ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଭୋକିଲାଙ୍କ ପାଇଁ ‘ରୁଟି ବ୍ୟାଙ୍କ’

The Sakala Picture
Published On

କଟକ (ସତ୍ୟବ୍ରତ ପ୍ରଧାନ): ଅନ୍ଧାର ମାଡ଼ିଆସେ। ଫର୍ଚ୍ଚା ଆଲୋକ ଯେତେ କ୍ଷୀଣ ହୁଏ ସେତେ ଜୋରରେ ଜଳିଉଠେ ରାଜପଥର ବତି ସବୁ। ଧିରେଧିରେ ସହରକୁ ଅକ୍ତିଆର କରିନିଏ ଅନ୍ଧାର। ବନ୍ଦ ହୋଇଯାଏ ସମସ୍ତ ସରକାରୀ ଦପ୍ତର। ମଝି ରାତିରେ ସହରଟି ଶୋଇପଡ଼ିଲା ପରେ କଟକ ରାସ୍ତାରେ ଖୋଲେ ‘ରୁଟି ବ୍ୟାଙ୍କ’। ଏହା ଏଭଳି ଏକ ବ୍ୟାଙ୍କ, ଯାହା ଭୋକିଲା ପେଟର କଥା ବୁଝେ। ବିନା ଟଙ୍କାରେ ଲୋକେ ପାଆନ୍ତି କିଛି ରୁଟି ଓ ତରକାରୀ। ଏହି ନୂତନ […]

କଟକ (ସତ୍ୟବ୍ରତ ପ୍ରଧାନ): ଅନ୍ଧାର ମାଡ଼ିଆସେ। ଫର୍ଚ୍ଚା ଆଲୋକ ଯେତେ କ୍ଷୀଣ ହୁଏ ସେତେ ଜୋରରେ ଜଳିଉଠେ ରାଜପଥର ବତି ସବୁ। ଧିରେଧିରେ ସହରକୁ ଅକ୍ତିଆର କରିନିଏ ଅନ୍ଧାର। ବନ୍ଦ ହୋଇଯାଏ ସମସ୍ତ ସରକାରୀ ଦପ୍ତର। ମଝି ରାତିରେ ସହରଟି ଶୋଇପଡ଼ିଲା ପରେ କଟକ ରାସ୍ତାରେ ଖୋଲେ ‘ରୁଟି ବ୍ୟାଙ୍କ’। ଏହା ଏଭଳି ଏକ ବ୍ୟାଙ୍କ, ଯାହା ଭୋକିଲା ପେଟର କଥା ବୁଝେ। ବିନା ଟଙ୍କାରେ ଲୋକେ ପାଆନ୍ତି କିଛି ରୁଟି ଓ ତରକାରୀ। ଏହି ନୂତନ କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି ୧୨ବର୍ଷର ବାଳକ ଅଭିଷେକ…

ଆହୁରି ପଢ଼ନ୍ତୁ: ଦିନ ଦ୍ଵିପ୍ରହରେ ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା

ଏସସିବି ମେଡିକାଲ ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଅଭିଷେକ। ତାଙ୍କ ଘର ବାଦାମବାଡିସ୍ଥିତ ବିକାଶ ନଗର ଅଞ୍ଚଳରେ। ଏକାଧାରରେ ଜଣେ ଡ୍ରମର, ଶିଶୁ କଳାକାର, ସାମାଜିକ କର୍ମୀ ଓ ଶିଶୁ ରିପୋର୍ଟର ଭାବେ ତାଙ୍କୁ କଟକରେ ସମସ୍ତେ ଜାଣନ୍ତି। ସେ ହିଁ ଆରମ୍ଭ କରିଛନ୍ତି ଏହି ରୁଟି ବ୍ୟାଙ୍କ। ବିଳମ୍ବିତ ରାତିରେ ବିଭିନ୍ନ ଛକ ବୁଲିବୁଲି ରୁଟି ଓ ତରକାରୀ ବାଣ୍ଟନ୍ତି। ପ୍ରତ୍ୟେକ ଦିନ ଅତିକମରେ ୧୦୦ଜଣ ଲୋକଙ୍କ ପାଇଁ ସେ ଖାଦ୍ୟ ଯୋଗାଡ଼ କରନ୍ତି। ଏହି ସେବାକାର୍ଯ୍ୟର ନାମ ସହ ବ୍ୟାଙ୍କ ଯୋଡ଼ିବା ସମ୍ପର୍କରେ ସେ କୁହନ୍ତି, ଲୋକମାନେ ସ୍ୱଇଚ୍ଛାରେ ରୁଟି ପ୍ରଦାନ କରିପାରିବେ। ବ୍ୟାଙ୍କରେ ଯେପରି ଟଙ୍କା ସଞ୍ଚୟ ହୁଏ, ସେମିତି ରୁଟି ବ୍ୟାଙ୍କରେ ଲୋକମାନେ ରୁଟି ସଞ୍ଚୟ କରିବେ। ଏହାକୁ ବିଭିନ୍ନ ଭୋକିଲା ଲୋକଙ୍କୁ ବଣ୍ଟାଯିବ। ସହରରେ ଯେପରି ଜଣେ କେହିବି ଭୋକିଲା ପେଟରେ ଶୋଇବେନି ସେଥିପାଇଁ ସ୍ୱପ୍ନ ରହିଥିବା ଅଭିଷେକ କହନ୍ତି। ଆଲୋକ ରଞ୍ଜନ ସାହୁ ଓ ସସ୍ମିତାଙ୍କ ବଡ଼ପୁଅ ହେଉଛନ୍ତି ଅଭିଷେକ। ସାଧାରଣତଃ ଛୋଟ ପିଲାଙ୍କ ଖେଳକୁଦ ପ୍ରତି ଆଗ୍ରହ ଅଧିକ ଥାଏ। ହେଲେ ଅଭିଷେକଙ୍କ ଆଗ୍ରହ ଖେଳକୁଦ ଠାରୁ ଅଧିକ ସମାଜସେବା କରିବାରେ ରହିଛି। ଯେଉଁଥିପାଇଁ ସେ ଏତେ କମ୍‍ ବୟସରେ ଭୋକିଲା ଓ ଅସହାୟ ଲୋକଙ୍କ ପାଇଁ ଏକ ନୁତନ ପ୍ରୟାସ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁଧୁରି ଯାଅ ନଚେତ ଛାଡ଼ିକି ପଳେଇଯାଅ: ଏନକାଉଣ୍ଟର ପରେ ଆଣ୍ଟି ସୋସିଆଲମାନଙ୍କୁ ଏମିତି ଚେତାବନୀ ଦେଲେ ଦକ୍ଷିଣାଞ୍ଚଳ ଆଇଜି...

ସନ୍ଧ୍ୟା ସମୟରେ ବାପାଙ୍କ ସହ ଅଭିଷେକ ଯାଇ ସ୍ଥାନୀୟ ଅଞ୍ଚଳର ହୋଟେଲରୁ ୨୦୦ଟି ରୁଟି ଓ ୫୦ ପ୍ଲେଟ ଭଜା କିଣିଥାନ୍ତି। ତାହାକୁ ପ୍ୟାକେଟ କରି ବିଭିନ୍ନ ଅଞ୍ଚଳରେ ରାତିରେ ଭୋକିଲା ପେଟରେ ଶୋଉଥିବା ଲୋକଙ୍କୁ ଦେଇଥାନ୍ତି। ଦିନକୁ ଏହି ସବୁରେ ୮୦୦-୯୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକୁ ସାର ଜୀବନ ଜାରି ରଖିବା ପାଇଁ ମଧ୍ୟ ସେ ଯୋଜନା କରିଛନ୍ତି। ସେଥିପାଇଁ ସେ ଏହସବୁ କାର୍ଯ୍ୟକୁ ରୁଟି ବ୍ୟାଙ୍କ ନାମରେ ନାମିତ କରିଛନ୍ତି। କିଛି ଦିନ ମଧ୍ୟରେ ସେ ଏହାକୁ ପ୍ରମୁଖ ବ୍ୟାଙ୍କ ଗୁଡ଼ିକ ଭଳି କରିଦେବେ। ଯେଉଁ ବ୍ୟକ୍ତି ମାନେ ଚାହିଁବେ ରୁଟି ଦାନ କରିବାକୁ ସେମାନେ ଅଭିଷେକଙ୍କୁ ରୁଟିଦେବେ ଓ ଅଭିଷେକ ସେହି ସବୁ ରୁଟିକୁ ଯତ୍ନର ସହିତ ବ୍ୟାଙ୍କରେ ରଖି ସନ୍ଧ୍ୟା ସମୟରେ ଅସହାୟ ଲୋକଙ୍କ ନିକଟରେ ପହଞ୍ଚାଇ ଦେବେ। ଅଭିଷେକ କହନ୍ତି, ଜାନୁୟାରୀରେ ବାପାଙ୍କ ସହ ବୁଲିବାକୁ ଯାଇଥିଲେ। ଘରକୁ ଫେରିବା ସମୟରେ ସେ ଦେଖିଥିଲେ ରାସ୍ତା କଡରେ ଅନେକ ଲୋକ ଶୋଇଛନ୍ତି। ସେ ତାଙ୍କ ବାପାଙ୍କୁ ପଚାରିଥିଲେ ବାହାରେ କ’ଣ ପାଇଁ ଶୋଇଛନ୍ତି? ବାପା କହିଥିଲେ ଘର ନାହିଁ ବୋଲି ବାହାରେ ଶୋଇଥାନ୍ତି ଏମାନେ। ଅଭିଷେକଙ୍କ ପରବର୍ତ୍ତୀ ପ୍ରଶ୍ନ ଥିଲା, ଏମାନେ ଖାଉଛନ୍ତି କେଉଁଠି? ବାପାଙ୍କ ଉତ୍ତର ଥିଲା ତାଙ୍କୁ ଯାଇ ପଚାରିଲେ ତମେ ଜାଣି ପାରିବ। ଏତିକି କହି ଅଭିଷେକଙ୍କ ବାପା ଗାଡି ରଖିଥିଲେ। ଅଭିଷେକ ଗାଡ଼ିରୁ ଯାଇ ଶୋଇଥବା ଲୋକଙ୍କୁ ପଚାରିଥିଲେ ଓ ଜାଣିବାକୁ ପାଇଥିଲେ କିଛିଜଣ ଉପାସ ଅଛନ୍ତି। ପରଦିନ ସକାଳେ ବାପାଙ୍କ ସହ କଥା ହେବା ବେଳେ କହିଥିଲେ ବାପା ଆମେ ଗୋଟେ ରୁଟି ବ୍ୟାଙ୍କ ବନାଇବା ଯାହାର କାମ ରହିବ ଅସହାୟ ଓ ଗରିବ ଲୋକଙ୍କୁ ରାତିରେ ରୁଟି ଯୋଗାଇବ। ତାହାର ଦୁଇ ଦିନ ପରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ ଅଭିଷେକ। ଏହାଛଡ଼ା ସେ ଜଣେ ଡ୍ରମର ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରୁ ରୋଜଗାର କରିଥିବା ଅର୍ଥରୁ ସେ ଏହି ରୁଟି ବ୍ୟାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରେପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେଲା ପରେ ପ୍ରଥମେ ତାଙ୍କ ନିକଟକୁ ଆମେରିକାର ଜଣେ ବ୍ୟକ୍ତି ୧୦ ହଜାର ଟଙ୍କା ପଠାଇଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ୱର ରୋଟାରୀ କ୍ଳବ ମିଇଡାଓଜ ପକ୍ଷରୁ ୧୧ହଜାର ଟଙ୍କା ସହାୟତି ନିମତ୍ତେ ତାଙ୍କ ନିକଟକୁ ଆସିଛି। ବର୍ତ୍ତମାନ ସେ ଏହି ସବୁ ପଇସା ସାହାର୍ଯ୍ୟରେ ନିଜ ରୁଟି ବ୍ୟାଙ୍କ ଚଳାଇଛନ୍ତି।

ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ହାଣିଲେ ଦୁଇ ପୁଅ

12 Mar 2021 By The Sakala

ଭୋକିଲାଙ୍କ ପାଇଁ ‘ରୁଟି ବ୍ୟାଙ୍କ’

କଟକ (ସତ୍ୟବ୍ରତ ପ୍ରଧାନ): ଅନ୍ଧାର ମାଡ଼ିଆସେ। ଫର୍ଚ୍ଚା ଆଲୋକ ଯେତେ କ୍ଷୀଣ ହୁଏ ସେତେ ଜୋରରେ ଜଳିଉଠେ ରାଜପଥର ବତି ସବୁ। ଧିରେଧିରେ ସହରକୁ ଅକ୍ତିଆର କରିନିଏ ଅନ୍ଧାର। ବନ୍ଦ ହୋଇଯାଏ ସମସ୍ତ ସରକାରୀ ଦପ୍ତର। ମଝି ରାତିରେ ସହରଟି ଶୋଇପଡ଼ିଲା ପରେ କଟକ ରାସ୍ତାରେ ଖୋଲେ ‘ରୁଟି ବ୍ୟାଙ୍କ’। ଏହା ଏଭଳି ଏକ ବ୍ୟାଙ୍କ, ଯାହା ଭୋକିଲା ପେଟର କଥା ବୁଝେ। ବିନା ଟଙ୍କାରେ ଲୋକେ ପାଆନ୍ତି କିଛି ରୁଟି ଓ ତରକାରୀ। ଏହି ନୂତନ କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି ୧୨ବର୍ଷର ବାଳକ ଅଭିଷେକ…

ଏସସିବି ମେଡିକାଲ ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଅଭିଷେକ। ତାଙ୍କ ଘର ବାଦାମବାଡିସ୍ଥିତ ବିକାଶ ନଗର ଅଞ୍ଚଳରେ। ଏକାଧାରରେ ଜଣେ ଡ୍ରମର, ଶିଶୁ କଳାକାର, ସାମାଜିକ କର୍ମୀ ଓ ଶିଶୁ ରିପୋର୍ଟର ଭାବେ ତାଙ୍କୁ କଟକରେ ସମସ୍ତେ ଜାଣନ୍ତି। ସେ ହିଁ ଆରମ୍ଭ କରିଛନ୍ତି ଏହି ରୁଟି ବ୍ୟାଙ୍କ। ବିଳମ୍ବିତ ରାତିରେ ବିଭିନ୍ନ ଛକ ବୁଲିବୁଲି ରୁଟି ଓ ତରକାରୀ ବାଣ୍ଟନ୍ତି। ପ୍ରତ୍ୟେକ ଦିନ ଅତିକମରେ ୧୦୦ଜଣ ଲୋକଙ୍କ ପାଇଁ ସେ ଖାଦ୍ୟ ଯୋଗାଡ଼ କରନ୍ତି। ଏହି ସେବାକାର୍ଯ୍ୟର ନାମ ସହ ବ୍ୟାଙ୍କ ଯୋଡ଼ିବା ସମ୍ପର୍କରେ ସେ କୁହନ୍ତି, ଲୋକମାନେ ସ୍ୱଇଚ୍ଛାରେ ରୁଟି ପ୍ରଦାନ କରିପାରିବେ। ବ୍ୟାଙ୍କରେ ଯେପରି ଟଙ୍କା ସଞ୍ଚୟ ହୁଏ, ସେମିତି ରୁଟି ବ୍ୟାଙ୍କରେ ଲୋକମାନେ ରୁଟି ସଞ୍ଚୟ କରିବେ। ଏହାକୁ ବିଭିନ୍ନ ଭୋକିଲା ଲୋକଙ୍କୁ ବଣ୍ଟାଯିବ। ସହରରେ ଯେପରି ଜଣେ କେହିବି ଭୋକିଲା ପେଟରେ ଶୋଇବେନି ସେଥିପାଇଁ ସ୍ୱପ୍ନ ରହିଥିବା ଅଭିଷେକ କହନ୍ତି। ଆଲୋକ ରଞ୍ଜନ ସାହୁ ଓ ସସ୍ମିତାଙ୍କ ବଡ଼ପୁଅ ହେଉଛନ୍ତି ଅଭିଷେକ। ସାଧାରଣତଃ ଛୋଟ ପିଲାଙ୍କ ଖେଳକୁଦ ପ୍ରତି ଆଗ୍ରହ ଅଧିକ ଥାଏ। ହେଲେ ଅଭିଷେକଙ୍କ ଆଗ୍ରହ ଖେଳକୁଦ ଠାରୁ ଅଧିକ ସମାଜସେବା କରିବାରେ ରହିଛି। ଯେଉଁଥିପାଇଁ ସେ ଏତେ କମ୍‍ ବୟସରେ ଭୋକିଲା ଓ ଅସହାୟ ଲୋକଙ୍କ ପାଇଁ ଏକ ନୁତନ ପ୍ରୟାସ ଆରମ୍ଭ କରିଛନ୍ତି।

ସନ୍ଧ୍ୟା ସମୟରେ ବାପାଙ୍କ ସହ ଅଭିଷେକ ଯାଇ ସ୍ଥାନୀୟ ଅଞ୍ଚଳର ହୋଟେଲରୁ ୨୦୦ଟି ରୁଟି ଓ ୫୦ ପ୍ଲେଟ ଭଜା କିଣିଥାନ୍ତି। ତାହାକୁ ପ୍ୟାକେଟ କରି ବିଭିନ୍ନ ଅଞ୍ଚଳରେ ରାତିରେ ଭୋକିଲା ପେଟରେ ଶୋଉଥିବା ଲୋକଙ୍କୁ ଦେଇଥାନ୍ତି। ଦିନକୁ ଏହି ସବୁରେ ୮୦୦-୯୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକୁ ସାର ଜୀବନ ଜାରି ରଖିବା ପାଇଁ ମଧ୍ୟ ସେ ଯୋଜନା କରିଛନ୍ତି। ସେଥିପାଇଁ ସେ ଏହସବୁ କାର୍ଯ୍ୟକୁ ରୁଟି ବ୍ୟାଙ୍କ ନାମରେ ନାମିତ କରିଛନ୍ତି। କିଛି ଦିନ ମଧ୍ୟରେ ସେ ଏହାକୁ ପ୍ରମୁଖ ବ୍ୟାଙ୍କ ଗୁଡ଼ିକ ଭଳି କରିଦେବେ। ଯେଉଁ ବ୍ୟକ୍ତି ମାନେ ଚାହିଁବେ ରୁଟି ଦାନ କରିବାକୁ ସେମାନେ ଅଭିଷେକଙ୍କୁ ରୁଟିଦେବେ ଓ ଅଭିଷେକ ସେହି ସବୁ ରୁଟିକୁ ଯତ୍ନର ସହିତ ବ୍ୟାଙ୍କରେ ରଖି ସନ୍ଧ୍ୟା ସମୟରେ ଅସହାୟ ଲୋକଙ୍କ ନିକଟରେ ପହଞ୍ଚାଇ ଦେବେ। ଅଭିଷେକ କହନ୍ତି, ଜାନୁୟାରୀରେ ବାପାଙ୍କ ସହ ବୁଲିବାକୁ ଯାଇଥିଲେ। ଘରକୁ ଫେରିବା ସମୟରେ ସେ ଦେଖିଥିଲେ ରାସ୍ତା କଡରେ ଅନେକ ଲୋକ ଶୋଇଛନ୍ତି। ସେ ତାଙ୍କ ବାପାଙ୍କୁ ପଚାରିଥିଲେ ବାହାରେ କ’ଣ ପାଇଁ ଶୋଇଛନ୍ତି? ବାପା କହିଥିଲେ ଘର ନାହିଁ ବୋଲି ବାହାରେ ଶୋଇଥାନ୍ତି ଏମାନେ। ଅଭିଷେକଙ୍କ ପରବର୍ତ୍ତୀ ପ୍ରଶ୍ନ ଥିଲା, ଏମାନେ ଖାଉଛନ୍ତି କେଉଁଠି? ବାପାଙ୍କ ଉତ୍ତର ଥିଲା ତାଙ୍କୁ ଯାଇ ପଚାରିଲେ ତମେ ଜାଣି ପାରିବ। ଏତିକି କହି ଅଭିଷେକଙ୍କ ବାପା ଗାଡି ରଖିଥିଲେ। ଅଭିଷେକ ଗାଡ଼ିରୁ ଯାଇ ଶୋଇଥବା ଲୋକଙ୍କୁ ପଚାରିଥିଲେ ଓ ଜାଣିବାକୁ ପାଇଥିଲେ କିଛିଜଣ ଉପାସ ଅଛନ୍ତି। ପରଦିନ ସକାଳେ ବାପାଙ୍କ ସହ କଥା ହେବା ବେଳେ କହିଥିଲେ ବାପା ଆମେ ଗୋଟେ ରୁଟି ବ୍ୟାଙ୍କ ବନାଇବା ଯାହାର କାମ ରହିବ ଅସହାୟ ଓ ଗରିବ ଲୋକଙ୍କୁ ରାତିରେ ରୁଟି ଯୋଗାଇବ। ତାହାର ଦୁଇ ଦିନ ପରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ ଅଭିଷେକ। ଏହାଛଡ଼ା ସେ ଜଣେ ଡ୍ରମର ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରୁ ରୋଜଗାର କରିଥିବା ଅର୍ଥରୁ ସେ ଏହି ରୁଟି ବ୍ୟାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରେପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେଲା ପରେ ପ୍ରଥମେ ତାଙ୍କ ନିକଟକୁ ଆମେରିକାର ଜଣେ ବ୍ୟକ୍ତି ୧୦ ହଜାର ଟଙ୍କା ପଠାଇଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ୱର ରୋଟାରୀ କ୍ଳବ ମିଇଡାଓଜ ପକ୍ଷରୁ ୧୧ହଜାର ଟଙ୍କା ସହାୟତି ନିମତ୍ତେ ତାଙ୍କ ନିକଟକୁ ଆସିଛି। ବର୍ତ୍ତମାନ ସେ ଏହି ସବୁ ପଇସା ସାହାର୍ଯ୍ୟରେ ନିଜ ରୁଟି ବ୍ୟାଙ୍କ ଚଳାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର