ନିଖିଲ ହାଡ଼ପା ହତ୍ୟାକାଣ୍ଡ ଘଟଣା: ବନ୍ଧାହେଲେ ଆଉ ୪ ଅଭିଯୁକ୍ତ, ଗିରଫ ସଂଖ୍ୟା ୧୬କୁ ବୃଦ୍ଧି

Madhusudan Das Picture
Published On

ରାୟଗଡା: ନିଖିଲ ହାଡ଼ପା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ବଡ଼ ସଫଳତା । ଗତ ମେ ୯ତାରିଖରେ ରାୟଗଡା ସହର ଇନ୍ଦିରା କଲୋନୀରେ ଘଟିଥିବା ନିଖିଲ ହାଡ଼ପା ହତ୍ୟାକାଣ୍ଡ ଓ ଫାୟାରିଂ ଘଟଣାରେ ରାୟଗଡା ପୋଲିସ ଆଉ ୪ଜଣଙ୍କୁ ଗିରଫ କରିଛି । ପୂର୍ବରୁ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ, ଏବେ ଆଉ ୪ ଜଣ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗିରଫ କରାଯାଇଛି। ଏହାସହ ମୋଟ ଗିରଫ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଏନେଇ ଜିଲା ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରି ସୂଚନା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ଓଡ଼ିଶା ଲୋକଭବନକୁ 'ପ୍ଲାଟିନମ୍ ଗ୍ରୀନ୍‌ ବିଲ୍ଡିଂ' ମାନ୍ୟତା, ଦେଶର ପ୍ରଥମ ଲୋକଭବନ ଭାବେ ମିଳିଲା ଏହି ସମ୍ମାନଜନକ ପ୍ରମାଣପତ୍ର

ଏହି ଘଟଣାରେ ଫେରାର ଥିବା ୪ ଜଣ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ କର୍ଣ୍ଣାଟକରୁ ଗିରଫ କରିଛି ରାୟଗଡା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଚିଣ୍ଟୁ ଓରଫ ଦେବାଶିଷ ବିଭୋର, ପବନ କାଲ୍ପା ଓ ସାଗର କାଲ୍ପା। ପୋଲିସ ଟିମ୍ ବିଶାଖାପଟ୍ଟଣମରୁ ଗୋଆ ହୋଇ କର୍ଣ୍ଣାଟକର ହୁବଲ୍ଲୀ ପର୍ଯ୍ୟନ୍ତ ପିଛା କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଅଜୟ ଦେବରାପଲ୍ଲୀଙ୍କୁ ଆନ୍ଧ୍ର ପ୍ରଦେଶର ପାଲନାଡୁ ଜିଲ୍ଲାରୁ ଗିରଫ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ, ଗିରଫ ଅଭିଯୁକ୍ତମାନଙ୍କୁ ଆବଶ୍ୟକ ରିମାଣ୍ଡ ପ୍ରକ୍ରିୟାରେ ରାୟଗଡାକୁ ଆଣାଯାଉଛି। ଫେରାର ଅଭିଯୁକ୍ତମାନେ ଦେଶର ବିଭିନ୍ନ ସ୍ଥାନକୁ ପଳାଇ ଯାଇଥିବାରୁ ରାୟଗଡା ପୋଲିସ ପକ୍ଷରୁ ଏକାଧିକ ବିଶେଷ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍‌ଗୁଡ଼ିକ ଦୀର୍ଘ ସମୟ ଧରି ଅଭିଯାନ ଚାଲାଇ ସଫଳତାର ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି। ପ୍ରକାଶ ଥାଉକି ଗତ ୯ ତାରିଖ ଦିନ ଇନ୍ଦିରା ନଗର ଠାରେ ନିଖିଲ ହାଡପାଙ୍କୁ ଗୁଳି କରି ହତ୍ୟା କରିଥିଲେ। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର