ମନୋରଞ୍ଜନ
ଓଡ଼ିଶା
ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରି, ନିଲମ୍ୱିତ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା
କେନ୍ଦ୍ରାପଡ଼ା: ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରି । ନିଲମ୍ୱିତ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି । କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ମେରାଇନ ଥାନାର ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ନିଲମ୍ୱନ କରାଯାଇଛି। ତାଙ୍କ ବିରୋଧରେ ଗୁରୁତର ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ଆସିଥିବାରୁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟବିଧି ଆରମ୍ଭ କରାଯାଇଥିବା ସୂଚନା ମିଳିଛି।
ଓଡ଼ିଶା ପୁଲିସ ରାଜ୍ୟ ମୁଖ୍ୟାଳୟ, କଟକରୁ ଜାରି ହୋଇଥିବା କାର୍ଯ୍ୟାଳୟ ଆଦେଶ ଅନୁଯାୟୀ, ତାଳଚୁଆ ମେରାଇନ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ଶୃଙ୍ଖଳାଭଙ୍ଗ ଓ କର୍ତ୍ତବ୍ୟରେ ଚରମ ଅବହେଳା ନେଇ ଅଭିଯୋଗ ଆସିଥିଲା। ଏହାକୁ ଗୁରୁତର ସହ ନେଇ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ତାଙ୍କୁ ତୁରନ୍ତ ନିଲମ୍ୱନ କରିଥିବା ଆଦେଶରେ ଉଲ୍ଲେଖ ରହିଛି। ପୁଲିସ ନିୟମାବଳୀ-୧୯୪୦ର ଧାରା ୮୪୦ ଅନୁଯାୟୀ ଏହି ନିଲମ୍ୱନ ଆଦେଶ ଜାରି କରାଯାଇଛି। ନିଲମ୍ୱନ ଅବଧି ମଧ୍ୟରେ ସେ କଟକ ସିଆର୍ ରେଞ୍ଜ ଆଇଜିଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣ ଅଧୀନରେ ରହିବେ ବୋଲି ଜଣାପଡ଼ିଛି। ସେହିପରି ନିଲମ୍ୱନ ସମୟରେ ନିୟମାନୁସାରେ ସେ ସବସିଷ୍ଟେନ୍ସ ଆଲାଉନ୍ସ ଓ ଅନ୍ୟାନ୍ୟ ଭତ୍ତା ପାଇବେ ବୋଲି ଆଦେଶରେ ଉଲ୍ଲେଖ କରାଯାଇଛି। ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ା ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଶୃଙ୍ଖଳା ଓ ଦାୟିତ୍ୱ ପ୍ରତି ପୁଲିସ ବିଭାଗର କଡ଼ା ଆଭିମୁଖ୍ୟ ପୁଣିଥରେ ସାମ୍ନାକୁ ଆସିଛି।