ଭାରସାମ୍ୟ ହରାଇ ଦୋକାନକୁ ମାଡ଼ିଗଲା ପିକଅପ ଭ୍ୟାନ୍, ଜଣେ ମୃତ

Madhusudan Das Picture
Published On

ରାଇରଙ୍ଗପୁର: ଭାରସାମ୍ୟ ହରାଇ ଦୋକାନକୁ ମାଡ଼ିଗଲା ପିକଅପ । ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ବହଳଦା ଥାନା ୨୨୦ନଂ ଜାତୀୟ ରାଜପଥ ବାନାଡୁଙ୍ଗୁରି ଗ୍ରାମରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ଦୋକାନ ଘର ଭିତରକୁ ମାଡ଼ିଗଲା ଏକ ପିକଅଫ ଭ୍ୟାନ। ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଦୋକାନ ମାଲିକ ଛବିରାଣି ଦତ୍ତ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇବା ପରେ ଗାଡ଼ି ଚାଳକ ସେଠାରୁ ଫେରାର ହୋଇଯାଇଛି। ଖବର ପାଇ ବହଳଦା ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। 

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର