ଯୌନ ଅପରାଧ ମାମଲାଗୁଡ଼ିକ ତୁରନ୍ତ ରୁଜୁ କର, ଦୋଷୀଙ୍କୁ କଠୋର ଦଣ୍ଡ ସୁନିଶ୍ଚିତ କର: ପୋଲିସକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିର୍ଦ୍ଦେଶ

Suryakanta Picture
Published On

ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ସୋମବାର ଦିନ ରାଜ୍ୟ ପୋଲିସକୁ ଯୌନ ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହିସବୁ ମାମଲାର ଦ୍ରୁତ ତଦନ୍ତ କରିବା ଏବଂ ଦୋଷୀମାନଙ୍କୁ କଠୋର ଦଣ୍ଡ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସେ କଡ଼ା ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

କୋଏମ୍ବାଟୁର ଘଟଣା ପରେ କଡ଼ା ଆଭିମୁଖ୍ୟ

ନିକଟରେ କୋଏମ୍ବାଟୁରର ସୁଲୁର ଠାରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ତାମିଲନାଡୁରେ ଶୋକ ଏବଂ ଅସନ୍ତୋଷର ବାତାବରଣ ସୃଷ୍ଟି କରିଥିଲା। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ ସେ ମହିଳା ଏବଂ ଶିଶୁମାନଙ୍କ ବିରୋଧରେ ହେଉଥିବା ଅପରାଧ, ମାମଲାଗୁଡ଼ିକର ଫଇସଲା ଏବଂ ପ୍ରତିଷେଧକ ତଥା ସଚେତନତା ମୂଳକ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ତୁରନ୍ତ ତଦନ୍ତ ଏବଂ କଠୋର ଦଣ୍ଡ

ମୁଖ୍ୟମନ୍ତ୍ରୀ ବିଜୟ ପୋଲିସ ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ ହେବା ଆବଶ୍ୟକ। ଏହିଭଳି ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ହେବା ସହ ପ୍ରଭାବଶାଳୀ ଢଙ୍ଗରେ ମୋକଦ୍ଦମା ପରିଚାଳନା କରାଯିବା ଉଚିତ୍। ଅଭିଯୁକ୍ତମାନେ ଯେପରି ଆଇନର ଗଳାବାଟ ଦେଇ ଖସି ନଯାଆନ୍ତି ଏବଂ ସେମାନଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ବିଧାନ କରାଯାଏ, ତାହା ସୁନିଶ୍ଚିତ କରିବାକୁ ସେ ଆଦେଶ ଦେଇଛନ୍ତି। ମହିଳା ଓ ଶିଶୁଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଏହି ନିର୍ଦ୍ଦେଶାବଳୀର ମୂଳ ଲକ୍ଷ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଲିଥୁଆନିଆ ଆକାଶରେ ନାଟୋର ଗର୍ଜନ: ସନ୍ଦିଗ୍ଧ ଡ୍ରୋନକୁ ଗୁଳି କରି ଖସାଇଲା ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର