ବରଗଡ଼ରେ କାଳବୈଶାଖୀର ତାଣ୍ଡବ: ଟଳିପଡ଼ିଲା ଧନୁଯାତ୍ରା ସୌନ୍ଦର୍ଯ୍ୟକରଣ ଗେଟ୍, ୨ ଆହତ

Madhusudan Das Picture
Published On

ବରଗଡ଼: ବରଗଡ଼ରେ କାଳବୈଶାଖୀ ତାଣ୍ଡବ । ଟଳିପଡ଼ିଲା ଧନୁଯାତ୍ରା ଗେଟ୍‌ । ପ୍ରବଳ ପବନ ଓ ବର୍ଷା ଯୋଗୁଁ ସହରର ଥାନା ଛକ ନିକଟରେ ଥିବା ପ୍ରସିଦ୍ଧ ଧନୁଯାତ୍ରା ସୌନ୍ଦର୍ଯ୍ୟକରଣ ଗେଟ୍ ହଠାତ୍ ଭୁସୁଡ଼ି ପଡ଼ିଛି। ଏହି ଅଘଟଣରେ ସେଠାରେ ଛିଡ଼ା ହୋଇଥିବା ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ସୋମବାର ଅପରାହ୍ନରେ ହଠାତ୍ ପାଗ ବଦଳିବା ସହ ପ୍ରବଳ ବେଗରେ ପବନ ବହିଥିଲା ଏବଂ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଏହି ସମୟରେ ଥାନା ଛକ ଭଳି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଥିବା ବିଶାଳ ଧନୁଯାତ୍ରା ଗେଟ୍ ଭୁସୁଡ଼ି ପଡ଼ିଥିଲା। ଗେଟ୍‌ଟି ତଳେ ଖସିପଡ଼ିବା ଯୋଗୁଁ ସ୍ଥାନୀୟ ଲୋକ ଓ ପଥଚାରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ଏହି କାଳବୈଶାଖୀ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ୨ ଜଣଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପ୍ରଶାସନ ପକ୍ଷରୁ ରାସ୍ତା ଅବରୋଧ ହଟାଇବା ସହ କ୍ଷୟକ୍ଷତିର ଆକଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀରେ ମହକିବ ଓଡ଼ିଶାର କୋରାପୁଟ କଫି: ବିଦେଶୀ ଅତିଥି ଚାଖିବେ 'ଟାଇଗର ବ୍ରାଇଟ୍'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର