ବିଜେପି ବିଧାୟକଙ୍କ ପ୍ରୋତ୍ସାହନରେ ଟିଟିଲାଗଡ଼ରେ ଆତଙ୍କରାଜ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ବିଜେଡି ନେତା ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ହତ୍ୟା ଘଟଣାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଆସାମୀ ଜାମିନରେ ଆସି ପୁଣି ଗୁଣ୍ଡାଗର୍ଦ୍ଦି ଚଲାଇଛନ୍ତି । ସର୍ତ୍ତମୂଳକ ଜାମିନରେ ଆସି ସ୍ଥାନୀୟ ବିଜେପି ବିଧାୟକଙ୍କ ପ୍ରୋତ୍ସାହନରେ ଟିଟିଲାଗଡରେ ଆତଙ୍କରାଜ ଚାଲିଛି। ଟିଟିଲାଗଡ଼ ପୁଲିସ ଥାନା ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାଧାରଣ ସମ୍ପାଦିକ ଟୁକୁନି ସାହୁ କହିଥିଲେ ଯେ ବିଜେଡି ନେତା ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଦଣ୍ଡିତ ଆସାମୀ, ସର୍ବୋଚ୍ଚ ନ୍ୟାୟାଳୟରୁ ସର୍ତ୍ତମୂଳକ ଜାମିନରେ ଆସି ଟିଟିଲାଗଡରେ ପୁଣି କ୍ରାଇମ ସିଣ୍ଡିକେଟ ଚଲାଇଛନ୍ତି। ଜେଲ ଫେରନ୍ତା ଆସାମୀମାନଙ୍କର ଦୌରାତ୍ମ୍ୟ କାରଣରୁ ସାଧାରଣ ଲୋକେ ଥାନାରେ ମାମଲା ଦାୟର କରିବା ପାଇଁ ଭୟ କରୁଛନ୍ତି। 

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ସେହିପରି ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଥିଲେ ଯେ ଟିଟିଲାଗଡରେ ଘଟୁଥିବା ଏହି ଆତଙ୍କରାଜ ପାଇଁ ସ୍ଥାନୀୟ ବିଜେପି ବିଧାୟକ ଦାୟୀ। ତାଙ୍କର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଟିଟିଲାଗଡରେ ଗୁଣ୍ଡାଗର୍ଦ୍ଦି, ବଟି ଆଦାୟ ଓ ଜମି ହଡପ ଚାଲିଛି। ବିଜେଡି ନେତା ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ସର୍ବୋଚ୍ଚ ଅଦାଲତରୁ ସର୍ତ୍ତମୂଳକ ଜାମିନରେ ଆସିଥିବା ଦୁଇ ଜଣ ଅପରାଧୀକୁ କ୍ରାଇମ ସିଣ୍ଡିକେଟ ଚଲାଇବାରେ ସ୍ଥାନୀୟ ବିଜେପି ବିଧାୟକ ସହାୟତା ଦେଉଛନ୍ତି। ଅଦାଲତର ସର୍ତ୍ତ ମୁତାବକ ଟିଟିଲାଗଡ ସହରକୁ ପ୍ରବେଶ ମନା ଥିଲେ ମଧ୍ୟ ଦୁଇ ଆସାମୀ ଗତ ଏକ ବର୍ଷ ଧରି ଟିଟିଲାଗଡରେ ରହି ଆତଙ୍କରାଜ ଚଲାଇ ଆସୁଛନ୍ତି। ଏଥିରେ ସ୍ଥାନୀୟ ପୁଲିସ ନିରବଦ୍ରଷ୍ଟା ସାଜିଛି। ଗତକାଲି ବଲାଙ୍ଗିର ଏସ୍ପି ବ୍ୟକ୍ତିଗତ ଭାବେ ଏହି ମାମଲା ହସ୍ତକ୍ଷେପ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ତେଣୁ ବଲାଙ୍ଗୀର ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଏବଂ ପଶ୍ଚିମାଞ୍ଚଳ ଆଇଜି ତୁରନ୍ତ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସର୍ତ୍ତ ଖିଲାପ ଅଭିଯୋଗରେ ଦୁଇ ଆସାମୀଙ୍କ ଜାମିନ ବାତିଲ କରିବା ପାଇଁ ପଦକ୍ଷେପ ନେବା ସହ ପୀଡିତଙ୍କୁ ଥାନାରେ ଏତଲା ଦାୟର ନକରିବାକୁ ଧମକାଇବା ଅଭିଯୋଗରେ ସ୍ଥାନୀୟ ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେଡି ଦାବି କରିଛି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର