ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର ଘଟଣା: କ୍ୟାପିଟାଲ ଥାନାରେ ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଅଟକ

Madhusudan Das Picture
Published On

ଭୁବନେଶ୍ୱର: ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି ଷଡଯନ୍ତ୍ର  ଘଟଣାରେ ବଡ଼ ଅପଡେଟ । ଯନ୍ତ୍ରୀଙ୍କୁ ଅଟକ ରଖିଲା କ୍ୟାପିଟାଲ ଥାନା ପୋଲିସ। ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଙ୍କୁ ଅଟକ ରଖି ପଚରାଉଚରା ଜାରି । ଉପବାଚସ୍ପତିଙ୍କ ଏତଲା ଆଧାରରେ ଦୁଇ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଓଡିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତ ନକଲ କରି ଅଡ଼ୁଆରେ ପଡ଼ିଥିଲେ ୨ ସହକାରୀ ଯନ୍ତ୍ରୀ । ସେମାନେ ହେଲେ ବାଂଶପାଳ ବ୍ଲକ ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଓ ହରିଚନ୍ଦନପୁର ବ୍ଲକର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ । ଦୁହିଁଙ୍କ ବିରୋଧରେ ଆସିଥିଲା ଗୁରୁତର ଅଭିଯୋଗ। ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଏ ସମ୍ପର୍କରେ ଜଣାଇବା ପରେ ମାମଲା ରୁଜୁ କରିଥିଲା କ୍ୟାପିଟାଲ ଥାନା ପୋଲିସ । ପୋଲିସ ଏଭଳି ଏକ ଅଭିଯୋଗ ପାଇବା ପରେ ଏତଲା ରୁଜୁ କରି ଚଳାଇଥିଲା ତଦନ୍ତ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସୂଚନାଯୋଗ୍ୟ, ଉପବାଚସ୍ପତିଙ୍କ କାର୍ଯ୍ୟାଳୟରୁ ସେମାନଙ୍କ ବଦଳି ସୁପାରିଶ ପାଇଁ କୌଣସି ଚିଠି ଜାରି କରାଯାଇ ନଥିଲେ ମଧ୍ୟ ସେମାନେ ଉପବାଚସ୍ପତିଙ୍କ ଅଫିସିଆଲ୍ ଡି.ଓ. ପ୍ୟାଡର ଅପବ୍ୟବହାର କରିବା ସହ ତାଙ୍କର ଜାଲ୍ ଦସ୍ତଖତ କରି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଦାଖଲ କରିଥିବା ଜଣାପଡ଼ିଛି। ଯାହାଫଳରେ ସେମାନଙ୍କର ବଦଳି ସହଜରେ ହୋଇପାରିବ। ବିଧାନସଭା ଉପବାଚସ୍ପତିଙ୍କ କାର୍ଯ୍ୟାଳୟ ଏହି ଜାଲିଆତି ବିଷୟରେ ଅବଗତ ହେବାପରେ ଏନେଇବ ବିଧିବଦ୍ଧ ଭାବେ ଥାନାରେ ମାମଲା ରୁଜୁ ହୋଇଛି। 

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର