ଆଇସ୍‌କ୍ରିମ୍‍ ନେଇଗଲେ ପିସିଆର୍‍ କର୍ମଚାରୀ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ପିସିଆର କର୍ମଚାରୀଙ୍କ ଉତ୍ପାତ ବଢ଼଼ିବାରେ ଲାଗିଛି। ରବିବାର ଅପରାହ୍ଣ ୩ଟା ସମୟରେ ସିଟି ମହିଳା ମହାବିଦ୍ୟାଳୟର ନିକଟରେ ଥିବା ଟ୍ରାଫିକ୍‍ ଛକ ପାଖରେ ବ୍ରହ୍ମପୁରର ଶଙ୍କର ସ୍ୱାଇଁ ନାମକ ଜଣେ ଆଇସ୍‍କ୍ରିମ୍‍ ଦୋକାନୀଙ୍କଠାରୁ ୩ଜଣ ପିସିଆର୍‍ କର୍ମଚାରୀ ୫ ଶହ ଟଙ୍କାର ଆଇସ୍କ୍ରିମ୍‍ ଜୋର୍‍ ଜବରଦସ୍ତ ନେଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ନିଶାଗ୍ରସ୍ତ ଅବସ୍ଥାରେ ଥିବା ସେମାନଙ୍କ ହାବଭାବରୁ ଜଣାପଡୁଥିବା ଶଙ୍କର କହିଛନ୍ତି। ଅଭିଯୋଗ ଅନୁଯାୟୀ ସେମାନେ ପ୍ରଥମେ […]

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ପିସିଆର କର୍ମଚାରୀଙ୍କ ଉତ୍ପାତ ବଢ଼଼ିବାରେ ଲାଗିଛି। ରବିବାର ଅପରାହ୍ଣ ୩ଟା ସମୟରେ ସିଟି ମହିଳା ମହାବିଦ୍ୟାଳୟର ନିକଟରେ ଥିବା ଟ୍ରାଫିକ୍‍ ଛକ ପାଖରେ ବ୍ରହ୍ମପୁରର ଶଙ୍କର ସ୍ୱାଇଁ ନାମକ ଜଣେ ଆଇସ୍‍କ୍ରିମ୍‍ ଦୋକାନୀଙ୍କଠାରୁ ୩ଜଣ ପିସିଆର୍‍ କର୍ମଚାରୀ ୫ ଶହ ଟଙ୍କାର ଆଇସ୍କ୍ରିମ୍‍ ଜୋର୍‍ ଜବରଦସ୍ତ ନେଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ନିଶାଗ୍ରସ୍ତ ଅବସ୍ଥାରେ ଥିବା ସେମାନଙ୍କ ହାବଭାବରୁ ଜଣାପଡୁଥିବା ଶଙ୍କର କହିଛନ୍ତି। ଅଭିଯୋଗ ଅନୁଯାୟୀ ସେମାନେ ପ୍ରଥମେ ଶଙ୍କର ନିକଟକୁ ଆସି ସଟ୍‍ଡାଉନରେ କାହିଁକି ଦୋକାନ ଖୋଲିଛୁ ବୋଲି ଧମକାଇଥିଲେ। ପରେ ଶଙ୍କରଙ୍କୁ ଗାଳି ଗୁଲଜ କରିଥିଲେ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଏପରିକି ଆମେ ମଦ ପିଇଛୁ, ପାଟି ଖରାପ ଲାଗୁଛି, ଆଇସ୍‍କ୍ରିମ୍‍ ଦେ। ନହେଲେ ତୋ ନାମରେ ମହାମାରୀ ଆକ୍ଟ ଲଗାଇ ଦେବୁ ବୋଲି ଧମକାଇଥିଲେ ପିସିିଆର୍‍ କର୍ମଚାରୀ। ଏ ସମ୍ପର୍କରେ ଶଙ୍କରଙ୍କ ଅଭିଯୋଗର ଏକ ଅଡ଼ିଓ ଭାଇରାଲ ହୋଇଛି।
କେବଳ ଶଙ୍କର ନୁହେଁ, ସେହିଭଳି ଇନ୍‍ଫୋସିଟି ଥାନା କିଟ୍‍ ଛକ ନିକଟରେ ଥିବା ଏକାଧିକ ହୋଟେଲରୁ ଏଭଳି ଭାବେ ପିସିଆର କର୍ମଚାରୀ୍‍ ଧମକାଇ ଖାଦ୍ୟ ନେଉଛନ୍ତି। ପୁଣି ମନଇଚ୍ଛା ମର୍ଟନ ଏବଂ ଚିକେନ୍‍ ନେଉଛନ୍ତି। ଥରକେ ୩ହଜାର ଟଙ୍କାର ଖାଦ୍ୟ ସେମାନେ ନେଉ ଥିବା ହୋଟେଲ ମାଲିକ ଅଭିଯୋଗ କରିଛନ୍ତି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, କେଉଁ ପିସିଆର ଭ୍ୟାନ୍‍ର ଡ୍ରାଇଭର ଏଭଳି କରୁଛନ୍ତି ଚିହ୍ନଟ କରାଯିବ। ଯଦି ସେମାନଙ୍କ ବିରୋଧରେ ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp