ପରପୁରୁଷ ସହ ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀର ଅଶ୍ଳୀଳ ଭିଡ଼ିଓ ଓ ଫଟୋ ଭାଇରାଲ କଲା ସ୍ୱାମୀ

Madhusudan Das Picture
Published On

ବାଲେଶ୍ୱର: ନିଜ ସ୍ତ୍ରୀର ଅଶ୍ଳୀଳ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଗିରଫ ହେଲେ ସ୍ବାମୀ । ପରପୁରୁଷ ସହ ଶାରିରୀକ ସମ୍ପର୍କ ରଖିବାକୁ ସ୍ତ୍ରୀକୁ ବାଧ୍ୟ କଲେ ସ୍ୱାମୀ । ମନା କରିବାରୁ ସ୍ତ୍ରୀର ଅଶ୍ଳୀଳ ଭିଡ଼ିଓ ଓ ଫଟୋ ଭାଇରାଲ କଲା ସ୍ୱାମୀ । ଅଭିଯୋଗ ପରେ ସୈତାନ ସ୍ବାମୀକୁ ବାନ୍ଧିଲା ପୋଲିସ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ଆହୁରି ପଢ଼ନ୍ତୁ: ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ

ସୂଚନା ଅନୁସାରେ, ବାଲିଆପାଳ ଥାନା ପାଳପଡ଼ା ଗ୍ରାମର ପୂଜାରାଣୀ ଗିରିଙ୍କ ସହ ତଳ ଧାନଦା ଗ୍ରାମରେ ବିଶ୍ବନାଥ ଗିରିଙ୍କ ବିବାହ ହୋଇଥିଲା । ତେବେ ବିବାହ ପରେ ସ୍ୱାମୀ ବିଶ୍ବନାଥ ପୂଜାଙ୍କୁ ନେଇ ଜାମସେଦପୁର ଚାଲିଯାଇଥିଲେ । ସେଠାରେ ରହିବା ସମୟରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଏବଂ ଫଟୋ ମୋବାଇଲରେ ରେକର୍ଡ କରି ନେଇଥିଲେ ବିଶ୍ବନାଥ। ପରେ ପତ୍ନୀଙ୍କୁ ଅନ୍ୟ ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବିଶ୍ବନାଥ । ମାତ୍ର ପୂଜା ଏଥିରେ ରାଜି ନହେବାରୁ ବିଶ୍ବନାଥ ତାଙ୍କର ଫଟୋ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଏହା ଜାଣିବା ପରେ ବାଲିଆପାଳ ପୋଲିସ ଏବଂ ବାଲେଶ୍ବର ସାଇବର ଥାନାରେ ଅଭିଯୋଗ କରିଥିଲେ ସ୍ତ୍ରୀ। ପୋଲିସ ଘଟଣାର ତଦନ୍ତ କରିବା ସହ ଜାମସେଦପୁରରୁ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ରିଲ୍ସ ସୁଟିଂ ବେଳେ ବ୍ରାହ୍ମଣୀ ନଦୀରେ ଅଘଟଣ; ରେଳ ପୋଲରୁ ଖସି ଯୁବକ ନିଖୋଜ

20 May 2026 By Madhusudan Das

ପରପୁରୁଷ ସହ ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀର ଅଶ୍ଳୀଳ ଭିଡ଼ିଓ ଓ ଫଟୋ ଭାଇରାଲ କଲା ସ୍ୱାମୀ

ବାଲେଶ୍ୱର: ନିଜ ସ୍ତ୍ରୀର ଅଶ୍ଳୀଳ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଗିରଫ ହେଲେ ସ୍ବାମୀ । ପରପୁରୁଷ ସହ ଶାରିରୀକ ସମ୍ପର୍କ ରଖିବାକୁ ସ୍ତ୍ରୀକୁ ବାଧ୍ୟ କଲେ ସ୍ୱାମୀ । ମନା କରିବାରୁ ସ୍ତ୍ରୀର ଅଶ୍ଳୀଳ ଭିଡ଼ିଓ ଓ ଫଟୋ ଭାଇରାଲ କଲା ସ୍ୱାମୀ । ଅଭିଯୋଗ ପରେ ସୈତାନ ସ୍ବାମୀକୁ ବାନ୍ଧିଲା ପୋଲିସ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ସୂଚନା ଅନୁସାରେ, ବାଲିଆପାଳ ଥାନା ପାଳପଡ଼ା ଗ୍ରାମର ପୂଜାରାଣୀ ଗିରିଙ୍କ ସହ ତଳ ଧାନଦା ଗ୍ରାମରେ ବିଶ୍ବନାଥ ଗିରିଙ୍କ ବିବାହ ହୋଇଥିଲା । ତେବେ ବିବାହ ପରେ ସ୍ୱାମୀ ବିଶ୍ବନାଥ ପୂଜାଙ୍କୁ ନେଇ ଜାମସେଦପୁର ଚାଲିଯାଇଥିଲେ । ସେଠାରେ ରହିବା ସମୟରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଏବଂ ଫଟୋ ମୋବାଇଲରେ ରେକର୍ଡ କରି ନେଇଥିଲେ ବିଶ୍ବନାଥ। ପରେ ପତ୍ନୀଙ୍କୁ ଅନ୍ୟ ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବିଶ୍ବନାଥ । ମାତ୍ର ପୂଜା ଏଥିରେ ରାଜି ନହେବାରୁ ବିଶ୍ବନାଥ ତାଙ୍କର ଫଟୋ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଏହା ଜାଣିବା ପରେ ବାଲିଆପାଳ ପୋଲିସ ଏବଂ ବାଲେଶ୍ବର ସାଇବର ଥାନାରେ ଅଭିଯୋଗ କରିଥିଲେ ସ୍ତ୍ରୀ। ପୋଲିସ ଘଟଣାର ତଦନ୍ତ କରିବା ସହ ଜାମସେଦପୁରରୁ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର