ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ

Suryakanta Picture
Published On

ଦକ୍ଷିଣ ଭାରତୀୟ ସିନେମାର ଜଣାଶୁଣା ଅଭିନେତ୍ରୀ ରୁକ୍ମିଣୀ ବସନ୍ତ ତାଙ୍କର ଏକ ନକଲି ଏଆଇ (AI) ନିର୍ମିତ ବିକିନି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଛି ଦୁର୍ବୃତ୍ତ ତାଙ୍କର ମୁହଁକୁ ଏକ ଭିନ୍ନ ଫଟୋ ସହ ଯୋଡ଼ି ଇଣ୍ଟରନେଟରେ ଛାଡ଼ିଛନ୍ତି। ଏହି ଘଟଣାକୁ ଏକ ଗମ୍ଭୀର ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ଦର୍ଶାଇ ଅଭିନେତ୍ରୀ ଦୋଷୀମାନଙ୍କ ବିରୋଧରେ ଆଇନଗତ ଏବଂ ସାଇବର୍ କ୍ରାଇମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ସୋସିଆଲ୍ ମିଡିଆରେ ରୁକ୍ମିଣୀଙ୍କ ବୟାନ

ନିଜର ଇନଷ୍ଟାଗ୍ରାମ୍ ଏବଂ ଏକ୍ସ (X) ଆକାଉଣ୍ଟରେ ଏକ ସ୍ପଷ୍ଟୀକରଣ ଜାରି କରି ରୁକ୍ମିଣୀ ଲେଖିଛନ୍ତି ଯେ, "ମୁଁ ଏବଂ ମୋ ଟିମ୍‌ର ନଜରକୁ ଆସିଛି ଯେ, ମୋ ନାମରେ କିଛି ନକଲି ଏଆଇ (AI) ଫଟୋଗୁଡ଼ିକ ଇଣ୍ଟରନେଟରେ ଘୁରି ବୁଲୁଛି। ମୁଁ ସ୍ପଷ୍ଟ ଭାବରେ ଜଣାଇବାକୁ ଚାହେଁ ଯେ, ଏହି ଫଟୋଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ନକଲି ଏବଂ ମିଥ୍ୟା"। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ପରିବର୍ତ୍ତିତ କଣ୍ଟେଣ୍ଟ୍‌ ପ୍ରସ୍ତୁତ କରିବା ଏବଂ ସେୟାର କରିବା ଅତ୍ୟନ୍ତ ଦାୟିତ୍ୱହୀନତା ଏବଂ ଗୋପନୀୟତାର ଉଲ୍ଲଂଘନ। ତେଣୁ ଏହି ମାମଲାକୁ ଗୁରୁତର ସହ ନେଇ ସେ ସାଇବର୍ କ୍ରାଇମ୍ ପୋଲିସ୍ ନିକଟରେ ଅଭିଯୋଗ କରିବା ପାଇଁ ପଦକ୍ଷେପ ନେଉଛନ୍ତି।

ଫ୍ୟାନ୍‌ମାନଙ୍କୁ କଲେ ନିବେଦନ

ନିଜ ବିବୃତ୍ତିରେ ଅଭିନେତ୍ରୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଏଭଳି ନକଲି ଫଟୋ କିମ୍ବା ଭିଡିଓଗୁଡ଼ିକୁ ସେୟାର୍ କରିବା କିମ୍ବା ସେଥିରେ ଏନ୍‌ଗେଜ୍ ହେବାରୁ ଦୂରେଇ ରୁହନ୍ତୁ। ଗତ କିଛି ଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଏଭଳି ଡିପ୍‌ଫେକ୍ (Deepfake) ଟେକ୍ନୋଲୋଜିର ଶିକାର ହେଉଛନ୍ତି, ଯାହା ମଧ୍ୟରେ ରଶ୍ମିକା ମନ୍ଦାନା ଏବଂ ଆଲିଆ ଭଟ୍ଟ ମଧ୍ୟ ସାମିଲ୍ ଅଛନ୍ତି।

ରୁକ୍ମିଣୀ ବସନ୍ତଙ୍କ ଆଗାମୀ ପ୍ରୋଜେକ୍ଟ

କର୍ମକ୍ଷେତ୍ରରେ ଦେଖିବାକୁ ଗଲେ, ରୁକ୍ମିଣୀ ଗତ ବର୍ଷ ବ୍ଲକ୍‌ବଷ୍ଟର ଫିଲ୍ମ 'କାନ୍ତାରା: ଚାପ୍ଟର ୧' ରେ ନଜର ଆସିଥିଲେ ଯାହା ତାଙ୍କୁ ଲୋକପ୍ରିୟତା ଦେଇଥିଲା। ସେ ବର୍ତ୍ତମାନ ପାନ୍-ଇଣ୍ଡିଆ ଷ୍ଟାର୍ ଯଶ୍ଙ୍କ ସହ ଆଗାମୀ ଫିଲ୍ମ 'ଟକ୍ସିକ୍' (Toxic) ରେ ନଜର ଆସିବେ। ଏହା ବ୍ୟତୀତ ସେ ଜୁନିୟର୍ ଏନ୍‌ଟିଆର୍ଙ୍କ (Jr NTR) ଆଗାମୀ ଫିଲ୍ମ 'ଡ୍ରାଗନ୍' (Dragon) ରେ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp