ରୋଜଗାରର ମାଧ୍ୟମ ସାଜିଛି ‘ବହଲ୍‍ କଢ଼’

The Sakala Picture
Published On

ସୋନପୁର: ସୋନପୁର ପରିବା ବଜାରରେ ବହଲ୍‍ କଢ଼ର ଚାହିଦା ବେଶ ଅଧିକ ରହିଛି। ଏହା କେଜି ପ୍ରତି ୧୨୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଖୁବ୍‍ ସୁଆଦିଆ ଏବଂ ଋତୁକାଳୀନ ପରିବା ହୋଇଥିବାରୁ ଦରକୁ ଖାତିର ନକରି ଅତି ସୋନପୁର ବାସିନ୍ଦା ଏହାକୁ ଆଗ୍ରହର ସହ କିଣି ନେଉଛନ୍ତି। ପରିବା ବ୍ୟବସାୟୀ କାହ୍ନୁଙ୍କ ଅନୁସାରେ, ଯେତେ ପରିମାଣରେ ବହଲ୍‍ କଢ଼ ବଜାରକୁ ଆସିଲେ ମଧ୍ୟ ତାହା ସରିଯାଉଛି। ହାଟରୁ ଘରକୁ ଫେରିଲା […]

ସୋନପୁର: ସୋନପୁର ପରିବା ବଜାରରେ ବହଲ୍‍ କଢ଼ର ଚାହିଦା ବେଶ ଅଧିକ ରହିଛି। ଏହା କେଜି ପ୍ରତି ୧୨୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଖୁବ୍‍ ସୁଆଦିଆ ଏବଂ ଋତୁକାଳୀନ ପରିବା ହୋଇଥିବାରୁ ଦରକୁ ଖାତିର ନକରି ଅତି ସୋନପୁର ବାସିନ୍ଦା ଏହାକୁ ଆଗ୍ରହର ସହ କିଣି ନେଉଛନ୍ତି। ପରିବା ବ୍ୟବସାୟୀ କାହ୍ନୁଙ୍କ ଅନୁସାରେ, ଯେତେ ପରିମାଣରେ ବହଲ୍‍ କଢ଼ ବଜାରକୁ ଆସିଲେ ମଧ୍ୟ ତାହା ସରିଯାଉଛି। ହାଟରୁ ଘରକୁ ଫେରିଲା ବେଳେ ଏହା ଆଉ ଅଦୌ ବଳୁ ନାହିଁ। ସ୍ୱାଦିଷ୍ଟ ଓ ଔଷଧୀୟ ଗୁଣ ଭରି ରହିଥିବାରୁ ଏହି ଜଙ୍ଗଲଜାତ ଦ୍ରବ୍ୟ କିଛି ପରିବାର ପାଇଁ ରୋଜଗାରର ମାଧ୍ୟମ ସାଜିଛି।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ଜଙ୍ଗଲରୁ ବହଲ୍‍ କଢ଼ ସଂଗ୍ରହ କରି ସିଧା ସୋନପୁରକୁ ବିକ୍ରି ପାଇଁ ନେଇ ଆସୁଛନ୍ତି। ସକାଳ ହେଲେ ସୋନପୁରର ବିଭିନ୍ନ ବଜାର ଏହା ଦେଖିବାକୁ ମିଳୁଛି। ବ୍ୟବସାୟୀ ୪ରୁ ୫କିଲୋ ଲେଖାଏଁ ବହଲ୍‍ କଢ଼ ଆଣୁଥିବା ବେଳେ ଏହା ଦିନ ୧୦ଟା ମଧ୍ୟରେ ବିକ୍ରି ହୋଇଯାଉଛି। ସୋନପୁରର ଉଲୁଣ୍ଡା ଜଙ୍ଗଲ, ବାରପାହାଡ ଜଙ୍ଗଲ, ବୌଦ୍ଧ ଜିଲ୍ଲାର ଶଗଡା, କଣ୍ଟାମାଳ ଆଦି ଅଞ୍ଚଳରୁ ଲୋକେ ବହଲ୍‍ କଢି ଆଣି ସୋନପୁରରେ ବିକ୍ରି କରୁଛନ୍ତି। ଫଗୁଣ ମାସ ଆରମ୍ଭରୁ ସୋନପୁର ବଜାରରେ ଉପଲବ୍ଧ ହୋଇଯାଏ ବହଲ୍‍ କଢ଼। ପ୍ରଥମ କିଛି ଦିନ ଏହାର ମୂଲ୍ୟ ଅପେକ୍ଷାକୃତ ଖୁବ ଅଧିକ ରହିଥାଏ। ଚଳିତ ବର୍ଷ ଆରମ୍ଭରୁ ସୋନପୁରରେ ବହଲ୍‍ କଢ଼ କିଲୋ ପ୍ରତି ୪୦୦ଟଙ୍କାରୁ ଅଧିକ ରହିଥିଲା। ବଜାରକୁ ମଧ୍ୟ ବହୁତ କମ୍‍ ଆସୁଥିଲା।
ଧିରେ ଧିରେ ଏହା ଅଧିକ ପରିମାଣରେ ବଜାରରେ ମିଳିବା ପରେ ଏହାର ମୂଲ୍ୟ ହ୍ରାସ ପାଇଥିଲା। ଏହେ ଏହା ୧୨୦ ଟଙ୍କାରେ ବିକ୍ରି ହେୁଛି। ରୋଷେଇରେ ପିଆଜ, ବାଇଗଣ, ଟମାଟୋ ଆଦି ବ୍ୟବହାର ହେଉଥିବାରୁ ବହଲ୍‍ କଢ଼ ସହ ଅନ୍ୟ ପନିପରିବାର ମଧ୍ୟ ବିକ୍ରି ବଢିଥାଏ। ଏହା ପାଟିକୁ ଯେମିତି ସୁଆଦିଆ, ସେମିତି ଏଥିରେ ଔଷଧୀୟ ଗୁଣ ମଧ୍ୟ ଭରି ରହିଥିବା କୁହନ୍ତି କବିରାଜ ସନ୍ତୋଷ କୁମାର ମିଶ୍ର। ଚାଷରୁ କିଛି ଦିନ ବିରତି ପାଇଥିବା ଲୋକେ ଏହି ସମୟରେ ବହଲ୍‍ କଢିକୁ ରୋଜଗାରର ମାଧ୍ୟମ ଭାବେ ବାଛି ନିଅନ୍ତି। ଏହି ଜଙ୍ଗଲଜାତ ଦ୍ରବ୍ୟ କିଛି ଦିନ ପାଇଁ ସାଜେ ପରିବାର ପ୍ରତିପୋଷଣର ମାଧ୍ୟମ।

21 Mar 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର