ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ

Suryakanta Picture
Published On

ବଲିଉଡର ଯୁବ ଅଭିନେତା ବେଦାଙ୍ଗ ରୈନା ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଦିବଂଗତ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ନାତୁଣୀ ନାଓମିକା ସରନଙ୍କ ସହ ନଜର ଆସିଛନ୍ତି। ଖୁସି କପୁରଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ଏବେ ବେଦାଙ୍ଗଙ୍କ ଜୀବନରେ ନୂଆ ପ୍ରେମର ଏଣ୍ଟ୍ରି ହୋଇଥିବା ନେଇ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଥିଏଟର ବାହାରେ ସ୍ପଟ୍ ହେଲେ ଉଭୟ

ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଏକ ଥିଏଟର ବାହାରେ ବେଦାଙ୍ଗ ଏବଂ ନାଓମିକାଙ୍କୁ ଏକାଠି ସ୍ପଟ୍ କରାଯାଇଥିଲା। ପାପାରାଜିଙ୍କ କ୍ୟାମେରା ଦେଖି ନାଓମିକା ଲାଜେଇ ଯାଇ ନିଜ ମୁହଁ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ବେଦାଙ୍ଗ ହସୁଥିବାର ନଜର ଆସିଥିଲେ। ଉଭୟ ଲିଫ୍ଟ ଭିତରେ ଖୁବ୍ ହସଖୁସିରେ କଥା ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଦୁହିଁଙ୍କ ଡେଟିଂକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

କିଏ ଏହି ନାଓମିକା ସରନ?

ଭାଇରାଲ ଭିଡିଓରେ ଥିବା ନାଓମିକା ସରନ ହେଉଛନ୍ତି ବଲିଉଡର ପ୍ରସିଦ୍ଧ ପରିବାରର ଝିଅ। ସେ ହେଉଛନ୍ତି ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଏବଂ ଡିମ୍ପଲ କପାଡିଆଙ୍କ ସାନ ଝିଅ ରିଙ୍କି ଖାନ୍ନାଙ୍କ କନ୍ୟା। ସମ୍ପର୍କରେ ସେ ଅଭିନେତା ଅକ୍ଷୟ କୁମାରଙ୍କ ଶାଳୀଙ୍କ ଝିଅ। ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର ନାଓମିକା ମ୍ୟାଡକ୍ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏକ ଫିଲ୍ମ ମାଧ୍ୟମରେ ବେଦାଙ୍ଗଙ୍କ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଖୁସି କପୁରଙ୍କ ସହ ହୋଇଥିଲା ବ୍ରେକଅପ୍

ଏହି ନୂଆ ସମ୍ପର୍କ ପୂର୍ବରୁ ବେଦାଙ୍ଗଙ୍କ ନାମ ପ୍ରସିଦ୍ଧ ଅଭିନେତ୍ରୀ ତଥା ଶ୍ରୀଦେବୀଙ୍କ ଝିଅ ଖୁସି କପୁରଙ୍କ ସହ ଯୋଡା ଯାଉଥିଲା। ଉଭୟ 'ଦି ଆର୍ଚିଜ୍' ଫିଲ୍ମରେ ଏକାଠି କାମ କରିବା ପରେ ପରସ୍ପରକୁ ଡେଟ୍ କରୁଥିଲେ। ତେବେ ଦୁଇ ବର୍ଷର ସମ୍ପର୍କ ପରେ ନିକଟରେ ସେମାନଙ୍କର ବ୍ରେକଅପ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ବେଦାଙ୍ଗ ଓ ନାଓମିକାଙ୍କ ଅନ୍-ସ୍କ୍ରିନ୍ ଯୋଡିଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି, ତାଙ୍କ ଅଫ୍-ସ୍କ୍ରିନ୍ କେମେଷ୍ଟ୍ରୀ ମଧ୍ୟ ଦର୍ଶକଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ସୃଷ୍ଟି କରିଛି।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Tadka Bollywood (@tadka_bollywood_)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp