ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ 

The Sakala Picture
Published On

ଭୁବନେଶ୍ବର : ଆଜି ଦଶମ ଓ ଦ୍ବାଦଶ ଶ୍ରେଣୀର ସି.ବି.ଏସ୍.ଇ ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ବ ହାସଲ କରିଥିବା ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଛାତ୍ରୀ ମାନେ ହେଲେ ଦଶମ ଶ୍ରେଣୀର ଶ୍ରେୟା ପଟ୍ଟନାୟକ ଓ ସ୍ବୟଂଶ୍ରୀ ଗହନ ଏବଂ ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା । ଏମାନେ ସମସ୍ତେ ଭୁବନେଶ୍ବରସ୍ଥିତ ମଦର୍ସ ପବ୍ଲିକ୍‌ ସ୍କୁଲର ଛାତ୍ରୀ। ଶ୍ରେୟା ଦଶମ […]

ଭୁବନେଶ୍ବର : ଆଜି ଦଶମ ଓ ଦ୍ବାଦଶ ଶ୍ରେଣୀର ସି.ବି.ଏସ୍.ଇ ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ବ ହାସଲ କରିଥିବା ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଛାତ୍ରୀ ମାନେ ହେଲେ ଦଶମ ଶ୍ରେଣୀର ଶ୍ରେୟା ପଟ୍ଟନାୟକ ଓ ସ୍ବୟଂଶ୍ରୀ ଗହନ ଏବଂ ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା । ଏମାନେ ସମସ୍ତେ ଭୁବନେଶ୍ବରସ୍ଥିତ ମଦର୍ସ ପବ୍ଲିକ୍‌ ସ୍କୁଲର ଛାତ୍ରୀ। ଶ୍ରେୟା ଦଶମ ଶ୍ରେଣୀରେ ଶତ ପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ବେଳେ ସ୍ବୟଂଶ୍ରୀ ୯୯.୬ ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା ୯୭ ପ୍ରତିଶତ ନମ୍ବର ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବିଭତ୍ସ ହତ୍ୟା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ହାଣିଦେଲେ ଦୁର୍ବୁତ୍ତ !

ଆହୁରି ପଢ଼ନ୍ତୁ: ଆଜି ସକାଳୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା, ୨୩ରୁ ରାଜ୍ୟରେ ଅଧିକ ସକ୍ରିୟ ହେବ ମୌସୁମୀ, ୨୫ ଜିଲ୍ଲାକୁ ସତର୍କ ସୂଚନା

ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କର ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ ପଚାରି ବୁଝିଥିଲେ । ଶ୍ରେୟା ପଟ୍ଟନାୟକ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଇଚ୍ଛା ରଖିଥିବା ବେଳେ, ସ୍ବୟଂଶ୍ରୀ ଜଣେ ବୈଜ୍ଞାନିକ ହେବାକୁ ଚାହାଁନ୍ତି ବୋଲି କହିଥିଲେ । ସେହିପରି ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଚାହାଁନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ । ସ୍କୁଲର ପ୍ରିନସିପାଲ ଓ ଭାଇସ ପ୍ରିନସିପାଲ ମଧ୍ୟ ପିଲାମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ଆହୁରି ପଢ଼ନ୍ତୁ: ଜମିଜମା ବିବାଦକୁ କେନ୍ଦ୍ରକରି ଝିଆରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ଦାଦା

17 Aug 2022 By The Sakala

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ 

ଭୁବନେଶ୍ବର : ଆଜି ଦଶମ ଓ ଦ୍ବାଦଶ ଶ୍ରେଣୀର ସି.ବି.ଏସ୍.ଇ ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ବ ହାସଲ କରିଥିବା ମଦର୍ସ ପବ୍ଲିକ ସ୍କୁଲର ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଛାତ୍ରୀ ମାନେ ହେଲେ ଦଶମ ଶ୍ରେଣୀର ଶ୍ରେୟା ପଟ୍ଟନାୟକ ଓ ସ୍ବୟଂଶ୍ରୀ ଗହନ ଏବଂ ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା । ଏମାନେ ସମସ୍ତେ ଭୁବନେଶ୍ବରସ୍ଥିତ ମଦର୍ସ ପବ୍ଲିକ୍‌ ସ୍କୁଲର ଛାତ୍ରୀ। ଶ୍ରେୟା ଦଶମ ଶ୍ରେଣୀରେ ଶତ ପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ବେଳେ ସ୍ବୟଂଶ୍ରୀ ୯୯.୬ ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା ୯୭ ପ୍ରତିଶତ ନମ୍ବର ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କର ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ ପଚାରି ବୁଝିଥିଲେ । ଶ୍ରେୟା ପଟ୍ଟନାୟକ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଇଚ୍ଛା ରଖିଥିବା ବେଳେ, ସ୍ବୟଂଶ୍ରୀ ଜଣେ ବୈଜ୍ଞାନିକ ହେବାକୁ ଚାହାଁନ୍ତି ବୋଲି କହିଥିଲେ । ସେହିପରି ଦ୍ବାଦଶ ଶ୍ରେଣୀର ଶ୍ରେୟା ଶ୍ରୀପଦା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଚାହାଁନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ । ସ୍କୁଲର ପ୍ରିନସିପାଲ ଓ ଭାଇସ ପ୍ରିନସିପାଲ ମଧ୍ୟ ପିଲାମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର