ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା

Madhusudan Das Picture
Published On

ଦେବଗଡ଼: ପାରିବାରିକ କଳହକୁ କେନ୍ଦ୍ରକରି ଦେବଗଡ଼ରେ ଟ୍ରିପଲ ମର୍ଡର । ଗୋଟିଏ ପରିବାରର ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି  ନିର୍ମମ ହତ୍ୟା । ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ । ନିର୍ମମ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଶ୍ବଶୁର ରମେଶ ଗରିଆ ଫେରାର ହୋଇଯାଇଛି। ଖବର ପାଇ କୁଣ୍ଢେଇଗୋଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ମିଳିଥିବା ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଗରିଆପାଲି ଗାଁରେ ରମେଶ ଗରିଆ ଘରେ କୌଣସି କାରଣକୁ ନେଇ ପାରିବାରିକ ବିବାଦ ଦେଖାଦେଇଥିଲା । ପରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ରମେଶ ରାଗି ଯାଇ ଘରେ ଥିବା ଏକ ହାତୁଡ଼ିରେ ପ୍ରଥମେ ସ୍ତ୍ରୀକୁ ପିଟି ପିଟି ମାରିଦେଇଥିଲା । ଯାହାକୁ ବୋହୂ ବିରୋଧ କରିଥିଲେ । ବୋହୂ ବିରୋଧ କରିବା ଦେଖି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ନୃଶଂସ ଶ୍ୱଶୁର । ସେହି ଆକ୍ରମଣରେ ବୋହୂଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ଏସବୁ ଭିତରେ ସ୍ତ୍ରୀ ଓ ବୋହୂଙ୍କ ପାଖରେ ଥିବା ନାତୁଣୀକୁ ବି ହାତୁଡ଼ିରେ ଆକ୍ରମଣ କରିଥିଲା । ଯେଉଁଥିରେ ନାତୁଣୀର ମଧ୍ୟ ଜୀବନ ଚାଲିଯାଇଛି । ତିନିଜଣଙ୍କୁ ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ । ଘଟଣା ସଂପର୍କରେ ପଡୋଶୀ ଲୋକ ତୁରନ୍ତ କୁଣ୍ଢେଇଗୋଳ ଥାନାକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରଖିଛି । 

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର