ଶୃଙ୍ଖଳିତ ରଥଯାତ୍ରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚସ୍ତରୀୟ ବୈଠକ, ଆଇନ ମନ୍ତ୍ରୀଙ୍କ ସମୀକ୍ଷା

Madhusudan Das Picture
Published On

ଭୁବନେଶ୍ୱର: ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ଅତିଥି ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରା ଏବଂ ଏହା ସହିତ ଜଡ଼ିତ ବିଭିନ୍ନ ନୀତିକାନ୍ତିର ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ରିପିଟ ନହେଉ ଦଳଚକଟା ଘଟଣା । କେମିତି ହେବ ଭିଡ଼ ନିୟନ୍ତ୍ରଣ। ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରା ? କେମିତି ଭକ୍ତମାନେ ଦର୍ଶନ କରିବେ ? କେଉଁ ପଟେ ପଶିବେ ଆଉ କେଉଁ ପଟେ ବାହାରିବେ? କେତେ ସମୟ ଦର୍ଶନ ଚାଲିବ କେତେ ବେଳେ ପହଡ଼ ପଡିବ ।  ଏ ସମସ୍ତ ବିଷୟ ନେଇ ବୈଠକରେ ହୋଇଛି ଆଲୋଚନା ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ସ୍ନାନ ଯାତ୍ରାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ବୈଠକରେ ଉପସ୍ଥିତ ରହି ରଥକାଠ, ଦଉଡ଼ି, କପଡ଼ା ଏବଂ ଅନ୍ୟାନ୍ୟ ନୀତି ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ସୂଚନା ଦେଇଥିଲେ। ଆଗାମୀ ଉତ୍ସବ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ସେ ନିଶ୍ଚିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ଏହି ମହାନ ପର୍ବର ସୁଗମ ପରିଚାଳନା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ), ଜିଲ୍ଲା ପ୍ରଶାସନ, ପୋଲିସ, ସେବାୟତ ଏବଂ ଦଇତାପତି ନିଯୋଗ ମଧ୍ୟରେ ଉତ୍ତମ ସମନ୍ୱୟ ଜରୁରୀ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଭକ୍ତମାନଙ୍କ ସୁବିଧା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଏବଂ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମ୍ପନ୍ନ କରିବା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ବ୍ୟାରିକେଡିଂ ଏବଂ ସୁରକ୍ଷା କର୍ମୀଙ୍କ ମୁତୟନ ଉପରେ ରଣନୀତି ପ୍ରସ୍ତୁତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର