ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲେ ଗ୍ରାମବାସୀ, ୧୦ ଦିନ ପରେ ହାଡ଼ ଓ ପାଉଁଶ ଜବତ

Madhusudan Das Picture
Published On

ତିଗିରିଆ/ବଡ଼ମ୍ୱା: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଗାଁ ଦାଣ୍ଡରେ ହାଣି ଖଣ୍ଡଖଣ୍ଡ କରିଦେଲେ। ପରେ ପ୍ରମାଣ ଲୁଚାଇବା ପାଇଁ ଖଣ୍ଡବିଖଣ୍ଡିତ ମୃତ‌ଦେହକୁ ବସ୍ତାରେ ପୂରାଇ ଜଙ୍ଗଲ ଭିତରେ ଜାଳିଦେଲେ। ଖାଲି ସେତିକି ନୁହେଁ, ଅଧାପୋଡ଼ା ମୃତଦେହର ଅବଶିଷ୍ଟାଂଶ ଏବଂ ହାଡ଼ ଓ ପାଉଁଶକୁ ସେହି ଜଙ୍ଗଲ ମଧ୍ୟରେ ମାଟି ତଳେ ପୋତିଦେଲେ। କଟକ ଜିଲ୍ଲା ଅଧୀନ ବଡ଼ମ୍ୱା ବ୍ଲକ୍‌ ମାଣିଆବନ୍ଧ ଥାନା ଅଧୀନ ତାଳମୁଣ୍ଡଳି ଗ୍ରାମରେ ଏପରି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଗତ ୧୦ ତାରିଖରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଥିବା ବେଳେ ଏବେ ପଦାକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ୨୫ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ବିନିତ ଅଗ୍ରୱାଲ ତିଗିରିଆ ଥାନାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ୪ ଦଫା ଦାବିକୁ ନେଇ ପାତ୍ରପଡା 'ଆମବସ' ଡିପୋରେ କର୍ମଚାରୀଙ୍କ ଆନ୍ଦୋଳନ, ୪୫ଟି ରୁଟରେ ଚାଲୁନି ବସ୍

ମୃତକ ହେଲେ, ତାଳମୁଣ୍ଡଳି ଗ୍ରାମ ହରିଜନସାହିର ଶ୍ୱେତ ବେହେରାଙ୍କ ପୁଅ ଟିକନ ବେହେରା (୩୦)। ସୂଚନାନୁସାରେ, ଟିକନ ଗାଁରେ ଗୁଣିଗାରେଡ଼ି କରୁଥିବା ନେଇ ଗ୍ରାମର କିଛି ଗୋଷ୍ଠୀ ସନ୍ଦେହ କରିଥିଲେ। ଏହି ଆକ୍ରୋଶ ରଖି ଗତ ୧୦ ତାରିଖରେ ଗ୍ରାମର ପ୍ରକାଶ ଦେଉରୀ, ଜୟୀ ଦେଉରୀ, ହଡ଼ା ବେହେରା ଓ ଆକାଶଙ୍କ ସମେତ ୨୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ସ୍ପଷ୍ଟ ଦିବାଲୋକରେ ଟିକନଙ୍କୁ ତାଙ୍କ ଘରୁ ବାହାରକୁ ଡାକି ଆଣିଥିଲେ। କିଛି ବୁଝିବା ପୂର୍ବରୁ ସମସ୍ତେ ମିଳିମିଶି ଘର ସମ୍ମୁଖରେ ହିଁ ବିଭିନ୍ନ ଧାରୁଆ ଅସ୍ତ୍ରରେ ଟିକନଙ୍କୁ ନିର୍ମମ ଭାବେ ହାଣି ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ଖଣ୍ଡଖଣ୍ଡ କରିଦେଇଥିଲେ। ପରେ ରକ୍ତ ଜୁଡୁବୁଡୁ ମୃତଦେହକୁ ଏକ ଅଖା (ବସ୍ତା)ରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଟେକି ନେଇଥିଲେ। ଟିକନଙ୍କ ସ୍ତ୍ରୀ ସମସ୍ତ ଦୃଶ୍ୟ ଆଖି ଆଗରେ ଦେଖିଥିଲେ ମଧ୍ୟ ଭୟରେ ସ୍ତବ୍ଧ ହୋଇ ଘରୁ ବାହାରି ପାରିନଥିଲେ।

ଆହୁରି ପଢ଼ନ୍ତୁ: ସତ୍ୟ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା, ଦୈନିକ ସକାଳ ଖବର କାଗଜ ପୋଡ଼ି

ଅଭିଯୁକ୍ତମାନେ ହତ୍ୟାକାଣ୍ଡ ଘଟାଇବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଜଙ୍ଗଲର ଏକ ନିଛାଟିଆ ସ୍ଥାନରେ ଟିକନଙ୍କ ମୃତଦେହକୁ ବସ୍ତା ସହିତ ପୋଡ଼ି ଦେଇଥିଲେ। ଶେଷରେ ଅଧାପୋଡ଼ା ଅବସ୍ଥାରେ ଥିବା ମୃତଦେହର ଅବଶିଷ୍ଟାଂଶ, ହାଡ଼ ଓ ପାଉଁଶକୁ ସେହି ଜଙ୍ଗଲ ମଧ୍ୟରେ ମାଟି ତଳେ ପୋତି ଦେଇଥିଲେ। ପୁଲିସକୁ କହିଲେ ପରିବାର ନିପାତ କରିଦେବୁ ବୋଲି ହତ୍ୟାକାରୀମାନେ ଧମକ ଦେଇଥିବାରୁ, ଭୟଭୀତ ଅବସ୍ଥାରେ ଟିକନଙ୍କ ପରିବାର ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ମାଣିଆବନ୍ଧ ଅଞ୍ଚଳରେ ଆତ୍ମଗୋପନ କରି ରହିଥିଲେ।

ଆହୁରି ପଢ଼ନ୍ତୁ: ଥାନାରେ ନାବାଳିକାକୁ ଆଇଆଇସିଙ୍କ ଧମକ ପରେ ଚେତାଶୂନ୍ୟ ଘଟଣା: ବିଜେଡି ପକ୍ଷରୁ ମୋରଡ଼ା ଥାନା ଘେରଉ, ୪୮ ଘଣ୍ଟା ଭିତରେ ଥାନା ଅଧିକାରୀଙ୍କ ବଦଳି ଦାବି

ହତ୍ୟାକାଣ୍ଡର ୮ ଦିନ ପରେ ଅର୍ଥାତ୍‌ ଗତ ୧୮ ମେ’ରେ ପରିବାରଲୋକ ସାହସ ଜୁଟାଇ ମାଣିଆବନ୍ଧ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମାଣିଆବନ୍ଧ ଥାନାରେ କେସ ନମ୍ୱର ୯୩/୨୬ ମାମଲା ରୁଜୁ ହେବା ସହ ଗ୍ରାମାଞ୍ଚଳ ଏସପିଙ୍କ ସୂଚନା କ୍ରମେ ପୁଲିସ ତତ୍ପରତା ପ୍ରକାଶ କରିଥିଲା।

ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଶ୍ୱଜିତ ମହାନ୍ତିଙ୍କ ନେତୃତ୍ୱ ଓ ମାଣିଆବନ୍ଧ ଥାନା ଆଇଆଇସି ବିଜୟ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ତାଳମୁଣ୍ଡଳି ଗ୍ରାମର ଅସବର୍ଣ୍ଣ ସାହିରେ ଚଢ଼ଉ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପରେ ପୁଲିସ ଅଭିଯୁକ୍ତଙ୍କ ସୂଚନାକ୍ରମେ ଜଙ୍ଗଲର ସେହି ନିର୍ଦ୍ଦିଷ୍ଟ ସ୍ଥାନରୁ ସାଇଣ୍ଟିଫିକ ଟିମ୍‌ ସହାୟତାରେ ମାଟି ଖୋଳି ମୃତ ଟିକନଙ୍କ ହାଡ଼ ଓ ପାଉଁଶ ଜବତ କରିଛି। ଅଭିଯୁକ୍ତମାନେ ଗୁଣି ସନ୍ଦେହରେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ଏସପିଙ୍କ ନିକଟରେ ସ୍ୱୀକାର କରିଛନ୍ତି।

ଅନ୍ୟପକ୍ଷରେ ଗଣମାଧ୍ୟମ ଆଗରେ କାନ୍ଦିକାନ୍ଦି ମୃତ ଟିକନଙ୍କ ବାପା ଓ ମା’ କହିଛନ୍ତି ଯେ “ମୋ ପୁଅ ପାଠଷାଠ ପଢ଼ିନାହିଁ କି ଗୁଣିଗାରେଡ଼ି ଜାଣି ନାହିଁ। ଆଜି ଯେଉଁ ୨୫ଜଣ ଗିରଫ ହୋଇଛନ୍ତି, ସେମାନେ ସମସ୍ତେ ମୋ ପୁଅର ସାଙ୍ଗସାଥୀ ଥିଲେ ଏବଂ ସବୁବେଳେ ଏକାଠି ଚଳନ୍ତି। ହେଲେ କେଉଁ କାରଣରୁ ସେମାନେ ଏଭଳି ଅମାନୁଷିକ ଭାବେ ପୁଅକୁ ଖଣ୍ଡଖଣ୍ଡ କରି ହାଣି ପୋଡ଼ିଦେଲେ ତାହା ଆମେ ଜାଣିନାହୁଁ।” ଆଇନ ପ୍ରତି ସେମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି ଏବଂ ଏହି ମାମଲାରେ ଗିରଫ ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ପୁଲିସ ମଧ୍ୟ ଘଟଣାରେ ସମ୍ପୃକ୍ତ ଅନ୍ୟ କିଛି ଫେରାର ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି।

20 May 2026 By Madhusudan Das

ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲେ ଗ୍ରାମବାସୀ, ୧୦ ଦିନ ପରେ ହାଡ଼ ଓ ପାଉଁଶ ଜବତ

ତିଗିରିଆ/ବଡ଼ମ୍ୱା: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଗାଁ ଦାଣ୍ଡରେ ହାଣି ଖଣ୍ଡଖଣ୍ଡ କରିଦେଲେ। ପରେ ପ୍ରମାଣ ଲୁଚାଇବା ପାଇଁ ଖଣ୍ଡବିଖଣ୍ଡିତ ମୃତ‌ଦେହକୁ ବସ୍ତାରେ ପୂରାଇ ଜଙ୍ଗଲ ଭିତରେ ଜାଳିଦେଲେ। ଖାଲି ସେତିକି ନୁହେଁ, ଅଧାପୋଡ଼ା ମୃତଦେହର ଅବଶିଷ୍ଟାଂଶ ଏବଂ ହାଡ଼ ଓ ପାଉଁଶକୁ ସେହି ଜଙ୍ଗଲ ମଧ୍ୟରେ ମାଟି ତଳେ ପୋତିଦେଲେ। କଟକ ଜିଲ୍ଲା ଅଧୀନ ବଡ଼ମ୍ୱା ବ୍ଲକ୍‌ ମାଣିଆବନ୍ଧ ଥାନା ଅଧୀନ ତାଳମୁଣ୍ଡଳି ଗ୍ରାମରେ ଏପରି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଗତ ୧୦ ତାରିଖରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଥିବା ବେଳେ ଏବେ ପଦାକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ୨୫ରୁ ଊର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ(ଏସ୍‌ପି) ବିନିତ ଅଗ୍ରୱାଲ ତିଗିରିଆ ଥାନାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ମୃତକ ହେଲେ, ତାଳମୁଣ୍ଡଳି ଗ୍ରାମ ହରିଜନସାହିର ଶ୍ୱେତ ବେହେରାଙ୍କ ପୁଅ ଟିକନ ବେହେରା (୩୦)। ସୂଚନାନୁସାରେ, ଟିକନ ଗାଁରେ ଗୁଣିଗାରେଡ଼ି କରୁଥିବା ନେଇ ଗ୍ରାମର କିଛି ଗୋଷ୍ଠୀ ସନ୍ଦେହ କରିଥିଲେ। ଏହି ଆକ୍ରୋଶ ରଖି ଗତ ୧୦ ତାରିଖରେ ଗ୍ରାମର ପ୍ରକାଶ ଦେଉରୀ, ଜୟୀ ଦେଉରୀ, ହଡ଼ା ବେହେରା ଓ ଆକାଶଙ୍କ ସମେତ ୨୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ସ୍ପଷ୍ଟ ଦିବାଲୋକରେ ଟିକନଙ୍କୁ ତାଙ୍କ ଘରୁ ବାହାରକୁ ଡାକି ଆଣିଥିଲେ। କିଛି ବୁଝିବା ପୂର୍ବରୁ ସମସ୍ତେ ମିଳିମିଶି ଘର ସମ୍ମୁଖରେ ହିଁ ବିଭିନ୍ନ ଧାରୁଆ ଅସ୍ତ୍ରରେ ଟିକନଙ୍କୁ ନିର୍ମମ ଭାବେ ହାଣି ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ଖଣ୍ଡଖଣ୍ଡ କରିଦେଇଥିଲେ। ପରେ ରକ୍ତ ଜୁଡୁବୁଡୁ ମୃତଦେହକୁ ଏକ ଅଖା (ବସ୍ତା)ରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଟେକି ନେଇଥିଲେ। ଟିକନଙ୍କ ସ୍ତ୍ରୀ ସମସ୍ତ ଦୃଶ୍ୟ ଆଖି ଆଗରେ ଦେଖିଥିଲେ ମଧ୍ୟ ଭୟରେ ସ୍ତବ୍ଧ ହୋଇ ଘରୁ ବାହାରି ପାରିନଥିଲେ।

ଅଭିଯୁକ୍ତମାନେ ହତ୍ୟାକାଣ୍ଡ ଘଟାଇବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଜଙ୍ଗଲର ଏକ ନିଛାଟିଆ ସ୍ଥାନରେ ଟିକନଙ୍କ ମୃତଦେହକୁ ବସ୍ତା ସହିତ ପୋଡ଼ି ଦେଇଥିଲେ। ଶେଷରେ ଅଧାପୋଡ଼ା ଅବସ୍ଥାରେ ଥିବା ମୃତଦେହର ଅବଶିଷ୍ଟାଂଶ, ହାଡ଼ ଓ ପାଉଁଶକୁ ସେହି ଜଙ୍ଗଲ ମଧ୍ୟରେ ମାଟି ତଳେ ପୋତି ଦେଇଥିଲେ। ପୁଲିସକୁ କହିଲେ ପରିବାର ନିପାତ କରିଦେବୁ ବୋଲି ହତ୍ୟାକାରୀମାନେ ଧମକ ଦେଇଥିବାରୁ, ଭୟଭୀତ ଅବସ୍ଥାରେ ଟିକନଙ୍କ ପରିବାର ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ମାଣିଆବନ୍ଧ ଅଞ୍ଚଳରେ ଆତ୍ମଗୋପନ କରି ରହିଥିଲେ।

ହତ୍ୟାକାଣ୍ଡର ୮ ଦିନ ପରେ ଅର୍ଥାତ୍‌ ଗତ ୧୮ ମେ’ରେ ପରିବାରଲୋକ ସାହସ ଜୁଟାଇ ମାଣିଆବନ୍ଧ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମାଣିଆବନ୍ଧ ଥାନାରେ କେସ ନମ୍ୱର ୯୩/୨୬ ମାମଲା ରୁଜୁ ହେବା ସହ ଗ୍ରାମାଞ୍ଚଳ ଏସପିଙ୍କ ସୂଚନା କ୍ରମେ ପୁଲିସ ତତ୍ପରତା ପ୍ରକାଶ କରିଥିଲା।

ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଶ୍ୱଜିତ ମହାନ୍ତିଙ୍କ ନେତୃତ୍ୱ ଓ ମାଣିଆବନ୍ଧ ଥାନା ଆଇଆଇସି ବିଜୟ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ତାଳମୁଣ୍ଡଳି ଗ୍ରାମର ଅସବର୍ଣ୍ଣ ସାହିରେ ଚଢ଼ଉ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ପରେ ପୁଲିସ ଅଭିଯୁକ୍ତଙ୍କ ସୂଚନାକ୍ରମେ ଜଙ୍ଗଲର ସେହି ନିର୍ଦ୍ଦିଷ୍ଟ ସ୍ଥାନରୁ ସାଇଣ୍ଟିଫିକ ଟିମ୍‌ ସହାୟତାରେ ମାଟି ଖୋଳି ମୃତ ଟିକନଙ୍କ ହାଡ଼ ଓ ପାଉଁଶ ଜବତ କରିଛି। ଅଭିଯୁକ୍ତମାନେ ଗୁଣି ସନ୍ଦେହରେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ଏସପିଙ୍କ ନିକଟରେ ସ୍ୱୀକାର କରିଛନ୍ତି।

ଅନ୍ୟପକ୍ଷରେ ଗଣମାଧ୍ୟମ ଆଗରେ କାନ୍ଦିକାନ୍ଦି ମୃତ ଟିକନଙ୍କ ବାପା ଓ ମା’ କହିଛନ୍ତି ଯେ “ମୋ ପୁଅ ପାଠଷାଠ ପଢ଼ିନାହିଁ କି ଗୁଣିଗାରେଡ଼ି ଜାଣି ନାହିଁ। ଆଜି ଯେଉଁ ୨୫ଜଣ ଗିରଫ ହୋଇଛନ୍ତି, ସେମାନେ ସମସ୍ତେ ମୋ ପୁଅର ସାଙ୍ଗସାଥୀ ଥିଲେ ଏବଂ ସବୁବେଳେ ଏକାଠି ଚଳନ୍ତି। ହେଲେ କେଉଁ କାରଣରୁ ସେମାନେ ଏଭଳି ଅମାନୁଷିକ ଭାବେ ପୁଅକୁ ଖଣ୍ଡଖଣ୍ଡ କରି ହାଣି ପୋଡ଼ିଦେଲେ ତାହା ଆମେ ଜାଣିନାହୁଁ।” ଆଇନ ପ୍ରତି ସେମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି ଏବଂ ଏହି ମାମଲାରେ ଗିରଫ ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ପୁଲିସ ମଧ୍ୟ ଘଟଣାରେ ସମ୍ପୃକ୍ତ ଅନ୍ୟ କିଛି ଫେରାର ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର