ସୋସିଆଲ ମିଡିଆରେ ଭାଇରାଲ୍ 'ବାଳକାଟି ସାଇଫନ୍' ନେଲା ବିଜେବି ଛାତ୍ରଙ୍କ ଜୀବନ

Tapas Ranjan Nanda Picture
Published On

ରାଜଧାନୀ ଉପକଣ୍ଠସ୍ଥ ବାଳକାଟି ସାଇଫନ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ସ୍ଥାନକୁ ବୁଲିବାକୁ ଯାଇ ଭାର୍ଗବୀ ନଦୀରେ ବୁଡ଼ି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ପିଜି ଛାତ୍ରଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ

ମୃତ ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମନ୍ତ୍ରୀପଡା ଗ୍ରାମର ଏସ.କେ. ମହମଦ ଅଲ୍ଲୀଙ୍କ ପୁଅ ଏସ.କେ. ଇସାଦ ଅଲ୍ଲୀ। ସୂଚନା ଅନୁଯାୟୀ, ଗୁରୁବାର କଲେଜ ପରୀକ୍ଷା ସରିବା ପରେ ଇସାଦ ନିଜର ୮ ଜଣ ସାଙ୍ଗଙ୍କ ସହ ୨ଟି ଗୋଷ୍ଠୀରେ ବାଳକାଟି ସାଇଫନ୍ ବୁଲିବାକୁ ଯାଇଥିଲେ। ସେମାନେ ପିପିଲି ଥାନା ଅଧୀନସ୍ଥ ପୁବାଶାସନ ପାର୍ଶ୍ଵରେ ଗାଡ଼ି ରଖି ଭାର୍ଗବୀ ନଦୀ ନିକଟକୁ ଯାଇଥିଲେ। ସେଠାରେ କିଛି ଛାତ୍ର ଇନଷ୍ଟାଗ୍ରାମ୍ ରିଲ୍ସ କରୁଥିବା ବେଳେ ୪ ଜଣ ଛାତ୍ର ନଦୀକୁ ଗାଧୋଇବାକୁ ଡେଇଁଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ସୁରକ୍ଷିତ ଭାବେ କୂଳକୁ ଫେରି ଆସିଥିଲେ ମଧ୍ୟ ପ୍ରଖର ସ୍ରୋତରେ ଇସାଦ ଭାସିଯାଇ ନିଖୋଜ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଯୁବକ ନିଖୋଜ

ଉଦ୍ଧାର କାର୍ଯ୍ୟ ଓ ପୋଲିସର ପଦକ୍ଷେପ

ଘଟଣା ସମ୍ପର୍କରେ ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା, ପିପିଲି ଓ ବାଲିଅନ୍ତା ଅଗ୍ନିଶମ ବାହିନୀ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଏକ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଇସାଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପିପିଲି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଦେଶର ଗର୍ବ 'କଳିଙ୍ଗ ଷ୍ଟାଡ଼ିଅମ': ପ୍ରଥମଥର ପାଇଁ ଭାରତ ୨୦୨୮ରେ ଆୟୋଜନ କରିବ ବିଶ୍ୱ ଆଥଲେଟିକ୍‌ ଚମ୍ପିଆନସିପ୍‌

ସୋସିଆଲ ମିଡିଆ ରିଲ୍ସ ସାଜିଛି କାଳ

ନିକଟ ଅତୀତରେ ବାଳକାଟି ସାଇଫନ୍ ଏକ ପର୍ଯ୍ୟଟନ କେନ୍ଦ୍ର ଭଳି ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମରେ ଟ୍ରେଣ୍ଡ କରୁଛି। ୟୁଟ୍ୟୁବର ଓ ଯୁବପିଢ଼ି ଏଠାରେ ଭିଡ଼ ଜମାଇବା ସହ ବିପଦଜ୍ଜନକ ଅବସ୍ଥାରେ ରିଲ୍ସ ନିର୍ମାଣ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ବାରଣ ଓ ପୋଲିସର ତାଗିଦ୍ ସତ୍ତ୍ୱେ ଅମାନିଆ ଯୁବପିଢ଼ି ଏହାକୁ ଖାତିର କରୁନାହାନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଏହି ବିପଦସଙ୍କୁଳ ସ୍ଥାନରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ବୁଡ଼ି ମୃତ୍ୟୁ ହୋଇସାରିଥିବା ସୂଚନା ରହିଛି।

ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତଥା ସାଙ୍ଗସାଥୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଧନଜୀବନ ରକ୍ଷା କରିବା ପାଇଁ ପ୍ରଶାସନ ତୁରନ୍ତ ଏହି ସ୍ଥାନରେ ବିପଦ ସଙ୍କେତ ସୂଚନା ଫଳକ ଲଗାଇବାକୁ ସାଧାରଣରେ ଦାବି ହୋଇଛି। ଏଥିସହ ବେଆଇନ ଭାବେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଭାଇରାଲ୍ ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରୁ ହଟାଇବା ଏବଂ ପୋଲିସ ପେଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

01 Apr 2026 By Tapas Ranjan Nanda

ସୋସିଆଲ ମିଡିଆରେ ଭାଇରାଲ୍ 'ବାଳକାଟି ସାଇଫନ୍' ନେଲା ବିଜେବି ଛାତ୍ରଙ୍କ ଜୀବନ

ରାଜଧାନୀ ଉପକଣ୍ଠସ୍ଥ ବାଳକାଟି ସାଇଫନ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ସ୍ଥାନକୁ ବୁଲିବାକୁ ଯାଇ ଭାର୍ଗବୀ ନଦୀରେ ବୁଡ଼ି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ପିଜି ଛାତ୍ରଙ୍କର ମୃତ୍ୟୁ ଘଟିଛି।

ମୃତ ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମନ୍ତ୍ରୀପଡା ଗ୍ରାମର ଏସ.କେ. ମହମଦ ଅଲ୍ଲୀଙ୍କ ପୁଅ ଏସ.କେ. ଇସାଦ ଅଲ୍ଲୀ। ସୂଚନା ଅନୁଯାୟୀ, ଗୁରୁବାର କଲେଜ ପରୀକ୍ଷା ସରିବା ପରେ ଇସାଦ ନିଜର ୮ ଜଣ ସାଙ୍ଗଙ୍କ ସହ ୨ଟି ଗୋଷ୍ଠୀରେ ବାଳକାଟି ସାଇଫନ୍ ବୁଲିବାକୁ ଯାଇଥିଲେ। ସେମାନେ ପିପିଲି ଥାନା ଅଧୀନସ୍ଥ ପୁବାଶାସନ ପାର୍ଶ୍ଵରେ ଗାଡ଼ି ରଖି ଭାର୍ଗବୀ ନଦୀ ନିକଟକୁ ଯାଇଥିଲେ। ସେଠାରେ କିଛି ଛାତ୍ର ଇନଷ୍ଟାଗ୍ରାମ୍ ରିଲ୍ସ କରୁଥିବା ବେଳେ ୪ ଜଣ ଛାତ୍ର ନଦୀକୁ ଗାଧୋଇବାକୁ ଡେଇଁଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ସୁରକ୍ଷିତ ଭାବେ କୂଳକୁ ଫେରି ଆସିଥିଲେ ମଧ୍ୟ ପ୍ରଖର ସ୍ରୋତରେ ଇସାଦ ଭାସିଯାଇ ନିଖୋଜ ହୋଇଯାଇଥିଲେ।

ଉଦ୍ଧାର କାର୍ଯ୍ୟ ଓ ପୋଲିସର ପଦକ୍ଷେପ

ଘଟଣା ସମ୍ପର୍କରେ ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା, ପିପିଲି ଓ ବାଲିଅନ୍ତା ଅଗ୍ନିଶମ ବାହିନୀ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଏକ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଇସାଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପିପିଲି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ସୋସିଆଲ ମିଡିଆ ରିଲ୍ସ ସାଜିଛି କାଳ

ନିକଟ ଅତୀତରେ ବାଳକାଟି ସାଇଫନ୍ ଏକ ପର୍ଯ୍ୟଟନ କେନ୍ଦ୍ର ଭଳି ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମରେ ଟ୍ରେଣ୍ଡ କରୁଛି। ୟୁଟ୍ୟୁବର ଓ ଯୁବପିଢ଼ି ଏଠାରେ ଭିଡ଼ ଜମାଇବା ସହ ବିପଦଜ୍ଜନକ ଅବସ୍ଥାରେ ରିଲ୍ସ ନିର୍ମାଣ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ବାରଣ ଓ ପୋଲିସର ତାଗିଦ୍ ସତ୍ତ୍ୱେ ଅମାନିଆ ଯୁବପିଢ଼ି ଏହାକୁ ଖାତିର କରୁନାହାନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଏହି ବିପଦସଙ୍କୁଳ ସ୍ଥାନରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ବୁଡ଼ି ମୃତ୍ୟୁ ହୋଇସାରିଥିବା ସୂଚନା ରହିଛି।

ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତଥା ସାଙ୍ଗସାଥୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଧନଜୀବନ ରକ୍ଷା କରିବା ପାଇଁ ପ୍ରଶାସନ ତୁରନ୍ତ ଏହି ସ୍ଥାନରେ ବିପଦ ସଙ୍କେତ ସୂଚନା ଫଳକ ଲଗାଇବାକୁ ସାଧାରଣରେ ଦାବି ହୋଇଛି। ଏଥିସହ ବେଆଇନ ଭାବେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଭାଇରାଲ୍ ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରୁ ହଟାଇବା ଏବଂ ପୋଲିସ ପେଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର