣ୍ଟା ରେଳ ଟିକଟ ବୁକିଂ ବନ୍ଦ, ସପ୍ତାହେ ଲାଗିରହିବ ଅସୁବିଧା

The Sakala Picture
Published On

ଭୁବନେଶ୍ୱର: ରେଳବାଇ ଏହାର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା (ପିଆର୍‌ଏସ୍) କୁ ଅପ୍‌ଗ୍ରେଡ୍ କରୁଛି। ଏହି ନବୀକରଣ ପ୍ରକ୍ରିୟା ଯୋଗୁ ରେଳ ଟିକଟ ବୁକିଂ ବାଧାପ୍ରାପ୍ତ ହେବ । ଏହା ଫଳରେ ନଭେମ୍ବର ୧୪ ରାତିରୁ ନଭେମ୍ବର ୨୧ ଯାଏ ଟିକଟ ବୁକିଂ ହୋଇପାରିବନାହିଁ । ଯାତ୍ରୀମାନେ ଏହି ୭ ଦିନ ରାତି ୧୧ଟା ୩୦ ମିନିଟ୍‌ରୁ ସକାଳ ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରେଳ ଟିକେଟ ବୁକିଂ ସୁବିଧାରୁ ବଞ୍ଚିତ ହେବେ। ନୂତନ ଟ୍ରେନ୍ ନମ୍ବର ଏବଂ […]

ଭୁବନେଶ୍ୱର: ରେଳବାଇ ଏହାର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା (ପିଆର୍‌ଏସ୍) କୁ ଅପ୍‌ଗ୍ରେଡ୍ କରୁଛି। ଏହି ନବୀକରଣ ପ୍ରକ୍ରିୟା ଯୋଗୁ ରେଳ ଟିକଟ ବୁକିଂ ବାଧାପ୍ରାପ୍ତ ହେବ । ଏହା ଫଳରେ ନଭେମ୍ବର ୧୪ ରାତିରୁ ନଭେମ୍ବର ୨୧ ଯାଏ ଟିକଟ ବୁକିଂ ହୋଇପାରିବନାହିଁ । ଯାତ୍ରୀମାନେ ଏହି ୭ ଦିନ ରାତି ୧୧ଟା ୩୦ ମିନିଟ୍‌ରୁ ସକାଳ ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରେଳ ଟିକେଟ ବୁକିଂ ସୁବିଧାରୁ ବଞ୍ଚିତ ହେବେ। ନୂତନ ଟ୍ରେନ୍ ନମ୍ବର ଏବଂ ଅନ୍ୟାନ୍ୟ ତଥ୍ୟର ନବୀକରଣ ପାଇଁ ଏହି ଅପଗ୍ରେଡ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି । ରେଳବାଇ ପକ୍ଷରୁ କହାଯାଇଛି ଯେ, ସମସ୍ତ ଟ୍ରେନରେ ବହୁ ପରିମାଣର ପୁରୁଣା ଟ୍ରେନ୍ ନମ୍ବର ଏବଂ ବର୍ତ୍ତମାନର ଯାତ୍ରୀ ବୁକିଂ ଡାଟା ଅପଡେଟ୍‌ ହେବାକୁ ଯାଉଛି। ତେଣୁ ଏହାକୁ ପର୍ଯ୍ୟାୟକ୍ରମେ କରିବାକୁ ଯୋଜନା କରାଯାଇଛି। ଏହି କାରଣରୁ ଟିକେଟ୍‌ ସେବା ଉପରେ ପ୍ରଭାବ ହ୍ରାସ କରିବାକୁ ଏହି କାମ ରାତି ସମୟରେ କରାଯିବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

ରେଳବାଇର ସୂଚନାନୁଯାୟୀ, ଏହି ନବୀକରଣ କାର୍ଯ୍ୟ ୧୪ ଏବଂ ୧୫ ନଭେମ୍ବର ରାତିରୁ ଆରମ୍ଭ ହୋଇ ୨୦ ଏବଂ ୨୧ ନଭେମ୍ବର ରାତି ପର୍ଯ୍ୟନ୍ତ ଚାଲିବା କାରଣରୁ ପିଆର୍‌ଏସ୍ ରାତି ୧୧ଟା ୩୦ ମିନିଟ୍‌ରୁ ସକାଳ ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ କାମ କରିବ ନାହିଁ। ଏହାର ପ୍ରଭାବରେ ଟିକେଟ୍ ସଂରକ୍ଷଣ, ସାମ୍ପ୍ରତିକ ବୁକିଂ ଟିକଟ ବାତିଲ୍ ଏବଂ ଅନୁସନ୍ଧାନ ସେବା ପରି କୌଣସି ପିଆର୍ ଏସ୍ ସେବା ଏହି ୬ ଘଣ୍ଟା ମଧ୍ୟରେ ଉପଲବ୍ଧ ହେବ ନାହିଁ । ଏହା ବ୍ୟତୀତ ରେଳ କର୍ମଚାରୀମାନେ ପ୍ରଭାବିତ ସମୟରେ ଟ୍ରେନ୍ ଆରମ୍ଭ କରିବା ପାଇଁ ଅଗ୍ରୀମ ଚାର୍ଟି ନିଶ୍ଚିତ କରିବେ ବୋଲି ରେଳବାଇ କହିଛି। ରେଳ ମନ୍ତ୍ରାଳୟ କହିଛି ଯେ, ପିଆର୍‌ଏସ୍ ସେବା ବ୍ୟତୀତ ଡାଏଲ୍ ୧୩୯ ସେବା ସମେତ ଅନ୍ୟ ସମସ୍ତ ଅନୁସନ୍ଧାନ ସେବା ଉପଲବ୍ଧ ରହିବ ।

ଆହୁରି ପଢ଼ନ୍ତୁ: ବିବାହ ପାଇଁ ପ୍ରେମିକା ମନା କରିବାରୁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନିକଟରେ ରେଳବାଇ କରିଥିବା ଘୋଷଣା ଅନୁଯାୟୀ, କରୋନା ଅବଧୂରେ, ସ୍ଵତନ୍ତ୍ର ଟ୍ୟାଗ୍ ଯୋଗୁଁ ବର୍ଦ୍ଧିତ ଭଡା ସହିତ ଚାଲୁଥିବା ସମସ୍ତ ଟ୍ରେନ୍ ବର୍ତ୍ତମାନ ପୁରୁଣା ନାମ ଏବଂ ନମ୍ବର ସହିତ ଚାଲିବ। ରେଳ ମନ୍ତ୍ରାଳୟ ଯାତ୍ରୀମାନଙ୍କ ପାଇଁ ଏକ ବଡ ରିଆତି ଘୋଷଣା କରିଛି। ଏହି ଅନୁଯାୟୀ, କରୋନା ଅବଧୂରେ ସ୍ୱତନ୍ତ୍ର ଟ୍ରେନରେ ପରିଣତ ହୋଇଥିବା ସମସ୍ତ ଟ୍ରେନ୍ ବର୍ତ୍ତମାନ ପୂର୍ବପରି ସାଧାରଣ ଭାବେ ଚଳାଚଳ କରିବ। ଏହାଦ୍ବାରା ଏହି ଟ୍ରେନ୍‌ ଗୁଡିକରେ ଆଦାୟ କରାଯାଉଥିବା ସ୍ଵତନ୍ତ୍ର ଚାର୍ଜ ହ୍ରାସ ପାଇବ, ଯାହାଫଳରେ ଭଡା ପ୍ରାୟ ୩୦ ପ୍ରତିଶତ ହ୍ରାସ ହେବ।

ଆହୁରି ପଢ଼ନ୍ତୁ: ବିଜୁଙ୍କୁ ଅପମାନ: କୁଆଡେ଼ ଗଲେ ‘ଲିଗାସୀ’ ନେତା ?

16 Nov 2021 By The Sakala

ରାତିରେ ୬ ଘଣ୍ଟା ରେଳ ଟିକଟ ବୁକିଂ ବନ୍ଦ, ସପ୍ତାହେ ଲାଗିରହିବ ଅସୁବିଧା

ଭୁବନେଶ୍ୱର: ରେଳବାଇ ଏହାର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା (ପିଆର୍‌ଏସ୍) କୁ ଅପ୍‌ଗ୍ରେଡ୍ କରୁଛି। ଏହି ନବୀକରଣ ପ୍ରକ୍ରିୟା ଯୋଗୁ ରେଳ ଟିକଟ ବୁକିଂ ବାଧାପ୍ରାପ୍ତ ହେବ । ଏହା ଫଳରେ ନଭେମ୍ବର ୧୪ ରାତିରୁ ନଭେମ୍ବର ୨୧ ଯାଏ ଟିକଟ ବୁକିଂ ହୋଇପାରିବନାହିଁ । ଯାତ୍ରୀମାନେ ଏହି ୭ ଦିନ ରାତି ୧୧ଟା ୩୦ ମିନିଟ୍‌ରୁ ସକାଳ ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରେଳ ଟିକେଟ ବୁକିଂ ସୁବିଧାରୁ ବଞ୍ଚିତ ହେବେ। ନୂତନ ଟ୍ରେନ୍ ନମ୍ବର ଏବଂ ଅନ୍ୟାନ୍ୟ ତଥ୍ୟର ନବୀକରଣ ପାଇଁ ଏହି ଅପଗ୍ରେଡ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି । ରେଳବାଇ ପକ୍ଷରୁ କହାଯାଇଛି ଯେ, ସମସ୍ତ ଟ୍ରେନରେ ବହୁ ପରିମାଣର ପୁରୁଣା ଟ୍ରେନ୍ ନମ୍ବର ଏବଂ ବର୍ତ୍ତମାନର ଯାତ୍ରୀ ବୁକିଂ ଡାଟା ଅପଡେଟ୍‌ ହେବାକୁ ଯାଉଛି। ତେଣୁ ଏହାକୁ ପର୍ଯ୍ୟାୟକ୍ରମେ କରିବାକୁ ଯୋଜନା କରାଯାଇଛି। ଏହି କାରଣରୁ ଟିକେଟ୍‌ ସେବା ଉପରେ ପ୍ରଭାବ ହ୍ରାସ କରିବାକୁ ଏହି କାମ ରାତି ସମୟରେ କରାଯିବ।

ରେଳବାଇର ସୂଚନାନୁଯାୟୀ, ଏହି ନବୀକରଣ କାର୍ଯ୍ୟ ୧୪ ଏବଂ ୧୫ ନଭେମ୍ବର ରାତିରୁ ଆରମ୍ଭ ହୋଇ ୨୦ ଏବଂ ୨୧ ନଭେମ୍ବର ରାତି ପର୍ଯ୍ୟନ୍ତ ଚାଲିବା କାରଣରୁ ପିଆର୍‌ଏସ୍ ରାତି ୧୧ଟା ୩୦ ମିନିଟ୍‌ରୁ ସକାଳ ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ କାମ କରିବ ନାହିଁ। ଏହାର ପ୍ରଭାବରେ ଟିକେଟ୍ ସଂରକ୍ଷଣ, ସାମ୍ପ୍ରତିକ ବୁକିଂ ଟିକଟ ବାତିଲ୍ ଏବଂ ଅନୁସନ୍ଧାନ ସେବା ପରି କୌଣସି ପିଆର୍ ଏସ୍ ସେବା ଏହି ୬ ଘଣ୍ଟା ମଧ୍ୟରେ ଉପଲବ୍ଧ ହେବ ନାହିଁ । ଏହା ବ୍ୟତୀତ ରେଳ କର୍ମଚାରୀମାନେ ପ୍ରଭାବିତ ସମୟରେ ଟ୍ରେନ୍ ଆରମ୍ଭ କରିବା ପାଇଁ ଅଗ୍ରୀମ ଚାର୍ଟି ନିଶ୍ଚିତ କରିବେ ବୋଲି ରେଳବାଇ କହିଛି। ରେଳ ମନ୍ତ୍ରାଳୟ କହିଛି ଯେ, ପିଆର୍‌ଏସ୍ ସେବା ବ୍ୟତୀତ ଡାଏଲ୍ ୧୩୯ ସେବା ସମେତ ଅନ୍ୟ ସମସ୍ତ ଅନୁସନ୍ଧାନ ସେବା ଉପଲବ୍ଧ ରହିବ ।

ନିକଟରେ ରେଳବାଇ କରିଥିବା ଘୋଷଣା ଅନୁଯାୟୀ, କରୋନା ଅବଧୂରେ, ସ୍ଵତନ୍ତ୍ର ଟ୍ୟାଗ୍ ଯୋଗୁଁ ବର୍ଦ୍ଧିତ ଭଡା ସହିତ ଚାଲୁଥିବା ସମସ୍ତ ଟ୍ରେନ୍ ବର୍ତ୍ତମାନ ପୁରୁଣା ନାମ ଏବଂ ନମ୍ବର ସହିତ ଚାଲିବ। ରେଳ ମନ୍ତ୍ରାଳୟ ଯାତ୍ରୀମାନଙ୍କ ପାଇଁ ଏକ ବଡ ରିଆତି ଘୋଷଣା କରିଛି। ଏହି ଅନୁଯାୟୀ, କରୋନା ଅବଧୂରେ ସ୍ୱତନ୍ତ୍ର ଟ୍ରେନରେ ପରିଣତ ହୋଇଥିବା ସମସ୍ତ ଟ୍ରେନ୍ ବର୍ତ୍ତମାନ ପୂର୍ବପରି ସାଧାରଣ ଭାବେ ଚଳାଚଳ କରିବ। ଏହାଦ୍ବାରା ଏହି ଟ୍ରେନ୍‌ ଗୁଡିକରେ ଆଦାୟ କରାଯାଉଥିବା ସ୍ଵତନ୍ତ୍ର ଚାର୍ଜ ହ୍ରାସ ପାଇବ, ଯାହାଫଳରେ ଭଡା ପ୍ରାୟ ୩୦ ପ୍ରତିଶତ ହ୍ରାସ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର