ଚୀନର କୋଇଲା ଖଣିରେ ଭୟାବହ ଗ୍ୟାସ୍ ବିସ୍ଫୋରଣ, ୯୦ ମୃତ

Madhusudan Das Picture
Published On

ନୂଆଦିଲ୍ଲୀ: ଉତ୍ତର ଚୀନର ଏକ କୋଇଲା ଖଣିରେ ଭୟାବହ ଗ୍ୟାସ ବିସ୍ଫୋରଣ ଘଟି ଅତି କମରେ ୯୦ ଜଣଙ୍କର ମୃତ୍ୟୁ ଘଟିଛି। ଶତାଧିକ ଉଦ୍ଧାରକାରୀ ଘଟଣାସ୍ଥଳରେ ନିୟୋଜିତ ହୋଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିସ୍ଫୋରଣ ବେଳେ କାମ କରୁଥିଲେ ପ୍ରାୟ ୨୪୭ ଶ୍ରମିକ । ଏବେ ବି ଅନେକ ଶ୍ରମିକ ଫସି ରହିଥିବା ସୂଚନା ରହିଛି ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଗତ ଶୁକ୍ରବାର ଦିନ ଚୀନର ଶାନସି ପ୍ରଦେଶର (Shanxi Province) କିନ୍‌ୟୁଆନ୍ କାଉଣ୍ଟିରେ ଥିବା ଲିୟୁଶେନୟୁ କୋଇଲା ଖଣିରେ (Liushenyu coal mine) ଏହି ବିସ୍ଫୋରଣ ଘଟିଥିଲା। ଶନିବାର ସୁଦ୍ଧା ଚୀନର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ପକ୍ଷରୁ ୬ଟି ଜାତୀୟ ଖଣି ଜରୁରୀକାଳୀନ ଉଦ୍ଧାରକାରୀ ଦଳର ମୋଟ ୩୪୫ ଜଣ କର୍ମଚାରୀଙ୍କୁ ସହାୟତା ପାଇଁ ମୁତୟନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତୁରନ୍ତ ପ୍ରତିକ୍ରିୟା ରଖିଛନ୍ତି। ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବାକୁ ଅଧିକାରୀମାନଙ୍କୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ସହ ଏହି ବିସ୍ଫୋରଣର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଶାନସି ପ୍ରଦେଶ ହେଉଛି ଚୀନର କୋଇଲା ଶିଳ୍ପର କେନ୍ଦ୍ରସ୍ଥଳ ଏବଂ ଏଠାରେ ଖଣି ଦୁର୍ଘଟଣାର ଏକ ଲମ୍ବା ଇତିହାସ ରହିଛି। ଗତ କିଛି ବର୍ଷ ମଧ୍ୟରେ ସୁରକ୍ଷା ମାନଦଣ୍ଡକୁ ଅଧିକ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଏଭଳି ପ୍ରାଣଘାତୀ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ଏହା ପୂର୍ବରୁ ୨୦୨୫ ମସିହା ଆରମ୍ଭରେ ସାନ୍ସି ପ୍ରଦେଶର ଝେନପିଙ୍ଗ କାଉଣ୍ଟିରେ ମଧ୍ୟ ଏକ ଭୂଗର୍ଭସ୍ଥ ଟନେଲ୍ ଭୁଶୁଡ଼ି ପଡ଼ିବାରୁ ୩ ଜଣ ଶ୍ରମିକ ଫସି ଯାଇଥିଲେ। ସମ୍ପ୍ରତି ଘଟିଥିବା ଏହି କିନ୍‌ୟୁଆନ୍ ଦୁର୍ଘଟଣାକୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଚୀନର ଅନ୍ୟତମ ବଡ଼ ଖଣି ଦୁର୍ଘଟଣା ବୋଲି କୁହାଯାଉଛି। ଭୂଗର୍ଭରେ ଫସି ରହିଥିବା ଅନ୍ୟମାନଙ୍କୁ ନକାଢିବା ପର୍ଯ୍ୟନ୍ତ ମୃତାହତଙ୍କ ପ୍ରକୃତ ସଂଖ୍ୟା ଆକଳନ କରିବା କଷ୍ଟକର ହେବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର