୮୭୩ କୋଟିର ୯ଟି ନୂତନ ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିର ଅନୁମୋଦନ, ୨୫୧୬ ଜଣଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର : ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଆଜି ଅନୁଷ୍ଠିତ ୧୨୧ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଆଉ ଏକ ଶିଖରରେ ପହଞ୍ଚିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୯ଟି ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯାହା ରାଜ୍ୟର ଅର୍ଥନୈତିକ ଗତିପଥକୁ ତ୍ୱରାନ୍ୱିତ କରିବ ବୋଲି ଆକଳନ କରାଯାଇଛି । ଓଡ଼ିଶା ସରକାର […]
ଭୁବନେଶ୍ୱର : ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଆଜି ଅନୁଷ୍ଠିତ ୧୨୧ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଆଉ ଏକ ଶିଖରରେ ପହଞ୍ଚିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୯ଟି ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯାହା ରାଜ୍ୟର ଅର୍ଥନୈତିକ ଗତିପଥକୁ ତ୍ୱରାନ୍ୱିତ କରିବ ବୋଲି ଆକଳନ କରାଯାଇଛି ।
ଓଡ଼ିଶା ସରକାର ଏବଂ ବ୍ୟବସାୟୀ ସମୁଦାୟ ମଧ୍ୟରେ ସହଯୋଗୀ ସମନ୍ୱୟ ବୃଦ୍ଧି ପାଇବାରେ ଲାଗିଛି, କାରଣ ଆଜିର ଏହି ବୈଠକରେ ସମୁଦାୟ ୮୭୩.୫୭ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ସହିତ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୨୫୧୬ ଜଣଙ୍କ ପାଇଁ ନିଯୁକ୍ତିର ନୂତନ ମାର୍ଗ ଖୋଲିବାକୁ ଯାଉଛି, ଯାହା ନିବେଶ ପାଇଁ ଏକ ଚୁମ୍ବକ ଭାବରେ ରାଜ୍ୟର ପ୍ରତିଷ୍ଠାକୁ ସୁଦୃଢ଼ କରିବ । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଅନୁମୋଦନ ପାଇଥିବା ଉଦ୍ୟୋଗଗୁଡ଼ିକ ମଧ୍ୟରୁ ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ର କମ୍ପ୍ରେସ୍ଡ ବାୟୋ ଗ୍ୟାସ୍ ଏବଂ ଫର୍ମେଣ୍ଟେଡ୍ ଅର୍ଗାନିକ୍ ସାର ପ୍ଲାଣ୍ଟ ପ୍ରକଳ୍ପ ଜରିଆରେ ବାର୍ଷିକ ୩୩,୦୬୫ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ରାସାୟନିକ ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି ଆଦି ଦୁଇ ପ୍ରକାର ଲାଭ ପ୍ରତିଶ୍ରୁତି ଦେଇଛି । ଦେଓଗଡ଼ରେ ଅବସ୍ଥିତ ଏହି ପଦକ୍ଷେପ ଉଦ୍ୟେଗ କ୍ଷେତ୍ରରେ ଚିତ୍ରକୁ ପରିବର୍ତ୍ତନ କରିବାକୁ ଯାଉଛି।
ପର୍ଲ ପ୍ରିସିସନ୍ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ନଳ, ୱାଟର ଟ୍ୟାଙ୍କ, ପାଇପ୍ ଏବଂ ଫିଟିଙ୍ଗ୍ସ ଉତ୍ପାଦନ ୟୁନିଟ୍ ପାଇଁ ଯୋଜନା ସହ ଏହି ତାଲିକାରେ ସାମିଲ ହୋଇଛି ।
ପର୍ଲ ପ୍ରିସିସନର ବାର୍ଷିକ କ୍ଷମତା ୩୦ନିୟୁତ ପିସିରୁ ଅଧିକ ଯାହାକି ଉତ୍କର୍ଷତା ପ୍ରତିପାଦନରେ ସେମାନଙ୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ଜଗତସିଂହପୁରର ପାରାଦୀପ ପ୍ଲାଷ୍ଟିକ ପାର୍କରେ ଏହି ପ୍ରକଳ୍ପ ନିର୍ମାଣ ହେବ । ପ୍ଲାଷ୍ଟିକ କ୍ଷେତ୍ରରେ ଇଣ୍ଡୋପେଟ୍ ପଲିପ୍ଲାଷ୍ଟ ପ୍ରାଇଭେଟ୍ ଲିମିଟେଡ୍ ବାର୍ଷିକ ୮ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଫୁଡ୍ ଗ୍ରେଡ୍ ପେଟ୍ ବୋତଲ, ଜାର୍ ଏବଂ ପ୍ରି-ଫର୍ମ ପାଇଁ ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବାକୁ ଯାଉଛି । ଖୁବ୍ ଶୀଘ୍ର ଖୋର୍ଦ୍ଧାରେ ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପ ଉଭୟ ନିଯୁକ୍ତି ସୁଯୋଗ ଏବଂ ପ୍ଲାଷ୍ଟିକ ଉତ୍ପାଦନ ଉତ୍କର୍ଷତା ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ । ଟିଆରଏଲ କ୍ରୋସାକି ରିଫ୍ରାକ୍ଟୋରିଜ୍ ଲିମିଟେଡ୍ର ବ୍ୟାପକ ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଇସ୍ପାତ ଶିଳ୍ପର ଆନୁଷଙ୍ଗିକ କ୍ଷେତ୍ରରେ ପ୍ରଗତି ଘଟିଛି । ୫୭ ହଜାର ମେଟ୍ରିକ୍ ଟନ୍ ମୌଳିକ କଞ୍ଚାମାଲ ଗ୍ରାଇଣ୍ଡିଂ ୟୁନିଟ୍, ୧୧,୭୦୦ ମେଟ୍ରିକ୍ ଟନ୍ କଞ୍ଚାମାଲ ଗ୍ରାଇଣ୍ଡିଂ ୟୁନିଟ୍, ୮,୯୦୦ ମେଟ୍ରିକ୍ ଟନ୍ ଉଚ୍ଚ ଆଲୁମିନା କଞ୍ଚାମାଲ ଗ୍ରାଇଣ୍ଡିଂ ୟୁନିଟ୍ ଏବଂ ୧୪,୪୦୦ ମେଟ୍ରିକ୍ ଟନ୍ ଗ୍ରୋଗ୍ ପ୍ରୋସେସିଂ ୟୁନିଟ୍ ସହ ଏହି ଉଦ୍ୟୋଗ ଝାରସୁଗୁଡ଼ାରେ ଅବସ୍ଥିତ । ଏସଏଲଏସଡବ୍ଲୁସିଏ ଦ୍ୱାରା ଅନୁମୋଦିତ ଏହି କ୍ଷେତ୍ରର ଅନ୍ୟ ଏକ ପ୍ରକଳ୍ପ ହେଉଛି ଚୋସୁନ୍ ସର୍ଭେଶ ରିଫ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍ ର ୧୪,୪୦୦ ମେଟ୍ରିକ୍ ଟନ୍ ଟ୍ୟାପ୍ ହୋଲ୍ କ୍ଲେ ୟୁନିଟ୍ । ଏହା କୁଆଁରମୁଣ୍ଡା ସୁନ୍ଦରଗଡ଼ରେ ଅବସ୍ଥିତ । ଚୋସୁନ୍ ହେଉଛି ଏକ ଦକ୍ଷିଣ କୋରିଆ କମ୍ପାନୀ, ଯାହା ଗୁଣାତ୍ମକ ରିଫ୍ରାକ୍ଟରି ନିର୍ମାତା ଭାବରେ ଖ୍ୟାତି ଅର୍ଜନ କରିଛି ।
ସାଇଜାର ଏଣ୍ଟରପ୍ରାଇଜ୍ ପ୍ରାଇଭେଟ୍ ଲିମିଟେଡ୍ ଏଚ୍ ଆର୍ ଏବଂ ସିଆର୍ କଏଲ ପ୍ରସ୍ତୁତି ପାଇଁ ଏକ ଇସ୍ପାତ ପ୍ରକ୍ରିୟାକରଣ ୟୁନିଟ୍ ନିର୍ମାଣ କରି ଇସ୍ପାତ (ଡାଉନଷ୍ଟ୍ରିମ୍) କ୍ଷେତ୍ରକକୁ ସମୃଦ୍ଧ କରିଥାଏ। ଯାଜପୁରର କଳିଙ୍ଗ ନଗରରେ ଅବସ୍ଥିତ ଏହି ପ୍ରକଳ୍ପ ଓଡ଼ିଶାର ଇସ୍ପାତ ପ୍ରକ୍ରିୟାକରଣ କ୍ଷମତାକୁ ବୃଦ୍ଧି କରିବ । ୦.୧୨ ଏମଟିପିଏ ଏସ୍ଏମ୍ଏସ୍ ଏବଂ ୦.୧ ଏମଟିପିଏ ଟିଏମଟି ପ୍ଲାଣ୍ଟ ପାଇଁ ବିକ୍ରମ ପ୍ରାଇଭେଟ୍ ଲିମିଟେଡ୍ ର ସମ୍ପ୍ରସାରଣ ପ୍ରକଳ୍ପ ଓଡ଼ିଶାର ଇସ୍ପାତ ଉତ୍ପାଦନ ଦକ୍ଷତାରେ ଆଉ ଏକ ଦିଗ ଯୋଡ଼ିଛି । ସୁନ୍ଦରଗଡ଼ର ଲହୁଣୀପଡ଼ାରେ ଅବସ୍ଥିତ ଏହି ପଦକ୍ଷେପ ଓଡ଼ିଶାର ଶକ୍ତିଶାଳୀ ଇସ୍ପାତ କ୍ଷେତ୍ରରେ ଆଉ ଏକ ସଂଯୋଗ । କୋଷ୍ଟାଲ ବାୟୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ର ମକା ପ୍ରକ୍ରିୟାକରଣ ଏବଂ ମକା ଷ୍ଟାର୍ଚ ଉତ୍ପାଦନ ୟୁନିଟ୍ ସହିତ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିଛି । ନବରଙ୍ଗପୁର ଜିଲ୍ଲାର ବାମୁନି ଶିଳ୍ପାଞ୍ଚଳରେ ଅବସ୍ଥିତ ଏହି ଉଦ୍ୟୋଗ ଜିଲ୍ଲାର ମକା ଉତ୍ପାଦନ କ୍ଷମତାର ଲାଭ ଉଠାଇବ ।
ଏତଦ୍ ବ୍ୟତୀତ ଏସ୍ ଏନ୍ ଏମ୍ ହୋଟେଲ୍ ଏବଂ ରିସୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ର ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଉନ୍ନତ ହୋଇଛି ।ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ଚିକିଟିରେ ହୋଟେଲ ଏବଂ ରିସୋର୍ଟ ସୁବିଧା କରାଯିବ । ଏହି ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଶିଳ୍ପଭିତ୍ତିକ ଅଭିବୃଦ୍ଧି ପାଇଁ ରାଜ୍ୟର ପ୍ରୟାସକୁ ପ୍ରୋତ୍ସାହିତ କରୁଛି। ଏହି ସବୁ ପ୍ରକଳ୍ପ ଫଳପ୍ରଦ ହେବାର ନିକଟତର ହେବା ସହ ଓଡ଼ିଶା ନିଜର ପ୍ରଗତି ଯାତ୍ରାରେ ନୂଆ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛି, ଯେଉଁଥିରେ ଦୂରଦୃଷ୍ଟି ସମ୍ପନ୍ନ ଶିଳ୍ପ ଉଦ୍ୟୋଗ ଏବଂ ଏକ ସମୃଦ୍ଧ ଅର୍ଥନୈତିକ ଭବିଷ୍ୟତ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ୧୨୧ତମ ଏସଏଲଏସଡବ୍ଲ୍ୟୁସିଏ ବୈଠକ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଉପରୋକ୍ତ ଅଞ୍ଚଳରେ ବୃଦ୍ଧି ପାଉଥିବା ଶିଳ୍ପଶକ୍ତି ଭାବରେ ସେଗୁଡିକର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାର ପ୍ରମାଣ ରୂପେ ଉଭା ହୋଇଛି ।