ବାଲିଅନ୍ତା ବର୍ବର କାଣ୍ଡ: କ୍ରାଇମବ୍ରାଞ୍ଚ ହାତରେ ସୌମ୍ୟ ହତ୍ୟା ମାମଲାର ଆଉ ଜଣେ ମୁଖ୍ୟ ଅଭିଯୁକ୍ତ

Madhusudan Das Picture
Published On

ଭୁବନେଶ୍ୱର: ବାଲିଅନ୍ତା ବର୍ବର କାଣ୍ଡ  ଓ ଭିଡ଼ ହିଂସା ମାମଲା । ବାଲିଅନ୍ତାର ଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ଆଉ ଏକ ବଡ଼ ସଫଳତା । ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତ ଜଣକ ହେଲା ଅଶୋକ ଜେନା ଓରଫ ଗେଡ଼ । ଅଶୋକର ଘର କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱରଗଡା । ବୟସ ୪୫ ବର୍ଷ। ପଟିଆ ସ୍ଥିତ ହୋଟେଲ 'ରିଗାଲ ଷ୍ଟେ'ରେ ଲୁଚିଥିବା ବେଳେ କାବୁ କରିଛି କ୍ରାଇମବ୍ରାଞ୍ଚ। ଗିରଫ ପରେ ସାମ୍ନାକୁ ଆସିଛି ଅଭିଯୁକ୍ତର ବର୍ବର କାରନାମା । 

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ତଦନ୍ତରୁ ଜଣାପଡ଼ିଛି ଯେ, ସୋମ୍ୟଙ୍କୁ ନିର୍ମମ ଭାବେ ମାଡ଼ ମାରାଯାଉଥିବା ସମୟରେ ଅଭିଯୁକ୍ତଙ୍କୁ ଅନେକ ଥର ତାଗିଦ୍ କରାଯାଇଥିଲା । ଏଭଳି ମାଡ଼ ମାରିଲେ ଫସିବ ବୋଲି ସତର୍କ କରାଯାଇଥିଲେ ମଧ୍ୟ ସେ କାହାର କଥା ଶୁଣିନଥିଲା । ବରଂ ଗାଳିଗୁଲଜ କରି ଅଧିକ ଉତ୍ତ୍ୟକ୍ତ ହୋଇ ସୋମ୍ୟଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିଚାଲିଥିଲା ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ସେ ନିଜର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍ ଚଢ଼ାଉ କରି ତାକୁ ଗିରଫ କରିଥିଲା । ସୋମ୍ୟ ହତ୍ୟାକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ଏବେବି ଉତ୍ତେଜନା ଲାଗି ରହିଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ଏହି ଘଟଣାରେ ସମୁଦାୟ ୧୭ ଜଣଙ୍କୁ ଗିରଫ କରିଛି । ପୂର୍ବରୁ କମିଶନରେଟ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ କ୍ରାଇମବ୍ରାଞ୍ଚ ଅନ୍ୟ ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର