ଥାନା ସାମ୍ନାରେ ଟ୍ରାକ୍ଟର ରଖି ଷ୍ଟିୟରିଂରେ ହାତକଡ଼ି ପକାଇଲା ପୋଲିସ, କ'ଣ ଏହାର କାରଣ....

Madhusudan Das Picture
Published On

ଉଦଳା: ଟ୍ରାକ୍ଟରରେ ପଡିଲା ହାତକଡ଼ି। ଟ୍ରାକ୍ଟର ଷ୍ଟିୟରିଂରେ ହାତକଡ଼ି ପକାଇଲା ପୋଲିସ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଶଳଦା ଫାଣ୍ଡିରୁ ଆସିଛି ଏପରି ରୋଚକ ଚିତ୍ର। ଜବତ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ହାତକଡ଼ି ପକାଇ ରଖିଲା ପୋଲିସ। ମାଫିଆଙ୍କ କବଳରୁ ଟ୍ରାକ୍ଟରଟିକୁ ବଞ୍ଚାଇବା ପାଇଁ ଏମିତି ଉପାୟ କରିଛି ପୋଲିସ । ଫାଣ୍ଡି ଆଗରେ ଜବତ ଟ୍ରାକ୍ଟରକୁ ରଖି ସେଥିରେ ପୋଲିସ ହାତକଡ଼ି ପକାଇଛି । ଏଗ୍ରିକଲଚର ଟ୍ରାକ୍ଟରରେ ହେଉଥିଲା ଚୋରା ବାଲି ଚାଲାଣ। ଉଦଳା ଥାନା ଦାମାସାହି ଛକ ରୁ ଟ୍ରାକ୍ଟର ହୋଇଛି ଜବତ। 

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ

ଏଗ୍ରିକଲଚର ପାଇଁ ସରକାରୀ ସ୍ତରରେ ଦିଆଯାଉଥିବା ସୁବିଧାରେ କିଣା ଯାଇଥିବା ଟ୍ରାକ୍ଟରରେ ଚାଲିଥିଲା ଚୋରା ବାଲି ଚାଲାଣ । ଯାହାକୁ ଶୁକ୍ରବାର ବିଳମ୍ବିତ ରାତିରେ କୁଶଳଦା ପୋଲିସ ଦାମାସାହି ଛକ ନିକଟରୁ ଜବତ କରିଥିଲା । ଜବତ ଟ୍ରାକ୍ଟରରେ ଚୋରା ବାଲି ବୋଝେଇ ହୋଇଥିବା ବେଳେ ତାକୁ ଆଣି ଫାଣ୍ଡିରେ ରଖିଥିଲା ପୋଲିସ । ହେଲେ ଫାଣ୍ଡିରେ ପାଚେରୀ ନଥିବାରୁ ଜବତ ଟ୍ରାକ୍ଟରଟିକୁ ମାଫିଆମାନେ ନେଇଯିବାର ସନ୍ଦେହ କରିଥିଲା ପୋଲିସ । ଯାହା ଫଳରେ ଜବତ ଟ୍ରାକ୍ଟରର ଷ୍ଟିୟରିଂରେ ହାତକଡ଼ି ପକାଇଥିଲା ପୋଲିସ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

23 May 2026 By Madhusudan Das

ଥାନା ସାମ୍ନାରେ ଟ୍ରାକ୍ଟର ରଖି ଷ୍ଟିୟରିଂରେ ହାତକଡ଼ି ପକାଇଲା ପୋଲିସ, କ'ଣ ଏହାର କାରଣ....

ଉଦଳା: ଟ୍ରାକ୍ଟରରେ ପଡିଲା ହାତକଡ଼ି। ଟ୍ରାକ୍ଟର ଷ୍ଟିୟରିଂରେ ହାତକଡ଼ି ପକାଇଲା ପୋଲିସ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଶଳଦା ଫାଣ୍ଡିରୁ ଆସିଛି ଏପରି ରୋଚକ ଚିତ୍ର। ଜବତ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ହାତକଡ଼ି ପକାଇ ରଖିଲା ପୋଲିସ। ମାଫିଆଙ୍କ କବଳରୁ ଟ୍ରାକ୍ଟରଟିକୁ ବଞ୍ଚାଇବା ପାଇଁ ଏମିତି ଉପାୟ କରିଛି ପୋଲିସ । ଫାଣ୍ଡି ଆଗରେ ଜବତ ଟ୍ରାକ୍ଟରକୁ ରଖି ସେଥିରେ ପୋଲିସ ହାତକଡ଼ି ପକାଇଛି । ଏଗ୍ରିକଲଚର ଟ୍ରାକ୍ଟରରେ ହେଉଥିଲା ଚୋରା ବାଲି ଚାଲାଣ। ଉଦଳା ଥାନା ଦାମାସାହି ଛକ ରୁ ଟ୍ରାକ୍ଟର ହୋଇଛି ଜବତ। 

ଏଗ୍ରିକଲଚର ପାଇଁ ସରକାରୀ ସ୍ତରରେ ଦିଆଯାଉଥିବା ସୁବିଧାରେ କିଣା ଯାଇଥିବା ଟ୍ରାକ୍ଟରରେ ଚାଲିଥିଲା ଚୋରା ବାଲି ଚାଲାଣ । ଯାହାକୁ ଶୁକ୍ରବାର ବିଳମ୍ବିତ ରାତିରେ କୁଶଳଦା ପୋଲିସ ଦାମାସାହି ଛକ ନିକଟରୁ ଜବତ କରିଥିଲା । ଜବତ ଟ୍ରାକ୍ଟରରେ ଚୋରା ବାଲି ବୋଝେଇ ହୋଇଥିବା ବେଳେ ତାକୁ ଆଣି ଫାଣ୍ଡିରେ ରଖିଥିଲା ପୋଲିସ । ହେଲେ ଫାଣ୍ଡିରେ ପାଚେରୀ ନଥିବାରୁ ଜବତ ଟ୍ରାକ୍ଟରଟିକୁ ମାଫିଆମାନେ ନେଇଯିବାର ସନ୍ଦେହ କରିଥିଲା ପୋଲିସ । ଯାହା ଫଳରେ ଜବତ ଟ୍ରାକ୍ଟରର ଷ୍ଟିୟରିଂରେ ହାତକଡ଼ି ପକାଇଥିଲା ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର