ଉତ୍ତରପ୍ରଦେଶରେ ୯ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ କ୍ଷୁବ୍ଧ ଭୂମି ପେଡନେକର: କହିଲେ 'ଆମେ ଏକ ଭଙ୍ଗା ସମାଜର ଶିକାର'

Suryakanta Picture
Published On

ନିକଟରେ ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରେ ଜଣେ ୯ ବର୍ଷର ଦଳିତ ନାବାଳିକାକୁ ଦୁଇ ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଅମାନବୀୟ ଘଟଣାକୁ ନେଇ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଭୂମି ପେଡନେକର ଗଭୀର କ୍ଷୋଭ ଓ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି ଘଟଣାକୁ ଏକ 'ଭଙ୍ଗା ସମାଜର ଶିକାର' ବୋଲି ଅଭିହିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଅଭିନେତା

ଘଟଣାର ବିବରଣୀ

ସୂଚନା ଅନୁଯାୟୀ, ଗତ ମେ' ୨୩ ତାରିଖ ସନ୍ଧ୍ୟାରେ ବଲିଆ ଜିଲ୍ଲାର ହଳଦୀ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ପୀଡ଼ିତା ନାବାଳିକା ଜଣକ ଗାଁ ବାହାରେ ଛେଳି ଚରାଉଥିବା ସମୟରେ ୧୧ ଏବଂ ୧୨ ବର୍ଷର ଦୁଇ ଜଣ ନାବାଳକ ତାଙ୍କୁ ପ୍ରଲୋଭନ ଦେଖାଇ ଡାକି ନେଇଥିଲେ ଏବଂ ତାଙ୍କ ସହ ଯୌନ ନିର୍ଯାତନା ଦେଇଥିଲେ। ପୋଲିସ ନିକଟରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ ଘଟଣା ସମୟରେ ଜାତିଆଣ ଆକ୍ଷେପ ମଧ୍ୟ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆମୀର ଖାନ ଏବଂ ରଣବୀର କପୁରଙ୍କ ଉପରେ ମଧ୍ୟ ନଜର ରଖିଥିଲେ ସୁଟର, ଟାଇଗର ଶ୍ରଫ୍ ମାମଲାରେ ଆହୁରି ୩ ଗିରଫ

ଭୂମିଙ୍କ ତୀବ୍ର ପ୍ରତିକ୍ରିୟା

ଏହି ଘଟଣାରେ ମର୍ମାହତ ହୋଇ ଭୂମି ପେଡନେକର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, "ଦୟାକରି ପଢ଼ନ୍ତୁ! ଜଣେ ୯ ବର୍ଷର ଛୋଟ ଝିଅକୁ ୧୧ ଏବଂ ୧୨ ବର୍ଷର ଦୁଇ ଜଣ ପିଲା ଯୌନ ନିର୍ଯାତନା ଦେଇଛନ୍ତି। ଏସବୁ କ'ଣ ଚାଲିଛି! ଆମ ପିଲାମାନଙ୍କ ସହ ଆମେ ଯାହା କରୁଛୁ, ସେଥିପାଇଁ ଆମେ କାହିଁକି ଭୟଭୀତ ଏବଂ ଲଜ୍ଜିତ ନୋହୁଁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, "ମୋ ପାଇଁ ଉଭୟ ଛୋଟ ଝିଅ ଏବଂ ସେହି ପୁଅମାନେ ଏକ ଭଙ୍ଗା ସମାଜର ଶିକାର।"

ପୂର୍ବରୁ ମଧ୍ୟ ଉଠାଇଛନ୍ତି ସ୍ୱର

ତେବେ ଏହା ପ୍ରଥମ ଥର ନୁହେଁ ଯେ ଭୂମି ସମାଜର ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର ସ୍ୱର ଉତ୍ତୋଳନ କରିଛନ୍ତି। ଏହାପୂର୍ବରୁ ଜାନୁଆରୀ ମାସରେ ଦିଲ୍ଲୀରେ ମଧ୍ୟ ତିନି ଜଣ ନାବାଳକଙ୍କ ଦ୍ୱାରା ଜଣେ ୬ ବର୍ଷର ଶିଶୁକନ୍ୟାକୁ ଗଣଦୁଷ୍କର୍ମ ଘଟଣାରେ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ କଠୋର ଆଇନ ଆଣିବା ସହ ସାମାଜିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ସେ ବାରମ୍ବାର ଦାବି କରିଆସୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp