ସରକାରଙ୍କ ସତସାହସ ଥିଲେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରନ୍ତୁ : ଇପ୍‌ସିତା ସାହୁ

The Sakala Picture
Published On

ଭୁବନେଶ୍ୱର : ବିଜେପି ସରକାରକୁ ଆସିବାର ୧୫ ମାସ ବିତିଯାଇଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନ କରିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ଥିବା ଅନ୍ତଃକନ୍ଦଳ ଲାଗି କଲେଜ କ୍ୟାମ୍ପସ ଅଶାନ୍ତ ହୋଇଛି ବୋଲି ଅଭିଯୋଗ କରିଛି ବିଜୁ ଛାତ୍ର ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍‌ସିତା ସାହୁ କହିଥିଲେ […]

ଭୁବନେଶ୍ୱର : ବିଜେପି ସରକାରକୁ ଆସିବାର ୧୫ ମାସ ବିତିଯାଇଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନ କରିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ଥିବା ଅନ୍ତଃକନ୍ଦଳ ଲାଗି କଲେଜ କ୍ୟାମ୍ପସ ଅଶାନ୍ତ ହୋଇଛି ବୋଲି ଅଭିଯୋଗ କରିଛି ବିଜୁ ଛାତ୍ର ଜନତା ଦଳ ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍‌ସିତା ସାହୁ କହିଥିଲେ ଯେ, ଚଳିତ ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୧୯ ଜଣ ଛାତ୍ରୀ ଯୌନ ଓ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି । ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଠୁ ଆରମ୍ଭ କରି ବଳଙ୍ଗା, ପଟ୍ଟାମୁଣ୍ଡାଇ, ମାହାଙ୍ଗା, ଗୋପାଳପୁର ଓ ବାଲିହରଚଣ୍ଡୀ ଘଟଣା ଦର୍ଶାଉଛି ଯେ ଏହି ସରକାରରେ ଛାତ୍ରୀମାନେ କିଭଳି ଅସୁରକ୍ଷିତ । ଗତ ୧୫ ମାସରେ ୨୨ ଜଣ ଛାତ୍ରୀ ଆତ୍ମହତ୍ୟା କରିବା ବିଜେପି ସରକାରର ଲଜ୍ଜାଜନକ ଉପଲବ୍ଧି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ଗୋଟିଏ ପଟେ ସରକାର ମଦମୁକ୍ତ ଓଡ଼ିଶା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମାରାଥନ ଆୟୋଜନ କରୁଥିବା ବେଳେ, ଅନ୍ୟ ପଟେ ୭୦ଟି ବନ୍ଦ କରାଯାଇଥିବା ମଦ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଯାହା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି । କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଭୁଶୁଡ଼ି ପଡ଼ିଛି । କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିବା ପାଇଁ କେହି ନାହିଁ । ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ସମନ୍ୱୟର ଘୋର ଅଭାବ ପରିଲକ୍ଷିତ ହେଉଛି । ଏଥିରୁ ଅନୁଭବ ହେଉଛି ଉଚ୍ଚଶିକ୍ଷା ବିଭାଗ ଆଜି ମୁରବୀ ଶୂନ୍ୟ ହୋଇପଡ଼ିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ମୋହନ ସରକାରକୁ ପୂରିଲା ୨ ବର୍ଷ: ଲୋକପ୍ରିୟତା ତଉଲିବ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ

ଇପ୍‌ସିତା ସାହୁ ଆହୁରି କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂଆ-ଓ ସ୍କଲାରସିପ୍ ବ୍ୟବସ୍ଥା କରିଥିଲେ, ଯାହାଦ୍ୱାରା ସବୁ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରିଥିଲେ । ବର୍ତ୍ତମାନର ସରକାର ନାମ ଓ ରଙ୍ଗ ପରିବର୍ତ୍ତନ କରି ଅନେକ ଯୋଜନା କରୁଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନେ ସ୍କଲାରସିପ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ଛାତ୍ର ସଂସଦ ନିର୍ବାଚନ ପାଇଁ ସରକାର ସକାରାତ୍ମକ ଥିବା କଥା ଉଚ୍ଚଶିକ୍ଷା ମନ୍ତ୍ରୀ ବାରମ୍ବାର ମିଡିଆରେ କହୁଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି । ଯଦି ସତସାହସ ଅଛି, ସରକାର ଆଗାମୀ ଏକ ସପ୍ତାହ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ଇପ୍‌ସିତା ସାହୁ ଆହ୍ୱାନ ଦେଇଛନ୍ତି । ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଫଟୋ ଥିବା ଆଇକାର୍ଡ ପକାଇ ପ୍ରତ୍ୟେକ କ୍ୟାମ୍ପସରେ ଛାତ୍ରୀ ସୁରକ୍ଷା ପାଇଁ ରାଜରାସ୍ତାରେ ରାଜ୍ୟ ସରକାର ବିରୁଦ୍ଧରେ ଲଢ଼େଇ ଜାରି ରଖିବ ବୋଲି ଇପ୍‌ସିତା ସାହୁ କହିଛନ୍ତି।

22 Sep 2025 By The Sakala

ସରକାରଙ୍କ ସତସାହସ ଥିଲେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରନ୍ତୁ : ଇପ୍‌ସିତା ସାହୁ

ଭୁବନେଶ୍ୱର : ବିଜେପି ସରକାରକୁ ଆସିବାର ୧୫ ମାସ ବିତିଯାଇଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନ କରିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି । ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ଥିବା ଅନ୍ତଃକନ୍ଦଳ ଲାଗି କଲେଜ କ୍ୟାମ୍ପସ ଅଶାନ୍ତ ହୋଇଛି ବୋଲି ଅଭିଯୋଗ କରିଛି ବିଜୁ ଛାତ୍ର ଜନତା ଦଳ ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍‌ସିତା ସାହୁ କହିଥିଲେ ଯେ, ଚଳିତ ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୧୯ ଜଣ ଛାତ୍ରୀ ଯୌନ ଓ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି । ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଠୁ ଆରମ୍ଭ କରି ବଳଙ୍ଗା, ପଟ୍ଟାମୁଣ୍ଡାଇ, ମାହାଙ୍ଗା, ଗୋପାଳପୁର ଓ ବାଲିହରଚଣ୍ଡୀ ଘଟଣା ଦର୍ଶାଉଛି ଯେ ଏହି ସରକାରରେ ଛାତ୍ରୀମାନେ କିଭଳି ଅସୁରକ୍ଷିତ । ଗତ ୧୫ ମାସରେ ୨୨ ଜଣ ଛାତ୍ରୀ ଆତ୍ମହତ୍ୟା କରିବା ବିଜେପି ସରକାରର ଲଜ୍ଜାଜନକ ଉପଲବ୍ଧି ।

ଗୋଟିଏ ପଟେ ସରକାର ମଦମୁକ୍ତ ଓଡ଼ିଶା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମାରାଥନ ଆୟୋଜନ କରୁଥିବା ବେଳେ, ଅନ୍ୟ ପଟେ ୭୦ଟି ବନ୍ଦ କରାଯାଇଥିବା ମଦ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଯାହା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି । କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ଭୁଶୁଡ଼ି ପଡ଼ିଛି । କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିବା ପାଇଁ କେହି ନାହିଁ । ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ସମନ୍ୱୟର ଘୋର ଅଭାବ ପରିଲକ୍ଷିତ ହେଉଛି । ଏଥିରୁ ଅନୁଭବ ହେଉଛି ଉଚ୍ଚଶିକ୍ଷା ବିଭାଗ ଆଜି ମୁରବୀ ଶୂନ୍ୟ ହୋଇପଡ଼ିଛି ।

ଇପ୍‌ସିତା ସାହୁ ଆହୁରି କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂଆ-ଓ ସ୍କଲାରସିପ୍ ବ୍ୟବସ୍ଥା କରିଥିଲେ, ଯାହାଦ୍ୱାରା ସବୁ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରିଥିଲେ । ବର୍ତ୍ତମାନର ସରକାର ନାମ ଓ ରଙ୍ଗ ପରିବର୍ତ୍ତନ କରି ଅନେକ ଯୋଜନା କରୁଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନେ ସ୍କଲାରସିପ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ଛାତ୍ର ସଂସଦ ନିର୍ବାଚନ ପାଇଁ ସରକାର ସକାରାତ୍ମକ ଥିବା କଥା ଉଚ୍ଚଶିକ୍ଷା ମନ୍ତ୍ରୀ ବାରମ୍ବାର ମିଡିଆରେ କହୁଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି । ଯଦି ସତସାହସ ଅଛି, ସରକାର ଆଗାମୀ ଏକ ସପ୍ତାହ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ଇପ୍‌ସିତା ସାହୁ ଆହ୍ୱାନ ଦେଇଛନ୍ତି । ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଫଟୋ ଥିବା ଆଇକାର୍ଡ ପକାଇ ପ୍ରତ୍ୟେକ କ୍ୟାମ୍ପସରେ ଛାତ୍ରୀ ସୁରକ୍ଷା ପାଇଁ ରାଜରାସ୍ତାରେ ରାଜ୍ୟ ସରକାର ବିରୁଦ୍ଧରେ ଲଢ଼େଇ ଜାରି ରଖିବ ବୋଲି ଇପ୍‌ସିତା ସାହୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର