କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ଖସିଲା ପାରଦ, ୨୭ ଡିଗ୍ରୀକୁ ଖସିଲା ହିଟ୍ ଇଣ୍ଡେକ୍ସ

Madhusudan Das Picture
Published On

ଭୁବନେଶ୍ୱର: ଗତ ୧୦ ଦିନ ଧରି ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ସନ୍ତୁଳି ହେବା ପରେ ରାଜଧାନୀ ବାସିନ୍ଦାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମେ ୨୮ ତାରିଖ ସକାଳ ୫:୩୦ ସୁଦ୍ଧା ରାଜଧାନୀର ହିଟ୍ ଇଣ୍ଡେକ୍ସ ବା ତାପମାତ୍ରା ସୂଚକାଙ୍କ ଖସିଆସି ୨୭ ଡିଗ୍ରୀ ସେଲସିୟସରେ ପହଞ୍ଚିଛି, ଯାହାକି ଚଳିତ ମାସର ସର୍ବୋଚ୍ଚ ରେକର୍ଡଠାରୁ ପ୍ରାୟ ୧୭ ଡିଗ୍ରୀ କମ୍।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମେ ୧୯ ରୁ ୨୭ ତାରିଖ ମଧ୍ୟରେ ରାଜଧାନୀର ହିଟ୍ ଇଣ୍ଡେକ୍ସ ଅଧିକାଂଶ ଦିନ ୪୦ ରୁ ୪୪ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା। ବିଶେଷକରି ମେ ୨୨ ତାରିଖରେ ଏହା ସର୍ବୋଚ୍ଚ ୪୪ ଡିଗ୍ରୀ ଛୁଇଁଥିଲା, ଯାହା ଅତ୍ୟନ୍ତ କଷ୍ଟଦାୟକ ଥିଲା। ତେବେ ଗତକାଲି ସନ୍ଧ୍ୟାରେ ଆସିଥିବା କାଳବୈଶାଖୀ ପ୍ରଭାବରେ ଥଣ୍ଡା ପବନ ବହିବା ସହ ଆକାଶ ମେଘାଚ୍ଛନ୍ନ ରହିବା ଏବଂ ବର୍ଷା ହେବା କାରଣରୁ ଏହି ବଡ଼ ଆଶ୍ୱସ୍ତି ମିଳିଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବୁଧବାର ସନ୍ଧ୍ୟାରେ ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସମୟରେ କଳାହାଣ୍ଡିଆ ମେଘ ଆକାଶକୁ ଢାଙ୍କି ଦେବା ସହ ପ୍ରବଳ ବେଗରେ ପବନ, ଘଡ଼ଘଡ଼ି, ବିଜୁଳି ଏବଂ ପ୍ରବଳ ବର୍ଷା ହୋଇଥିଲା। ଏହି ଅଚାନକ ଝଡ଼ବର୍ଷା ଯୋଗୁଁ କିଛି ସ୍ଥାନରେ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିବା ଖବର ମିଳିଛି। ତଥାପି, ଅସହ୍ୟ ଗରମ ଓ ଗୁମଗୁମିରୁ ମୁକ୍ତି ପାଇଥିବାରୁ ରାଜ୍ୟବାସୀ ଏହି ବର୍ଷାକୁ ସ୍ୱାଗତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ପାଣିପାଗ ବିଶେଷଜ୍ଞଙ୍କ ମତରେ ପାଗରେ ଦେଖାଦେଇଥିବା ଏହି ପରିବର୍ତ୍ତନ ମୌସୁମୀ ଆସିବାର ପୂର୍ବ ପ୍ରସ୍ତୁତି ବା ଏକ ସଂକ୍ରମଣ କାଳକୁ ସୂଚାଉଛି। ତେବେ ଆଗାମୀ ଦିନରେ ତାପମାତ୍ରାରେ ପୁଣି ଥରେ ଉତ୍ଥାନ-ପତନ ଦେଖାଯିବାର ସମ୍ଭାବନା ଥିବାରୁ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର