ପୁଲିସ ଏସଆଇ ପ୍ରଶ୍ନପତ୍ର ଲିକ୍ ମାମଲା: ୧୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

Madhusudan Das Picture
Published On

କଟକ: ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ୱାରା ଆୟୋଜିତ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଜାଲିଆତି ମାମଲାରେ ସଂପୃକ୍ତ ୧୭ଜଣ ଅଭିଯୁକ୍ତଙ୍କୁ ମିଳିଲାନି ଆଶ୍ୱସ୍ତି। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସମସ୍ତ ୧୭ଜଣ ଆବେଦନକାରୀଙ୍କ ଜାମିନ ପ୍ରାର୍ଥନାକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌ ଗୌରୀ ଶଙ୍କର ଶତପଥୀ ଏପରି ନିର୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟ ମାମଲାର ଗମ୍ଭୀରତା ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ ଆସିଥିବା ସଂଗୀନ ଅଭିଯୋଗକୁ ଅନୁଧ୍ୟାନ କରି କୋର୍ଟ କହିଛନ୍ତି ଯେ ଅଭିଯୁକ୍ତମାନେ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କରିବା ପାଇଁ ନକଲି ଦସ୍ତାବିଜ ପ୍ରସ୍ତୁତ କରିବା ସହ ଅସାଧୁ ତଥା ଦୁର୍ନୀତିଗ୍ରସ୍ତ ଉପାୟ ଆପଣାଇଥିଲେ। ମୁନା ମହାନ୍ତି ପୂର୍ବରୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନରେ ରହିଥିବା ବେଳେ ତାଙ୍କୁ ୨୧ ଦିନ ମଧ୍ୟରେ ଆତ୍ମସର୍ମପଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର