ଓଡ଼ିଶାରେ 'ଗୁଣ୍ଡାରାଜ': ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ବିଶେଷକରି ବ୍ରହ୍ମପୁରରେ ଘଟିଥିବା ଅପରାଧିକ ଘଟଣାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଏକ ଟ୍ୱିଟ୍ ମାଧ୍ୟମରେ ସେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଡ୍ରାଇଭରର ଆତଙ୍କ: ୫-୬ଟି ବାଇକକୁ ଧକ୍କା ଦେଲା କାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ?

ନବୀନ କହିଛନ୍ତି, ବ୍ରହ୍ମପୁର ବଡ଼ବଜାର ସ୍ଥିତ ଅମ୍ବିକା ନଗରରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ କଟୁରୀରେ ନିର୍ମମ ଭାବେ ଆକ୍ରମଣର ଦୃଶ୍ୟ ଅତ୍ୟନ୍ତ ବିଚଳିତ କରିବା ପରି । ଏଇ କିଛି ଦିନ ତଳେ ବ୍ରହ୍ମପୁରରେ ଜଣେ ଯୁବକ ଓ ଯୁବତୀଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ମନରୁ ନ ଲିଭୁଣୁ ପୁଣି ଏପରି ନାରକୀୟ କାଣ୍ଡ ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି। 

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ୍‌ ଅଶାନ୍ତ: କେଉଁଠି ବୋମାମାଡ଼ ତ ଆଉ କେଉଁଠି ପ୍ରାର୍ଥୀଙ୍କୁ ଆକ୍ରମଣ

ସାରା ଓଡ଼ିଶାରେ ଗୁଣ୍ଡାରାଜ୍, ଚାରିଆଡ଼େ ଭୟର ବାତାବରଣ। ପୋଲିସ ଏନକାଉଣ୍ଟରର ଧମକ ଦେବା ପରେ ବି ଅପରାଧୀ ଭୟଶୂନ୍ୟ ହୋଇ ରାଜରାସ୍ତାରେ ଅପରାଧ ଘଟାଇବା ଶାସନ ବ୍ୟବସ୍ଥାର ଅପାରଗତାକୁ ଦର୍ଶାଉଛି ବୋଲି ଟ୍ୱିଟର ଉଲ୍ଲେଖ କରିଛନ୍ତି ନବୀନ । ସ୍ଥିତି ହାତରୁ ଖସିଯିବା ଆଗରୁ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ତଥା ଆଇନର ଶାସନ ବଜାୟ ରଖିବା ପାଇଁ ବଡ଼ ବଡ଼ ଭାଷଣ ଛାଡ଼ି ସରକାର ସଜାଗ ହୁଅନ୍ତୁ କହିଛନ୍ତି ନବୀନ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର