ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

Madhusudan Das Picture
Published On

ମାଲକାନଗିରି: ଯୁଦ୍ଧ ପାଇଁ ସରିଯିବ ପେଟ୍ରୋଲ ଆଉ ଡିଜେଲ । ମାଲକାନଗିରି ଜିଲ୍ଲାରେ ଏଭଳି ଗୁଜବ ପ୍ରସାରିତ ହେବା ପରେ ପେଟ୍ରୋଲ ପମ୍ପଗୁଡିକରେ ଗତକାଲି ରାତି ଓ ଆଜି ସକାଳେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ତେବେ ଏଭଳି ଗୁଜବରେ ବିଶ୍ବାସ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଯଥେଷ୍ଟ ତେଲ ମହଜୁଦ ଥିବା ସରକାର ସ୍ପଷ୍ଟ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ସୂଚନା ଅନୁସାରେ, ମାଲକାନଗିରିର ବିଭିନ୍ନ ସ୍ଥାନରେ ତେଲର ଅଭାବ ଦେଖାଦେଇଛି । ଇରାନ ଯୁଦ୍ଧ କାରଣରୁ ଏହି ଅଭାବ ସୃଷ୍ଟି ହୋଇଥିବା ନେଇ ଚାରିଆଡ଼େ ଗୁଜବ ପ୍ରଚାରିତ ହୋଇଯିବା ପରେ ଗାଡି ଚାଳକଙ୍କ ମଧ୍ୟରେ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଆଗକୁ ତେଲ ଯୋଗାଣ ଆହୁରି ଅମ୍ଭୀର ହେବା ନେଇ ଗୁଜବ ପରେ ଯେଉଁ ଟାଙ୍କିରେ ତେଲ ଅଛି, ସେଠାରେ ଶହ ଶହ ଗାଡି ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ତେବେ ମିଳିଥିବା ଖବର ଅନୁସାରେ, ମାଲକାନଗିରିର କିଛି ସ୍ଥାନରେ ତେଲ ଅଭାବ କଥା ସତ । ହେଲେ ଏହା ସମ୍ପୂର୍ଣ୍ଣ ସତ ନୁହେଁ । ଇରାନ ଯୁଦ୍ଧ କାରଣରୁ ମାଲକାନଗିରିରେ ତେଲ ସଙ୍କଟ ଦେଖାଦେଇନି । ପ୍ରକୃତ କାରଣ ହେଲା ଝାରସୁଗୁଡ଼ା ତେଲ ଡିପୋରେ କିଛି ସମସ୍ୟା କାରଣରୁ ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

07 Mar 2026 By Madhusudan Das

ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ମାଲକାନଗିରି: ଯୁଦ୍ଧ ପାଇଁ ସରିଯିବ ପେଟ୍ରୋଲ ଆଉ ଡିଜେଲ । ମାଲକାନଗିରି ଜିଲ୍ଲାରେ ଏଭଳି ଗୁଜବ ପ୍ରସାରିତ ହେବା ପରେ ପେଟ୍ରୋଲ ପମ୍ପଗୁଡିକରେ ଗତକାଲି ରାତି ଓ ଆଜି ସକାଳେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ତେବେ ଏଭଳି ଗୁଜବରେ ବିଶ୍ବାସ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଯଥେଷ୍ଟ ତେଲ ମହଜୁଦ ଥିବା ସରକାର ସ୍ପଷ୍ଟ କରିସାରିଛନ୍ତି।

ସୂଚନା ଅନୁସାରେ, ମାଲକାନଗିରିର ବିଭିନ୍ନ ସ୍ଥାନରେ ତେଲର ଅଭାବ ଦେଖାଦେଇଛି । ଇରାନ ଯୁଦ୍ଧ କାରଣରୁ ଏହି ଅଭାବ ସୃଷ୍ଟି ହୋଇଥିବା ନେଇ ଚାରିଆଡ଼େ ଗୁଜବ ପ୍ରଚାରିତ ହୋଇଯିବା ପରେ ଗାଡି ଚାଳକଙ୍କ ମଧ୍ୟରେ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଆଗକୁ ତେଲ ଯୋଗାଣ ଆହୁରି ଅମ୍ଭୀର ହେବା ନେଇ ଗୁଜବ ପରେ ଯେଉଁ ଟାଙ୍କିରେ ତେଲ ଅଛି, ସେଠାରେ ଶହ ଶହ ଗାଡି ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି ।

ତେବେ ମିଳିଥିବା ଖବର ଅନୁସାରେ, ମାଲକାନଗିରିର କିଛି ସ୍ଥାନରେ ତେଲ ଅଭାବ କଥା ସତ । ହେଲେ ଏହା ସମ୍ପୂର୍ଣ୍ଣ ସତ ନୁହେଁ । ଇରାନ ଯୁଦ୍ଧ କାରଣରୁ ମାଲକାନଗିରିରେ ତେଲ ସଙ୍କଟ ଦେଖାଦେଇନି । ପ୍ରକୃତ କାରଣ ହେଲା ଝାରସୁଗୁଡ଼ା ତେଲ ଡିପୋରେ କିଛି ସମସ୍ୟା କାରଣରୁ ଯୋଗାଣରେ ବାଧା ସୃଷ୍ଟି ହୋଇଛି । ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର