୩ଟି ଛୁଆଙ୍କୁ ଛାଡି ପ୍ରେମିକ ସହ ସ୍ତ୍ରୀ ଛୁ ! ସ୍ତ୍ରୀକୁ ଫେରାଇ ଆଣିବାକୁ ଏସପିଙ୍କ ଦ୍ୱାରସ୍ଥ ସ୍ୱାମୀ...

Madhusudan Das Picture
Published On

ଭଦ୍ରକ: ୩ଟି ଛୁଆଙ୍କୁ ଛାଡି ପ୍ରେମିକ ସହ ପଳେଇଲା ସ୍ତ୍ରୀ । ୫ ଲକ୍ଷରୁ ଅଧିକ ଟଙ୍କା ସହିତ ସୁନା ରୁପା ଧରି ସ୍ତ୍ରୀ ଫେରାର। ଅନ୍ୟ ଜଣେ ଯୁବକଙ୍କ ସହ ସେ ଫେରାର ହୋଇଯାଇଥିବା ସ୍ବାମୀ ଅଭିଯୋଗ ଆଣିଛନ୍ତି । ସ୍ତ୍ରୀକୁ ଫେରାଇ ଆଣିବାକୁ ଥାନାକୁ ଦୌଡ଼ି ଦୌଡ଼ି ସ୍ୱାମୀ ନୟାନ୍ତ। ଶେଷରେ ଭଦ୍ରକ ଏସପିଙ୍କ ପାଖରେ ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ। 

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

ଅଭିଯୋଗ ଅନୁସାରେ, ଗତ ମାର୍ଚ୍ଚ ୩ ତାରିଖରେ ଭଦ୍ରକ ପିରାହାଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁର କରୁଣାକର ଓଝାଙ୍କ ସ୍ତ୍ରୀ ସାବିତ୍ରୀ ଓଝା ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଇ ଆଉ ଫେରି ନଥିଲେ। ପରେ ବହୁ ଖୋଜାଖୋଜି କରି ସାବିତ୍ରୀ ନ ମିଳିବାରୁ ସ୍ୱାମୀ ପିରାହାଟ ଥାନାରେ ସ୍ତ୍ରୀ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। ପୋଲିସ ମାମାଳା ରୁଜୁ କରିଥିଲା । ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି କରୁଣାକର । ଏପରିକି ସାବିତ୍ରୀ ଗାଁରୁ ବିଭିନ୍ନ ଲୋନ କରି ୫ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି । ସାବିତ୍ରୀ ଜଣେ ଯୁବକଙ୍କ ସହିତ ଟଙ୍କା ପଇସା ଧରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ତିନି ପିଲାଙ୍କ ପେଟ ପୋଷଣ କରନ୍ତି । ସ୍ବାମୀଙ୍କୁ କିସ୍ତି ଟଙ୍କା ଫେରାଇବାକୁ ବିଭିନ୍ନ ଆଡୁ ବାଧ୍ୟ କରାଯାଉଛି। ଫେରାର ସ୍ତ୍ରୀକୁ ତୁରନ୍ତ ଠାବ କରି ତାଙ୍କୁ ନ୍ୟାୟ ଦେବାକୁ ଏସପିଙ୍କୁ ଭେଟି ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: ଆଜି ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା, ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

20 May 2026 By Madhusudan Das

୩ଟି ଛୁଆଙ୍କୁ ଛାଡି ପ୍ରେମିକ ସହ ସ୍ତ୍ରୀ ଛୁ ! ସ୍ତ୍ରୀକୁ ଫେରାଇ ଆଣିବାକୁ ଏସପିଙ୍କ ଦ୍ୱାରସ୍ଥ ସ୍ୱାମୀ...

ଭଦ୍ରକ: ୩ଟି ଛୁଆଙ୍କୁ ଛାଡି ପ୍ରେମିକ ସହ ପଳେଇଲା ସ୍ତ୍ରୀ । ୫ ଲକ୍ଷରୁ ଅଧିକ ଟଙ୍କା ସହିତ ସୁନା ରୁପା ଧରି ସ୍ତ୍ରୀ ଫେରାର। ଅନ୍ୟ ଜଣେ ଯୁବକଙ୍କ ସହ ସେ ଫେରାର ହୋଇଯାଇଥିବା ସ୍ବାମୀ ଅଭିଯୋଗ ଆଣିଛନ୍ତି । ସ୍ତ୍ରୀକୁ ଫେରାଇ ଆଣିବାକୁ ଥାନାକୁ ଦୌଡ଼ି ଦୌଡ଼ି ସ୍ୱାମୀ ନୟାନ୍ତ। ଶେଷରେ ଭଦ୍ରକ ଏସପିଙ୍କ ପାଖରେ ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ। 

ଅଭିଯୋଗ ଅନୁସାରେ, ଗତ ମାର୍ଚ୍ଚ ୩ ତାରିଖରେ ଭଦ୍ରକ ପିରାହାଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁର କରୁଣାକର ଓଝାଙ୍କ ସ୍ତ୍ରୀ ସାବିତ୍ରୀ ଓଝା ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଇ ଆଉ ଫେରି ନଥିଲେ। ପରେ ବହୁ ଖୋଜାଖୋଜି କରି ସାବିତ୍ରୀ ନ ମିଳିବାରୁ ସ୍ୱାମୀ ପିରାହାଟ ଥାନାରେ ସ୍ତ୍ରୀ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। ପୋଲିସ ମାମାଳା ରୁଜୁ କରିଥିଲା । ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି କରୁଣାକର । ଏପରିକି ସାବିତ୍ରୀ ଗାଁରୁ ବିଭିନ୍ନ ଲୋନ କରି ୫ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି । ସାବିତ୍ରୀ ଜଣେ ଯୁବକଙ୍କ ସହିତ ଟଙ୍କା ପଇସା ଧରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ତିନି ପିଲାଙ୍କ ପେଟ ପୋଷଣ କରନ୍ତି । ସ୍ବାମୀଙ୍କୁ କିସ୍ତି ଟଙ୍କା ଫେରାଇବାକୁ ବିଭିନ୍ନ ଆଡୁ ବାଧ୍ୟ କରାଯାଉଛି। ଫେରାର ସ୍ତ୍ରୀକୁ ତୁରନ୍ତ ଠାବ କରି ତାଙ୍କୁ ନ୍ୟାୟ ଦେବାକୁ ଏସପିଙ୍କୁ ଭେଟି ଦାବି କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର