ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ପଡିଲା ଫିକା: ଦାଦାକୁ ପଥରରେ ଛେଚି ମାରିଲା ପୁତୁରା

Madhusudan Das Picture
Published On

କେନ୍ଦ୍ରାପଡ଼ା: ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କ ଭୁଲିଗଲା ପୁତୁରା, ଦାଦାକୁ ପଥରରେ ଛେଚି କଲା ହତ୍ୟା । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦାଦାକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ପୁତୁରା । କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ଟାଉନ ଥାନା ଅନ୍ତର୍ଗତ ସାଆନ୍ତସାହିର ବାବୁଲା ବାରିକ ବୋଲି ଜଣାପଡିଛି । ଜମିବାଡ଼ିକୁ ନେଇ ଦୀର୍ଘଦିନ ହେବ ଦାଦା ପୁତୁରାଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା ।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍, ମୋବାଇଲ୍‌ରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ପରାମର୍ଶ

ଗତକାଲି ବିଳମ୍ବିତ ରାତିରେ ବିବାଦ ଉଗ୍ରରୂପ ଧାରଣ କରିଥିଲା । ପ୍ରଥମେ ଦାଦା ପୁତୁରା ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ହାତାହାତି ହୋଇଥିଲେ । ପୁତୁରା ହିମାଂଶୁ ରାଗିଯାଇ ଏକ ପଥରେ ଦାଦା ବାବୁଲାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲା । ହତ୍ୟା ପରେ ପୁତୁରା ହିମାଂଶୁ ବରିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସୋମବାର ସକାଳୁ ୫ଜଣଙ୍କୁ ଉଠାଇ ନେଇଛି ପୁଲିସ । ମୃତକ ବାବୁଲା ବାରିକଙ୍କ ପତ୍ନୀଙ୍କ ଏତଲା ଆଧାରରେ ଦୁଇ ପୁତୁରା ଓ ପୁତୁରା ବୋହୂଙ୍କ ସମେତ ମୃତକଙ୍କ ଭାଉଜଙ୍କୁ ପୁଲିସ୍ ଅଟକ ରଖି ତଦନ୍ତ ଚଳାଇଛି । ମୋଟ୍‌ ୮ଜଣଙ୍କ ନାଁରେ ମାମଲା ହୋଇଥିବା ବେଳେ ଏବେ ବି ଆହୁରି ୩ଜଣ ଅଭିଯୁକ୍ତ ଫେରାର ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଶିଶୁଙ୍କ ଚାଉଳ ଓ ଛତୁଆ ବିକୁଥିଲେ ଅଙ୍ଗନବାଡ଼ି ଦିଦି, ଅଟୋ ସହ ରାସନ ସାମଗ୍ରୀ ଜବତ କଲେ ଗ୍ରାମବାସୀ

25 May 2026 By Madhusudan Das

ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ପଡିଲା ଫିକା: ଦାଦାକୁ ପଥରରେ ଛେଚି ମାରିଲା ପୁତୁରା

କେନ୍ଦ୍ରାପଡ଼ା: ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କ ଭୁଲିଗଲା ପୁତୁରା, ଦାଦାକୁ ପଥରରେ ଛେଚି କଲା ହତ୍ୟା । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦାଦାକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ପୁତୁରା । କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ଟାଉନ ଥାନା ଅନ୍ତର୍ଗତ ସାଆନ୍ତସାହିର ବାବୁଲା ବାରିକ ବୋଲି ଜଣାପଡିଛି । ଜମିବାଡ଼ିକୁ ନେଇ ଦୀର୍ଘଦିନ ହେବ ଦାଦା ପୁତୁରାଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା ।

ଗତକାଲି ବିଳମ୍ବିତ ରାତିରେ ବିବାଦ ଉଗ୍ରରୂପ ଧାରଣ କରିଥିଲା । ପ୍ରଥମେ ଦାଦା ପୁତୁରା ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ହାତାହାତି ହୋଇଥିଲେ । ପୁତୁରା ହିମାଂଶୁ ରାଗିଯାଇ ଏକ ପଥରେ ଦାଦା ବାବୁଲାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲା । ହତ୍ୟା ପରେ ପୁତୁରା ହିମାଂଶୁ ବରିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସୋମବାର ସକାଳୁ ୫ଜଣଙ୍କୁ ଉଠାଇ ନେଇଛି ପୁଲିସ । ମୃତକ ବାବୁଲା ବାରିକଙ୍କ ପତ୍ନୀଙ୍କ ଏତଲା ଆଧାରରେ ଦୁଇ ପୁତୁରା ଓ ପୁତୁରା ବୋହୂଙ୍କ ସମେତ ମୃତକଙ୍କ ଭାଉଜଙ୍କୁ ପୁଲିସ୍ ଅଟକ ରଖି ତଦନ୍ତ ଚଳାଇଛି । ମୋଟ୍‌ ୮ଜଣଙ୍କ ନାଁରେ ମାମଲା ହୋଇଥିବା ବେଳେ ଏବେ ବି ଆହୁରି ୩ଜଣ ଅଭିଯୁକ୍ତ ଫେରାର ରହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର