ମନୋରଞ୍ଜନ
ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଏସପିଙ୍କ ଅତର୍କିତ ଚଢ଼ାଉ: ବିପୁଳ ନିଶାଦ୍ରବ୍ୟ ଓ ନିଷିଦ୍ଧ ସାମଗ୍ରୀ ଜବତ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଆଜି ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅତର୍କିତ ଚଢ଼ାଉ କରାଯାଇଛି। ଏହି ସର୍ଚ୍ଚ ଅପରେସନ୍ ବେଳେ ଜେଲ୍ ପରିସରରୁ ବିପୁଳ ପରିମାଣର ନିଷିଦ୍ଧ ସାମଗ୍ରୀ ଏବଂ ନିଶାଦ୍ରବ୍ୟ ଜବତ ହୋଇଥିବା ଜଣାପଡ଼ିଛି। ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଅପରେସନ୍ କରାଯାଇଥିଲା। ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଜେଲର ବାରାକ୍, ସାଧାରଣ ସ୍ଥାନ, କଏଦୀଙ୍କ ଆସବାବପତ୍ର, ୱାର୍ଡ, ଶଯ୍ୟା ଏବଂ ଶୌଚାଳୟ ଆଦିକୁ ଟିକନିଖି ଯାଞ୍ଚ କରିଥିଲେ।
ଯାଞ୍ଚ ବେଳେ ପୋଲିସ୍ ଟିମ୍ ବିଡ଼ି, ତମାଖୁ, ଗୁଟଖା, ଦିଆସିଲି, ବ୍ଲେଡ୍, ଲାଇଟର୍, ଗଞ୍ଜେଇ ଏବଂ ନିଶା ବଟିକା ଭଳି ଅନେକ ନିଷିଦ୍ଧ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଜବତ ସାମଗ୍ରୀକୁ ପୋଲିସ୍ ନିଜ ହେପାଜତକୁ ନେଇଛି।
ଚଢ଼ାଉ ସମୟରେ ଜେଲର ସାମଗ୍ରିକ ସୁରକ୍ଷା ବ୍ୟବସ୍ଥା, ବିଶେଷକରି ସିସିଟିଭି (CCTV) ଫୁଟେଜ୍, କଏଦୀ ପରିଚାଳନା ଏବଂ ଭିଜିଟର୍ ମନିଟରିଂ ସିଷ୍ଟମର ମଧ୍ୟ ସମୀକ୍ଷା କରାଯାଇଥିଲା। କାରାଗାର ଭିତରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ଜେଲ୍ ନିୟମକୁ କଠୋର ଭାବେ ପାଳନ କରିବାକୁ ଏସପି ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂତ୍ରରୁ ପ୍ରକାଶ ଯେ, କିଛି ଅସାଧୁ କର୍ମଚାରୀଙ୍କ ସହାୟତାରେ ଜେଲ୍ ଭିତରକୁ ନିଶାଦ୍ରବ୍ୟ ଏବଂ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଚୋରାରେ ପ୍ରବେଶ କରୁଥିବା ନେଇ ବହୁଦିନରୁ ଗୁଇନ୍ଦା ସୂଚନା ମିଳୁଥିଲା। ଏହି ଅପରେସନ୍ ସମ୍ପର୍କରେ ଏସପି କହିଛନ୍ତି ଯେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଜେଲ୍ ଭିତରକୁ ଏହିସବୁ ସାମଗ୍ରୀ କିପରି ଆସିଲା, ସେ ନେଇ ଏକ ବିସ୍ତୃତ ତଦନ୍ତ କରାଯିବ। ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ କଏଦୀ, ଜେଲ୍ କର୍ମଚାରୀ କିମ୍ବା ବାହାର ବ୍ୟକ୍ତି— ଯିଏ ବି ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।