ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ହାଣିଲେ ଦୁଇ ପୁଅ

Madhusudan Das Picture
Published On

ସୋର: ସମ୍ପତ୍ତି ଲୋଭରେ ରକ୍ତ ସଂପର୍କକୁ ଭୁଲିଗଲା ପୁଅ । ଜନ୍ମକଲା ବାପାକୁ ହାଣିଲା ନୃଶଂସ ପୁଅ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁଇ ପୁଅ। କଟୁରି ଚୋଟରେ ବାପା ଗୁରୁତର ହୋଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସୋର କୋର୍ଟ ସମ୍ମୁଖରେ ଘଟିଛି ଏପରି ଅଭାବନୀୟ ଘଟଣା। ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଜଣକ ହେଲେ ତୁଣ୍ଡପଡା ଗ୍ରାମର ଗଣେଶ ବାରିକ। ଆକ୍ରମଣ ପରେ ସାନପୁଅ କ୍ଷୀରୋଦକୁ ସ୍ଥାନୀୟ ଲୋକେ କାବୁ କରି ସୋର ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ବଡ଼ପୁଅ କିରଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସୂଚନା ଅନୁସାରେ, ବାପା ଗଣେଶ ବାରିକ ତାଙ୍କ ଜମିରୁ ଭାଗ ନଦେବାରୁ ଦୀର୍ଘଦିନ ଧରି ବାପା ଓ ଦୁଇ ପୁଅଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଆଜି ମଧ୍ୟାହ୍ନରେ ବଡ଼ପୁଅ କିରଣ କୁମାର ବାରିକ ଓ ସାନପୁଅ କ୍ଷୀରୋଦ କୁମାର ବାରିକ ଗଣେଶଙ୍କୁ ସୋର କୋର୍ଟ ନିକଟକୁ ଡକାଇଥିଲେ । ସେଠାରେ ଜମିବାଡ଼ି ବିବାଦକୁ ନେଇ ବଚସା ହୋଇଥିଲା । ଦୁଇ ପୁଅ ବାପା ଗଣେଶଙ୍କୁ ଏକ ତେଲେଙ୍ଗା କଟୁରୀରେ ଆକ୍ରମଣ କରିଥିଲେ । ଏଥିରେ ଗଣେଶ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର କରାଯାଇଛି । 

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର