ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

Madhusudan Das Picture
Published On

ମାଲକାନଗିରି: ଯୁଦ୍ଧ ପାଇଁ ସରିଯିବ ପେଟ୍ରୋଲ ଆଉ ଡିଜେଲ । ମାଲକାନଗିରି ଜିଲ୍ଲାରେ ଏଭଳି ଗୁଜବ ପ୍ରସାରିତ ହେବା ପରେ ପେଟ୍ରୋଲ ପମ୍ପଗୁଡିକରେ ଗତକାଲି ରାତି ଓ ଆଜି ସକାଳେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ତେବେ ଏଭଳି ଗୁଜବରେ ବିଶ୍ବାସ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଯଥେଷ୍ଟ ତେଲ ମହଜୁଦ ଥିବା ସରକାର ସ୍ପଷ୍ଟ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ସୂଚନା ଅନୁସାରେ, ମାଲକାନଗିରିର ବିଭିନ୍ନ ସ୍ଥାନରେ ତେଲର ଅଭାବ ଦେଖାଦେଇଛି । ଇରାନ ଯୁଦ୍ଧ କାରଣରୁ ଏହି ଅଭାବ ସୃଷ୍ଟି ହୋଇଥିବା ନେଇ ଚାରିଆଡ଼େ ଗୁଜବ ପ୍ରଚାରିତ ହୋଇଯିବା ପରେ ଗାଡି ଚାଳକଙ୍କ ମଧ୍ୟରେ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଆଗକୁ ତେଲ ଯୋଗାଣ ଆହୁରି ଅମ୍ଭୀର ହେବା ନେଇ ଗୁଜବ ପରେ ଯେଉଁ ଟାଙ୍କିରେ ତେଲ ଅଛି, ସେଠାରେ ଶହ ଶହ ଗାଡି ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ତେବେ ମିଳିଥିବା ଖବର ଅନୁସାରେ, ମାଲକାନଗିରିର କିଛି ସ୍ଥାନରେ ତେଲ ଅଭାବ କଥା ସତ । ହେଲେ ଏହା ସମ୍ପୂର୍ଣ୍ଣ ସତ ନୁହେଁ । ଇରାନ ଯୁଦ୍ଧ କାରଣରୁ ମାଲକାନଗିରିରେ ତେଲ ସଙ୍କଟ ଦେଖାଦେଇନି । ପ୍ରକୃତ କାରଣ ହେଲା ଝାରସୁଗୁଡ଼ା ତେଲ ଡିପୋରେ କିଛି ସମସ୍ୟା କାରଣରୁ ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର