ଚଳିତ ଏପ୍ରିଲ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଆଶଙ୍କା, ଅଧିକ ରହିବ ଉଭୟ ଦିନ ଓ ରାତିର ତାପମାତ୍ରା
ଭୁବନେଶ୍ୱର: ଏଥର ଏପ୍ରିଲ୍ ମାସରେ ଆକାଶରୁ ବର୍ଷିବ ନିଆଁ। ଅସମ୍ଭାଳ ତାତି ସାଂଗକୁ ଗ୍ରୀଷ୍ମ ଲହରୀ ଜନଜୀବନକୁ ଅଥୟ କରିବ। ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବାର ଆଶଙ୍କା ହେତୁ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବ। ଆଇଏମ୍ଡି ଜାରି କରିଥିବା ରିପୋର୍ଟରେ ଦର୍ଶାଇଛି ଯେ ଏପ୍ରିଲ୍ ମାସରେ ଓଡ଼ିଶାରେ ଉଭୟ ଦିନ ଓ ରାତିର ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବ। ଏହାସହିତ ବର୍ଷାର ଅଭାବ ହେତୁ ବର୍ଷାର ପରିମାଣ ସ୍ୱାଭାବିକ ତୁଳନାରେ କମ୍ ରହିବ। […]
ଭୁବନେଶ୍ୱର: ଏଥର ଏପ୍ରିଲ୍ ମାସରେ ଆକାଶରୁ ବର୍ଷିବ ନିଆଁ। ଅସମ୍ଭାଳ ତାତି ସାଂଗକୁ ଗ୍ରୀଷ୍ମ ଲହରୀ ଜନଜୀବନକୁ ଅଥୟ କରିବ। ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବାର ଆଶଙ୍କା ହେତୁ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବ। ଆଇଏମ୍ଡି ଜାରି କରିଥିବା ରିପୋର୍ଟରେ ଦର୍ଶାଇଛି ଯେ ଏପ୍ରିଲ୍ ମାସରେ ଓଡ଼ିଶାରେ ଉଭୟ ଦିନ ଓ ରାତିର ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବ। ଏହାସହିତ ବର୍ଷାର ଅଭାବ ହେତୁ ବର୍ଷାର ପରିମାଣ ସ୍ୱାଭାବିକ ତୁଳନାରେ କମ୍ ରହିବ।
ଅନ୍ୟପଟେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ବୌଦ୍ଧରେ ତାପମାତ୍ରା ୪୨.୧ ଡିଗ୍ରୀ ରେକର୍ଡ ହୋଇଛି। ଝାରସଗୁଡ଼ାରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିର ୪୧.୨, ଟିଟଲାଗଡ଼ ୪୧, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୪୦.୬ ଓ ଭାବନୀପାଟଣାରେ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି।
ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନ ଥିବା ବେଳେ ଆସନ୍ତା ୫ ଦିନ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ଏହି କ୍ରମରେ ମଙ୍ଗଳବାର କୋରାପୁଟ, ମାଲକାନଗିିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ ଓ ଅନୁଗୁଳରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ୩୦-୪୦ କିମି ପର୍ଯ୍ୟନ୍ତ ବହିବା ନେଇ ଆଶଙ୍କା କରାଯାଇଛି। ମାତ୍ର ଏହାପରେ ରାଜ୍ୟରେ ତାତି ଅସମ୍ଭାଳ ହେବ ବୋଲି କୁହାଯାଇଛି।