କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

Madhusudan Das Picture
Published On

ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ମହିଳା ବିଜେଡି ପକ୍ଷରୁ ପୁରୀ ରୋଟାରୀ କ୍ଲବ୍‌ ସଭାଗୃହରେ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସଭା ସାଂସଦ ଶୁଭାଶିଷ୍‌ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର। ସେମାନେ ଜାୟା, ଜନନୀ, ଭଗିନୀ ସବୁ ଭୂମିକାରେ ପୁରୁଷ ସମାଜ ପ୍ରତି ଗୁରୁଦାୟିତ୍ୱ ତୁଲାଇ ଆସୁଛନ୍ତି। ପ୍ରତ୍ୟେକ ସଫଳ ପୁରୁଷ ପଛରେ ଜଣେ ମହିଳାଙ୍କ ହାତ ଥିବା ଯାହା କୁହାଯାଏ, ଏହା ଅପ୍ରାସଙ୍ଗିକ ନୁହେଁ। କିନ୍ତୁ ଆଜି ଆମ ରାଜ୍ୟରେ ମହିଳାମାନେ ନିର୍ଯାତିତ ଓ ନିଷ୍ପେସିତ। ମହିଳାମାନଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ ବଢୁଥିବାବେଳେ ଅନେକ ସମୟରେ ଏମାନେ ହତ୍ୟାର ଶିକାର ହେଉଛନ୍ତି। ତେଣୁ ମହିଳାଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସମ୍ମାନ ଦେବା ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଦରକାର। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ମହିଳାଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସେପର୍ଯ୍ୟନ୍ତ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଐତିହାସିକ ନିଷ୍ପତ୍ତି ନେଇଥିଲେ। ନବୀନ ପଟ୍ଟନାୟକଙ୍କ ସରକାର ମଧ୍ୟ ମା’କୁ ସମ୍ମାନ ଗାଁକୁ କାମ ଉପରେ ବିଶ୍ୱାସ କରୁଥିଲା ବୋଲି କହିଥିଲେ ସାଂସଦ ଶ୍ରୀ ଖୁଣ୍ଟିଆ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ପଣ୍ଡା, ଗୌରହରି ପ୍ରଧାନ, ରବି ଶଙ୍କର ପ୍ରତିହାରୀ ଯୋଗଦେଇଥିଲେ। ସଭାରେ ସନ୍ଧ୍ୟାରାଣୀ ଭଟ୍ଟ, ବିନୋଦିନୀ ଦାସ, ଅରୁଣିମା ନନ୍ଦ, ରୋଜାଲିନ୍‌ ନାୟକ, ପ୍ରିୟଙ୍କା ମହାନ୍ତି, ଲିପ୍ସା ମିଶ୍ର, ଯୋଗମାୟା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସୋନି ଟିଭି ଫୁଡ୍‌ ରିଏଲିଟି ଶୋ’ର ରନର୍ସ ଅପ୍‌ ଅଞ୍ଜୁ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। 

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର