ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ବିନା ଅନୁମତିରେ ଫୁଟୁଛି ବାଣ, ଉଚ୍ଚଶବ୍ଦରେ ହନ୍ତସନ୍ତ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ

The Sakala Picture
Published On

ଭୁବନେଶ୍ୱର: ଗତବର୍ଷ ଡିସେମ୍ବର ମାସରୁ କମିସନରେଟ ପୁଲିସ ସହରାଞ୍ଚଳରେ ଆତସବାଜି ପ୍ରଦର୍ଶନ ଉପରେ କଟକଣା ଲଗାଯାଇଥିଲା। କୌଣସି ବ୍ୟକ୍ତି ବାଣ ଫୁଟାଇଲେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାଇ ଦେଇଥିଲା। କିନ୍ତୁ ନିୟମ ପ୍ରଣୟନ କରିବାର କେଇମାସ ପୂରଣ ନ ହେଉଣୁ ଏହି ନିୟମକୁ ଭୁଲିଗଲା କମିସନରେଟ ପୁଲିସ। ଆଉ କଟକଣାକୁ ଉଲ୍ଲଙ୍ଘନ କରାଯାଇ ବିବାହ ରୋଷଣୀରୁ ଆରମ୍ଭ କରି ଧାର୍ମିକ ଶୋଭାଯାତ୍ରାରେ ଫୁଟୁଛି ବାଣ। ଏପରିକି କମିସନରେଟ ପୁଲିସ ଜାରି କରିଥିବା […]

ଭୁବନେଶ୍ୱର: ଗତବର୍ଷ ଡିସେମ୍ବର ମାସରୁ କମିସନରେଟ ପୁଲିସ ସହରାଞ୍ଚଳରେ ଆତସବାଜି ପ୍ରଦର୍ଶନ ଉପରେ କଟକଣା ଲଗାଯାଇଥିଲା। କୌଣସି ବ୍ୟକ୍ତି ବାଣ ଫୁଟାଇଲେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଚେତାଇ ଦେଇଥିଲା। କିନ୍ତୁ ନିୟମ ପ୍ରଣୟନ କରିବାର କେଇମାସ ପୂରଣ ନ ହେଉଣୁ ଏହି ନିୟମକୁ ଭୁଲିଗଲା କମିସନରେଟ ପୁଲିସ। ଆଉ କଟକଣାକୁ ଉଲ୍ଲଙ୍ଘନ କରାଯାଇ ବିବାହ ରୋଷଣୀରୁ ଆରମ୍ଭ କରି ଧାର୍ମିକ ଶୋଭାଯାତ୍ରାରେ ଫୁଟୁଛି ବାଣ। ଏପରିକି କମିସନରେଟ ପୁଲିସ ଜାରି କରିଥିବା ହେଲ୍ପଲାଇନ୍‍ ନମ୍ବରରେ ଯୋଗାଯୋଗ କଲେ ବି ପୁଲିସ ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଏଣୁ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ଅଧା ରାତି ପର୍ଯ୍ୟନ୍ତ ଉଚ୍ଚଶବ୍ଦରେ ବାଣ ଫୁଟୁଥିବାରୁ ଅତିଷ୍ଠ ହୋଇଗଲେଣି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟ ଆସିଗଲାଣି। ତେଣୁ ସେମାନେ ପାଠ ପଢ଼଼ିବା ସମୟରେ ଆତସବାଜି ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେହିପରି ବରିଷ୍ଠ ନାଗରିକମାନେ ବହୁବିଦ୍ଧ ରୋଗରେ ଜୁଝି ହେଉଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା +2 ପରୀକ୍ଷା ଫଳ; ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ

ସେହିପରେ କେବଳ ଆତସବାଜି ନୁହେଁ ବରଂ ଡିଜେ ବଜାଇବା ଉପରେ କଟକଣା ଲଗାଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୬୫ ଡିସିବେଲରୁ ଅଧିକ ଶବ୍ଦରେ ଡିଜେ ବାଜିପାରିବ ନାହିଁ। ତେଣୁ ଡିଜେ ସାଉଣ୍ଡ ଉପରେ କଟକଣା ଜାରି କରାଯାଇଥିଲା। ହେଲେ ସହରରେ ଏବେ ଡିଜେ ବାଜୁଛି। ଏଇତ ଗଲା ଡିଜେ ବାଜିବା କଥା ରାତି ୧୦ ପରେ ରୋଷଣୀକୁ ଅନୁମତି ନାହିଁ। କିନ୍ତୁ ଏହାକୁ ଦଳିଚକଟି ଦେଉଛନ୍ତି ଶୋଭାଯାତ୍ରାରେ ସାମିଲ ହେଉଥିବା ଲୋକେ। ବିଳମ୍ବିତ ରାତି ଯାଏଁ ଡିଜେ ବାଜୁଛି ଓ ମତୁଆଲା ନାଚରେ ମାତୁଛନ୍ତି ବରଯାତ୍ରୀ। ସହରରେ କିଛି ଦିନ ହେବ ଏଭଳି ଆତସବାଜି ଯୋଗୁଁ ସାଧାରଣଲୋକେ ହଇରାଣ ହରକତ ହେବା ସହ ପୁଲିସ ଆଗରେ ଅଭିଯୋଗର ଲମ୍ବା ତାଲିକା ପହଞ୍ଚି ଯାଇଥିଲା। ସହରର ସମସ୍ତ ଅଞ୍ଚଳରେ ନିୟମ ଭାଙ୍ଗି ଆତସବାଜି କରାଯାଉଥିବା ପୁଲିସର ଦୃଷ୍ଟିକୁ ଆସିଛି। ତେଣୁ ନିୟମ ଭାଙ୍ଗୁଥିବା ଉଲ୍ଲଙ୍ଘନକାରୀଙ୍କୁ ସାବାଡ଼ କରିବା ଲାଗି ଅଣ୍ଟା ଭିଡ଼ିଛି କମିସନରେଟ୍‍ ପୁଲିସ। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ଧାର୍ମିକ ଓ ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀଗୁଡିକୁ ସଠିକ୍‍ ଭାବେ ପାଳନ କରାଯାଉନାହିଁ ବୋଲି ଲକ୍ଷ୍ୟ କରାଯାଉଛି। ଉଚ୍ଚଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ସହ ରୋଷଣୀ କରୁଛନ୍ତି। ତେବେ ଏହାକୁ ଆଉ ବରଦାସ୍ତ କରାଯିବନି। ନିର୍ଦ୍ଦେଶାବଳୀ ଅନୁପାଳନ କରୁ ନ ଥିବା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀ ଅପହରଣ ଉଦ୍ୟମ: ମୁଣ୍ଡ ଜାମିନ ରଖି ଟଙ୍କା ମାଗୁଥିଲେ, ୫ଦୁର୍ବୃତ୍ତ ଥାନାରେ ଅଟକ

ବିନା ଅନୁମତିରେ ଫୁଟୁଛି ବାଣ
ସହରରେ ବାଣ ଫୁଟାଇବାକୁ ହେଲେ ପୁଲିସର ଅନୁମତି ଆବଶ୍ୟକ। ହେଲେ ବିବାହ ରୋଷଣୀ ଅବା ଧାର୍ମିକ ଶୋଭାଯାତ୍ରା ଲାଗି ଅନୁମତି ନେଉ ନ ଥିବା ଅଭିଯୋଗ ହେଉଛି। ଏପରିକି ଡିସିପି ମୁଖ୍ୟାଳୟରେ ଥିବା ଲାଇସେନ୍ସ ସେଲ୍‌ଫରେ ଆତସବାଜି ପ୍ରଦର୍ଶନ ଲାଗି ଅନୁମତି ଲାଗି ଆବେଦନ କରୁଥିବା ବ୍ୟକ୍ତିଙ୍କୁ ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି। ସେ ଆତସବାଜି ହେଉ ଅବା ଡିଜେ ବଜାଇବା। ହେଲେ ଡିଜେ ବଜାଇବାର ଅନୁମତି ନେଇ ଉଚ୍ଚଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଉଛନ୍ତି ଅମାନିଆ। ସହରରେ ବିନା ଅନୁମତିରେ ଆତସବାଜି ହେଉଥିଲେ ମଧ୍ୟ ପୁଲିସ ଚୁପ୍‍ ହୋଇ ବସିଛି। ନିୟମ ଭାଙ୍ଗୁଥିବା ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରୁଛି ନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କେବଳ ଘୋଷଣାର ଗୋଟିଏ ଦିନ ପରେ ଧରପଗଡ଼କୁ ଜୋରଦାର କରି ଟଙ୍କା ଆଦାୟ କରୁଛି। ପରେ ପୂରା ଘଟଣାରେ ପଡ଼ିଯାଉଛି ଶିଥଳତା। ତେବେ ଆଗକୁ ବିବାହ ଋତୁ ଆସୁଛି। ଏଣୁ ଏବେ ଠାରୁ କମିସନରେଟ ପୁଲିସ ବେଶ୍‍ ତତ୍ପର ହୋଇଥିବା ଚର୍ଚ୍ଚା ହେଉଛି।

07 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର