ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ଚୋରି ଚରମ ସୀମାରେ ପହଞ୍ଚିଛି; ମାଫିଆ ସକ୍ରିୟ, ପୁଲିସ ନିଷ୍କ୍ରିୟ: ବିଜେଡି

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ଖଣିଜ ପଦାର୍ଥ ଚୋରି ପ୍ରସଙ୍ଗକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ଚୋରି ଚରମ ସୀମାରେ ପହଞ୍ଚିଛି। ଏବେ ମାଫିଆ ସକ୍ରିୟ, ପୁଲିସ ନିଷ୍କ୍ରିୟ। ଧର୍ମଶାଳାରେ ଏହି ଘଟଣା କ୍ୟାନ୍ସରସ ଷ୍ଟେଜରେ। ସୁନ୍ଦରଗଡ଼, ରାଉରକେଲା, ଧର୍ମଶାଳା, ନରସିଂହପୁର ହେଉ ସବୁଆଡେ ଲଘୁ ଖଣିଜ ପଦାର୍ଥ ଚୋରି ଶୀର୍ଷରେ। ଓଡ଼ିଶାରେ ନୂଆ ସରକାର ଆସିବା ପରେ ବ୍ୟବସ୍ଥିତ ଢଙ୍ଗରେ ଲୁଟ ହେଉଛି। ଶାସକ ଦଳ ବିଧାୟକଙ୍କ ଜରିଆରେ ହେଉଥିବା ଏହି ଲୁଟ […]

ଭୁବନେଶ୍ବର: ରାଜ୍ୟରେ ଖଣିଜ ପଦାର୍ଥ ଚୋରି ପ୍ରସଙ୍ଗକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ଚୋରି ଚରମ ସୀମାରେ ପହଞ୍ଚିଛି। ଏବେ ମାଫିଆ ସକ୍ରିୟ, ପୁଲିସ ନିଷ୍କ୍ରିୟ। ଧର୍ମଶାଳାରେ ଏହି ଘଟଣା କ୍ୟାନ୍ସରସ ଷ୍ଟେଜରେ। ସୁନ୍ଦରଗଡ଼, ରାଉରକେଲା, ଧର୍ମଶାଳା, ନରସିଂହପୁର ହେଉ ସବୁଆଡେ ଲଘୁ ଖଣିଜ ପଦାର୍ଥ ଚୋରି ଶୀର୍ଷରେ। ଓଡ଼ିଶାରେ ନୂଆ ସରକାର ଆସିବା ପରେ ବ୍ୟବସ୍ଥିତ ଢଙ୍ଗରେ ଲୁଟ ହେଉଛି। ଶାସକ ଦଳ ବିଧାୟକଙ୍କ ଜରିଆରେ ହେଉଥିବା ଏହି ଲୁଟ ମୁଖ୍ୟମନ୍ତ୍ରୀ ଯାଏ ନେଟୱାର୍କ ରହିଛି। ଲୋକଙ୍କ ପାଇଁ କାମ ତ ଦୂରର କଥା ବର୍ତ୍ତମାନ ସରକାରଙ୍କର ଏବେ ଏକମାତ୍ର ଉଦ୍ଦେଶ୍ୟ ଖଣି ଲୁଟରେ ଲାଗିଛନ୍ତି। ମାଫିଆ ସକ୍ରିୟ। ବ୍ୟବସ୍ଥା ଭୁଶୁଡ଼ି ପଡିଛି। ଲୁଟ ରୋକିବା ବଦଳରେ ଲୁଟିବା ପାଇଁ ବ୍ୟବସ୍ଥା ହେଉଛି ବୋଲି ବିଜେଡ଼ି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଫେରି ଓ ପର୍ଯ୍ୟଟକ ଡଙ୍ଗା ଚଳାଚଳ ସ୍ଥଗିତ

ଜିଲ୍ଲାପାଳ ଏସପିଙ୍କୁ ନେଇ ଭିସି ହୋଇଥିଲା। ମୁଖ୍ୟ ଶାସନ ସଚିବ କରିଥିଲେ। ତିନୋଟି ପ୍ରସଙ୍ଗରେ ନିର୍ଦେଶ ଥିଲା। ଖଣି ଲୁଟ ରୋକିବାକୁ ଫୋକସ ଥିଲା। କିନ୍ତୁ ଏଥିରେ ମୁଖ୍ୟ ଶାସନ ସଚିବ ଦୁର୍ନୀତିର ଉତ୍ସ ବା କ୍ରସରକୁ ଛାଡିଗଲେ। ଏହାର ଭିତିରି ଉଦେଶ୍ୟ ସାଧାରଣ ଲୋକଙ୍କୁ ହଇରାଣ କର ମାଫିଆଙ୍କୁ ସହଯୋଗ କର ଏହାହିଁ ଉଦେଶ୍ୟ। ଏବେ ଦୁର୍ନୀତିର ନାଭି କେନ୍ଦ୍ର ହେଉଛି କ୍ରସର। ଲଘୁ ଖଣିଜ ପଦାର୍ଥର ଦାମ ୩୦ରୁ ୪୦ ପ୍ରତିଶତ ବଢିଛି। ମହଙ୍ଗା ମାଡ଼ର ସରକାର ମୋହନ ସରକାରରେ ବାଲି ଗୋଡିର ଦାମ ବି ବଢିଛି। ରାଜନୈତିକ ବ୍ୟକ୍ତିଙ୍କ ଚାନ୍ଦା ଗରିବ ଲୋକଙ୍କ ମୁଣ୍ଡ ଉପରେ ପଡିଛି। ଗାଁରେ ଇନ୍ଦିରା ଆବାସ ପାଇଁ ଟ୍ରାକ୍ଟରରେ ବାଲି ନେଲେ ବି ପୁଲିସ ମାଡି ବସୁଛି। କିନ୍ତୁ ହାଇୱା ଗଲେ ଧରାଯାଉନି। କ୍ରସର ଉପରେ ଚଢ଼ାଉ ନାହିଁ। ମାଫିଆଙ୍କ ଅଧୀନରେ ସରକାର। ବ୍ୟବସ୍ଥାର ଅପରାଧିକରଣ ହୋଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ପ୍ରଭାବ: ଗୋପାଳପୁରରେ ସର୍ବାଧିକ ୧୮୬ ମିଲିମିଟର ବର୍ଷା ରେକର୍ଡ

ବେଆଇନ ଖଣି ଖନନ ରୋକିବାକୁ ଗାଇଡ଼ଲାଇନ ଅଛି। ମାର୍ଚ୍ଚ ୬ ରେ ମୁଖ୍ୟ ଶାସନ ସଚିବ ଯେଉଁ ବୈଠକ ନେଇଥିଲେ ଏଥିରେ ନିର୍ଦେଶ ଥିଲା ବେଆଇନ ଖଣି ଖନନ ରୋକିବା ପାଇଁ। ଛୋଟ ଗାଡି ଉପରେ ଆକ୍ସନ କିନ୍ତୁ ଖଣି ମାଲିକ ଓ କ୍ରସର ଉପରେ ଆକ୍ସନ ନାହିଁ। ମାର ମାର ଭଣ୍ଡାରିଆକୁ ମାର ନୀତିରେ ଛୋଟ ଗାଡି ମାନଙ୍କ ଉପରେ ଆକ୍ସନ। ଦିନ ଦ୍ବିପ୍ରହରରେ ଖଣି ଚୋରି କିନ୍ତୁ ନୋ ଆକ୍ସନ। କେନ୍ଦୁଝରରେ ଖଣି ଚୋରି ସର୍ବାଧିକ। ଏହି ଖଣି ଚୋରି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ପକେଟକୁ ଯାଉଛି। ଟ୍ରାଞ୍ଜିଟ ପାସ ବିଭିନ୍ନ ବିଭାଗରେ ଦେଇ ବିଲ ପାସ ହେବା କଥା କିନ୍ତୁ ଏହା ପାଳନ ହେଉନି। ସରକାରୀ ଦଳର ବିଧାୟକ ମାନେ ଚାନ୍ଦା ଆଦାୟ କରୁଛନ୍ତି ଏହା ବନ୍ଦ ହେଉ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଖଣି ମାଫିଆ କାମ କରୁଥିବା ଅଭିଯୋଗ କରିଛି ବିଜେଡି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'ର ପ୍ରଭାବ ହ୍ରାସ: ଅବପାତରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ, ଆଉ ନାହିଁ ପବନର ଭୟ

ମୁଖ୍ୟ ଶାସନ ସଚିବଙ୍କୁ ଆୟୁଧ କରି ଲୁଟ କରାଯାଉଛି। ସେପଟେ ମୁଖ୍ୟ ଶାସନ ସଚିବ ନୂତନ ଖଣି ଉତ୍ସ ଖୋଲିବା ନିର୍ଦେଶ ଦେଇଥିଲା। କିନ୍ତୁ ଏବେ ଉତ୍ସ ବନ୍ଦ ପାଇଁ ପ୍ରତିଯୋଗିତା ଚାଲିଛି। ସରକାରୀ ଅଧିକାରୀମାନେ ଚୋରି ମାଲକୁ ରେଗୁଲାରାଇଜ କରୁଛନ୍ତି। ପୁଲିସ ଓ ସରକାରୀ ଅଧିକାରୀ ଏହା କରୁଛନ୍ତି। ନୂତନ ଉତ୍ସ ଖୋଲିବା ଜାଗାରେ ବନ୍ଦ ହେଉଛି। ଧର୍ମଶାଳାରେ ଖଣି ୮୪ ଖଣି ଉତ୍ସ ମଧ୍ୟରୁ ୨୦ଟି ଚାଲୁଛି। ଲିଗାଲ ଖଣି ବି ବନ୍ଦ। କାରଣ ଯେତେ ବେଆଇନ ଖଣି ଚାଲିବ ସେତେ ଅଧିକ ବେଆଇନ ଅର୍ଥ ରୋଜଗାର ହେବ। ଛୋଟ ଗାଡି ଚୋରି କଲେ ପେନାଲଟି ହେଉଛି କିନ୍ତୁ ଯେଉଁ କ୍ରସର ବେଆଇନ ଖଣିଜ ଦ୍ରବ୍ୟ କିଣୁଛନ୍ତି ସେମାନଙ୍କ ଠୁ କେତେ ପେନାଲଟି ହେଉଛି ବୋଲି ପ୍ରଶ୍ନ କରିଛି ବିଜେଡି।

ଯାଜପୁରର ଜେନାପୁର ଥାନାରେ ଗୋଟିଏ ଗାଡି ବି ସିଜ ହେଉନି। ୮୦ ପ୍ରତିଶତ ଖଣି ଜେନାପୁର ଥାନା ଅଧୀନରେ। ଆରୁଆ ଗ୍ରାମବାସୀ ୧୭ରୁ ଅଧିକ ଗାଡି ପୁଲିସ ଜିମା ଦେଲେ। କିନ୍ତୁ ପୁଲିସ ସାଧାରଣ ଲୋକଙ୍କ ବିରୋଧରେ ମିଥ୍ୟା କେଶ ଲଗାଉଛି। ଚୋରିକୁ ପ୍ରୋତ୍ସାହନ ଦେଉଛନ୍ତି। ପୁଲିସ ଜିଲ୍ଲାପାଳଙ୍କୁ ଲଗାଇ ବେଆଇନ କାମ କରାଉଛନ୍ତି ଓ ଉପରେ ବିଭାଗ ଗୁଡିକ ବିନା ଟ୍ରାଞ୍ଜିଟ ପାସରେ ବିଲ ପାସ କରାଉଛନ୍ତି। ସରକାର କହୁଛନ୍ତି ଗୋଟିଏ କରୁଛନ୍ତି ଗୋଟିଏ ବୋଲି ବଡ଼ ଅଭିଯୋଗ ଆଣିଛି ବିଜେଡ଼ି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର