ବାରିପଦାରେ କାଳବୈଶାଖୀ ତାଣ୍ଡବ; ଝଡ଼ତୋଫାନରେ ୨ ମୃତ, ୩ ଆହତ

Madhusudan Das Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପୃଥକ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ମୃତକଦ୍ୱୟ ହେଲେ ଅସନଯୋଡା ରାମଦାସ ହାଁସଦାଃ(୩୩) ଓ ଅନ୍ୟ ଜଣେ  ଖୁଣ୍ଟା ଥାନା କାଦଡିହା ଅଞ୍ଚଳର ନଗେନ ମୁର୍ମୁ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ପ୍ରାକ୍ କାଳ ବୈଶାଖି ଯୋଗୁଁ ୧୮ନଂ ଜାତୀୟ ରାଜପଥ ବାରିପଦା-କୁଳିଅଣା ରାସ୍ତା ଅସନଯୋଡ଼ା ଛକରେ ଏକ ଗଛ ପଡିଯିବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ଯୁ ଘଟିଛି । ସେହିପରି ବାରିପଦା-ଉଦଳା ରାସ୍ତା ଖୁଣ୍ଟା ଥାନା ଇଲାକାରେ ଅନ୍ୟ ଏକ ଘଟଣାରେ ଗଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ୍ୟୁବରଣ କରିଛନ୍ତି । ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ଯୋଗୁଁ ୩ଜଣ ଗୁରୁତର ହୋଇ ବାରିପଦା ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସାଧୀନ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଜୁନ୍‌ରେ ଗଠନ ହେବ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ କମିଟି: ୩୦ ଛୁଇଁବ ଓଡ଼ିଶାର ସଂସଦୀୟ କ୍ଷେତ୍ର, ୨୧୦ ହେବ ବିଧାନସଭା ଆସନ

28 Mar 2026 By Madhusudan Das

ବାରିପଦାରେ କାଳବୈଶାଖୀ ତାଣ୍ଡବ; ଝଡ଼ତୋଫାନରେ ୨ ମୃତ, ୩ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପୃଥକ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ମୃତକଦ୍ୱୟ ହେଲେ ଅସନଯୋଡା ରାମଦାସ ହାଁସଦାଃ(୩୩) ଓ ଅନ୍ୟ ଜଣେ  ଖୁଣ୍ଟା ଥାନା କାଦଡିହା ଅଞ୍ଚଳର ନଗେନ ମୁର୍ମୁ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ପ୍ରାକ୍ କାଳ ବୈଶାଖି ଯୋଗୁଁ ୧୮ନଂ ଜାତୀୟ ରାଜପଥ ବାରିପଦା-କୁଳିଅଣା ରାସ୍ତା ଅସନଯୋଡ଼ା ଛକରେ ଏକ ଗଛ ପଡିଯିବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ଯୁ ଘଟିଛି । ସେହିପରି ବାରିପଦା-ଉଦଳା ରାସ୍ତା ଖୁଣ୍ଟା ଥାନା ଇଲାକାରେ ଅନ୍ୟ ଏକ ଘଟଣାରେ ଗଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ୍ୟୁବରଣ କରିଛନ୍ତି । ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ଯୋଗୁଁ ୩ଜଣ ଗୁରୁତର ହୋଇ ବାରିପଦା ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସାଧୀନ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର