ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

Madhusudan Das Picture
Published On

ନୂଆଦିଲ୍ଲୀ: ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍ । ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ Su-30MKI ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଭାଗ୍ୟଜନକ ଘଟଣାରେ ବିମାନରେ ଥିବା ଦୁଇ ଜଣ ପାଇଲଟ୍ ପ୍ରାଣ ହରାଇଛନ୍ତି। ମୃତ ପାଇଲଟ ଦୁଇଜଣ ହେଲେ ସ୍କ୍ୱାଡ୍ରନ୍ ଲିଡର୍ ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୁର୍ବେଶ ଦୁରଗକର। ଶୁକ୍ରବାର ଦିନ ଭାରତୀୟ ବାୟୁସେନା (IAF) ପକ୍ଷରୁ ଏହି ସୂଚନା ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଭାରତୀୟ ବାୟୁସେନା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' (X) ଜରିଆରେ ନିଜର ଶୋକ ବ୍ୟକ୍ତ କରିଛି। ବାୟୁସେନା ପକ୍ଷରୁ କୁହାଯାଇଛି ଯେ, "Su-30 ଦୁର୍ଘଟଣାରେ ସ୍କ୍ୱାଡ୍ରନ୍ ଲିଡର୍ ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୁର୍ବେଶ ଦୁରଗକରଙ୍କ ବିୟୋଗରେ ଆମେ ମର୍ମାହତ। ଏହି ଦୁଃଖଦ ସମୟରେ ବାୟୁସେନାର ସମସ୍ତ କର୍ମଚାରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି।"

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ଦିନ ଏହି ଯୁଦ୍ଧ ବିମାନଟି ଏକ ନିୟମିତ ତାଲିମ ମିଶନରେ ଥିଲା। ଉଡ଼ାଣ ସମୟରେ ହଠାତ୍ ରାଡାର୍ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିମାନଟି ଯୋରହାଟ ଠାରୁ ପ୍ରାୟ ୬୦ କିଲୋମିଟର ଦୂର କାର୍ବି ଆଙ୍ଗଲଙ୍ଗ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ପରେ ତୁରନ୍ତ ବାୟୁସେନା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Sukhoi-30MKI ଭାରତୀୟ ବାୟୁସେନାର ଏକ ପ୍ରମୁଖ ଲଢୁଆ ବିମାନ। ଏହା ଦେଶର ବାୟୁ ସୁରକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ପୂର୍ବରୁ ମଧ୍ୟ ଆସାମର ତେଜପୁର ନିକଟରେ ସୁଖୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ନଜିର ରହିଛି। ୨୦୧୯ ଏବଂ ୨୦୧୫ ମସିହାରେ ଅନୁରୂପ ଘଟଣା ଘଟିଥିଲେ ମଧ୍ୟ ସେତେବେଳେ ପାଇଲଟମାନେ ସୁରକ୍ଷିତ ଭାବେ ବାହାରି ପାରିଥିଲେ, କିନ୍ତୁ ଏଥର ଦୁଇ ଜଣ ବୀର ଅଧିକାରୀଙ୍କୁ ବାୟୁସେନା ହରାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର