ଭୁବନେଶ୍ୱର ଖୋଲିବ SEBI ର ନୂଆ ବ୍ରାଞ୍ଚ ଅଫିସ: ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ
ଭୁବନେଶ୍ୱର: ଭୁବନେଶ୍ୱର ଖୋଲିବ SEBI( Securities and Exchange bourd of india )ର ନୂଆ ବ୍ରାଞ୍ଚ ଅଫିସ I ଏହା ପୂର୍ବ ଭାରତରେ ସେବିର ପ୍ରଥମ କାର୍ଯ୍ୟାଳୟ ହେବ। ଏନେଇ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସେବି ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ । ଆସୋସିଏସନ ଅଫ ମ୍ୟୁଚୁଆଲ ଫଣ୍ଡ ଅଫ ଇଣ୍ଡିଆର ଏକ କର୍ମଶାଳାରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ସେବି ଅଧ୍ୟକ୍ଷ ।
ଓଡିଶାରେ SIP ର ଚାହିଦା ବଢ଼ିଛି I ୧୦ ବର୍ଷରେ ୧୦ ଗୁଣା ଅଧିକ SIP ଇନଭେଷ୍ଟମେଣ୍ଟ ବୃଦ୍ଧି ପାଇଛି। ହେଲେ ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଏବେ ବି ଓଡିଶା ପଛରେ ରହିଛି। ତେଣୁ ଏହାକୁ ବୃଦ୍ଧି କରିବା ପାଇଁ ସେବୀ ଅଣ୍ଟା ଭିଡ଼ିଛି। ଓଡିଶାରେ municipality bond କୁ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କୁ ସେବୀ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ୩୪ଟି ସହରରେ ଏହି bond ଆରମ୍ଭ ହୋଇଛି ଆଗକୁ ଏହାର ଚାହିଦା ବୃଦ୍ଧିପାଇବ । ତେଣୁ ଓଡିଶା ସମିତ ବିଭିନ୍ନ ରାଜ୍ୟ ସରକାରଙ୍କୁ ଏହି bond ଆରମ୍ଭ କରିବା ପାଇଁ ସେବୀ ପକ୍ଷରୁ ପରାମର୍ଶ ଦିଆଯାଇଛି । ଓଡ଼ିଶାରେ ଲୋକଙ୍କ ଆଗ୍ରହ ସୃଷ୍ଟି ହୋଇଥିବାରୁ ନିବେଶକୁ ବୃଦ୍ଧି କରିବା ସହ ଏଥିରେ ହେଉଥିବା ଅନିୟମିତାକୁ ରୋକିବା ପାଇଁ ଖୁବଶୀଘ୍ର ଭୁବନେଶ୍ୱରରେ ସେବୀର ଏକ ବ୍ରାଞ୍ଚ କାର୍ଯ୍ୟଳୟ ଆରମ୍ଭ ହେବାକୁ ଯାଉଛି। ଆଜି ସେ ନେଇ ଏକ MOU ସ୍ବାକ୍ଷର ହେଉଥିବା ବେଳେ କିଛି ମାସ ମଧ୍ୟରେ ତାହା ଆରମ୍ଭ ହେବ ବୋଲି ସେବୀ ଅଧକ୍ଷ ସୂଚନା ଦେଇଛନ୍ତି ।