ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

Madhusudan Das Picture
Published On

କଳାହାଣ୍ଡି: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ RWSS ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ କର୍ଲାଖୁଣ୍ଟା ଗାଁରେ ମଙ୍ଗଳବାର ଏହି ଅଘଟଣ ଘଟିଛି । ସେଣ୍ଟ୍ରିଂ କାଢ଼ିବା ବେଳେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ୩ ମିସ୍ତ୍ରୀ, ଜଣେ ଶ୍ରମିକ, ମାଲିକ ଏବଂ ତାଙ୍କ ପୁଅ ଅଛନ୍ତି। ପ୍ରଥମେ ଜଣେ ମିସ୍ତ୍ରୀ ପାଇଖାନା ଟାଙ୍କି ଭିତରେ ପଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ୫ ଜଣଙ୍କ ଜୀବନ ଚାଲିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅନ୍ୟ ଜଣେ ଗୁରୁତର ଶ୍ରମିକ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ପାରାଦ୍ଵୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଫାଟିଲା ପେଟ୍ରୋଲ ପାଇପ୍, ବୋହିଗଲା ଲକ୍ଷାଧିକ ଲିଟର ପେଟ୍ରୋଲ

26 May 2026 By Madhusudan Das

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

କଳାହାଣ୍ଡି: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । 

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ କର୍ଲାଖୁଣ୍ଟା ଗାଁରେ ମଙ୍ଗଳବାର ଏହି ଅଘଟଣ ଘଟିଛି । ସେଣ୍ଟ୍ରିଂ କାଢ଼ିବା ବେଳେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ୩ ମିସ୍ତ୍ରୀ, ଜଣେ ଶ୍ରମିକ, ମାଲିକ ଏବଂ ତାଙ୍କ ପୁଅ ଅଛନ୍ତି। ପ୍ରଥମେ ଜଣେ ମିସ୍ତ୍ରୀ ପାଇଖାନା ଟାଙ୍କି ଭିତରେ ପଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ୫ ଜଣଙ୍କ ଜୀବନ ଚାଲିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅନ୍ୟ ଜଣେ ଗୁରୁତର ଶ୍ରମିକ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର