ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣେ ଗିରଫ
କେନ୍ଦ୍ରାପଡା: ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣକୁ ଗିରଫ କଲା ପୋଲିସ । ବିଶ୍ୱଜିତ୍ ମହାପାତ୍ର ନାମକ ଯୁବକଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ୍ । ଏପର୍ଯ୍ୟନ୍ତ ଚାମେଲି ବିବାଦ ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ଚାମେଲିଙ୍କ ମୋବାଇଲ ଛଡ଼ାଇନେବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ପାର୍ଥସାରଥୀ ସାମନ୍ତରାୟ ଓ ହିମାଂଶୁ ପ୍ରଧାନ ଗିରଫ ହୋଇଛନ୍ତି । ବିଡିଓଙ୍କ ଚାମ୍ୱରରେ ୭ ଜଣ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ତିଖିରି ସରପଞ୍ଚ ଚାମେଲି ଓଝା । ତେବେ ଘଟଣାରେ ଆହୁରି କିଛି ଲୋକଙ୍କ ସଂପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।