ସମ୍ପତ୍ତି ଆଗରେ ରକ୍ତ ସମ୍ପର୍କ ପଡିଲା ଫିକା: ଦାଦାକୁ ପଥରରେ ଛେଚି ମାରିଲା ପୁତୁରା

Madhusudan Das Picture
Published On

କେନ୍ଦ୍ରାପଡ଼ା: ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କ ଭୁଲିଗଲା ପୁତୁରା, ଦାଦାକୁ ପଥରରେ ଛେଚି କଲା ହତ୍ୟା । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦାଦାକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ପୁତୁରା । କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଘଟିଛି ଏପରି ଅଭାବନୀୟ ଘଟଣା । ମୃତକ ଟାଉନ ଥାନା ଅନ୍ତର୍ଗତ ସାଆନ୍ତସାହିର ବାବୁଲା ବାରିକ ବୋଲି ଜଣାପଡିଛି । ଜମିବାଡ଼ିକୁ ନେଇ ଦୀର୍ଘଦିନ ହେବ ଦାଦା ପୁତୁରାଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା ।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ କମି ନ ଥିଲା ବେଳେ ଆସୁଛି ପୁଣି ଏକ ଲଘୁଚାପ !

ଗତକାଲି ବିଳମ୍ବିତ ରାତିରେ ବିବାଦ ଉଗ୍ରରୂପ ଧାରଣ କରିଥିଲା । ପ୍ରଥମେ ଦାଦା ପୁତୁରା ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ହାତାହାତି ହୋଇଥିଲେ । ପୁତୁରା ହିମାଂଶୁ ରାଗିଯାଇ ଏକ ପଥରେ ଦାଦା ବାବୁଲାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲା । ହତ୍ୟା ପରେ ପୁତୁରା ହିମାଂଶୁ ବରିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସୋମବାର ସକାଳୁ ୫ଜଣଙ୍କୁ ଉଠାଇ ନେଇଛି ପୁଲିସ । ମୃତକ ବାବୁଲା ବାରିକଙ୍କ ପତ୍ନୀଙ୍କ ଏତଲା ଆଧାରରେ ଦୁଇ ପୁତୁରା ଓ ପୁତୁରା ବୋହୂଙ୍କ ସମେତ ମୃତକଙ୍କ ଭାଉଜଙ୍କୁ ପୁଲିସ୍ ଅଟକ ରଖି ତଦନ୍ତ ଚଳାଇଛି । ମୋଟ୍‌ ୮ଜଣଙ୍କ ନାଁରେ ମାମଲା ହୋଇଥିବା ବେଳେ ଏବେ ବି ଆହୁରି ୩ଜଣ ଅଭିଯୁକ୍ତ ଫେରାର ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ପାଇଁ ବିଜେପି ସରକାରଙ୍କୁ ଦାୟୀ କଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର